Posted inଜାତୀୟ

ଭାରତ ଯୋଡ ନୁହେଁ ଘୃଣା ଯୋଡ ଅଭିଯାନ କରୁଛନ୍ତି ରାହୁଲ: ଭାଜପାର ମନ୍ତବ୍ୟ…

ନୂଆଦିଲ୍ଲୀ, ୧୦।୯ : ଭାରତୀୟ ଜନତା ପାର୍ଟି କଂଗ୍ରେସର ଭାରତ ଯୋଡ ଯାତ୍ରା ନେଇ ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛି। ଏହି ଗସ୍ତ ସମ୍ପର୍କରେ ଭାଜପା ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିବାରେ ଲାଗିଛି। ଏହି ମର୍ମରେ ଭାଜପା ନେତା ଶାହାଜାଦ ପୁନାୱାଲା ଭାରତ ଯୋଡ ଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହାକୁ ରାହୁଲଙ୍କ ଘୃଣା ଯୋଡ ଅଭିଯାନ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଉପରେ କଟାକ୍ଷ କରି ପୁନାଓ୍ବାଲା କହିଛନ୍ତି ଯେ ଆଜି କଂଗ୍ରେସ ଜର୍ଜ ପୋନ୍ନେୟାଙ୍କୁ ଭାରତ ଯୋଡ ଯାତ୍ରାର ପୋଷ୍ଟର ବୟ କରିଛି। ପୋନ୍ନେୟା ହିନ୍ଦୁମାନଙ୍କୁ ଧମକ ଦେବା ସହ ଏବଂ ଭାରତ ମାତା ବିରୁଦ୍ଧରେ ଅପମାନଜନକ ଶବ୍ଦ କହିଥାନ୍ତି। ହିନ୍ଦୁ ବିରୋଧୀ ହେବାର କଂଗ୍ରେସ ଦଳର ଦୀର୍ଘ ଇତିହାସ ରହିଛି। ଏଭଳି କରି ରାହୁଲ ଘୃଣା ଯୋଡ ଅଭିଯାନରେ ନିୟୋଜିତ ଅଛନ୍ତି।

ସୂଚନାଯୋଗ୍ୟ, ପୋନ୍ନେୟା ଜଣେ ପାଦ୍ରୀ। ବହୁ ବିବାଦୀୟ ବକ୍ତବ୍ୟ ନେଇ ସେ ଲାଇମ ଲାଇଟରେ ଅଛନ୍ତି। ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ପୋନ୍ନେୟା ଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ଯୀଶୁଙ୍କୁ ପ୍ରକୃତ ଈଶ୍ବରଙ୍କୁ କହୁଛନ୍ତି ।

ଏହା ସହିତ ଭାଜପା ନେତା ସମ୍ବିତ ପାତ୍ର ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହା ପ୍ରଥମ ଘଟଣା ନୁହେଁ। ଏପରି କିଛି ଘଟଣା ଘଟିଛି ଯେତେବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଭଗବାନ ରାମଙ୍କ ପ୍ରମାଣ ମାଗିବା ଏବଂ ମାତା ଶକ୍ତି ପ୍ରସଙ୍ଗ ଏଥିରେ ରହିଛି। ରାହୁଲ ନାଟକ କରିବା ପାଇଁ ନିର୍ବାଚନ ସମୟରେ ମନ୍ଦିରକୁ ଯାଆନ୍ତି। ଯେତେବେଳେ ନିର୍ବାଚନ ସମାପ୍ତ ହୁଏ, ସେତେବେଳେ ରାହୁଲ ଗାନ୍ଧୀଙ୍କ ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାରେ ଆସେ ।


Enter your email to get our daily news in your inbox.

All Right Reserved By Dharitri.Com

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri