Posted inଜାତୀୟ

ନାଗପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୪ ଜୀବନ

ନାଗପୁର,୧୦।୯: ମହାରାଷ୍ଟ୍ରର ନାଗପୁର ସାକାରଦାରା ଓଭରବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ୩ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଗୁଡ଼ିକ ବ୍ରିଜ୍‌ ତଳକୁ ଖସିପଡି ୪ଜଣଙ୍କ ଜୀବନ ଯାଇଛି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ନାଗପୁରର ସାକାରଦାରା ବ୍ରିଜ୍‌ ଉପରେ ଏକ କାର୍‌ ଦ୍ରୁତ ଗତିରେ ଯାଉଥିଲା । ସେତିକିବେଳେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ୩ଟି ବାଇକକୁ କ୍ରମାନ୍ବୟରେ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋର ଥିଲା ଯେ, ୪ ଜଣ ବ୍ରିଜ ତଳକୁ ଖସି ପଡିଥିଲେ। ଫଳରେ ସେମାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି କାର୍‌ ଡ୍ରାଇଭରଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ବିଜ୍ଞାପନ ଦେୟ ପୈଠ କଲେ ଗୁଜରାଟ ସରକାର

ମୁମ୍ବାଇ,୭ା୫: କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶର ଖବରକାଗଜ ଶିଳ୍ପ ମାସିକ ୨୦୦୦ କୋଟି ଟଙ୍କା କ୍ଷତି ସହୁଛି। ଏପରି ସମୟରେ ଗୁଜରାଟ ସରକାର ମାର୍ଚ୍ଚ ମାସ...

ଦିଲ୍ଲୀରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ, ୨।୯(ପି.ଟି.): ଦିଲ୍ଲୀରେ ଗୋଟିଏ ଦିନରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୯ ବର୍ଷ ମଧ୍ୟରେ ସେପ୍ଟେମ୍ବର ମାସର ଗୋଟିଏ ଦିନରେ ଏହା...

୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଦିଲ୍ଲୀର ସମସ୍ତ ସ୍କୁଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ଭାରତରେ ଧୀରେ ଧୀରେ ପାଦ ରଖିବା ଆରମ୍ଭ କରିଛି। ଗୁରୁବାର ସୁଦ୍ଧା କରୋନା ଭାଇରସରେ ୩୦ ଜଣ ଆକ୍ରାନ୍ତ ହୋଇଥିବା...

୭ ଦିନ ପାଇଁ ବନ୍ଦ ରହିବ ଇଣ୍ଟରନେଟ୍‌

କୋଲକାତା,୬।୩: ପଶ୍ଚିମବଙ୍ଗର କିଛି ଜିଲାରେ ମୋବାଇଲ ଇଣ୍ଟରନେଟ୍‌ ଏବଂ ବ୍ରଡବାଣ୍ଡ ସର୍ଭିସକୁ ୭ ଦିନ ପାଇଁ ସାମୟିକ ଭାବେ ସସ୍‌ପେଣ୍ଡ କରାଯିବ। ଏ ନେଇ ନିର୍ଦ୍ଦେଶ...

ଦେଶରେ ଏକଛାତ୍ରବାଦୀ ଶାସନ ଚାଲିଛି: ରାହୁଲ

ନୂଆଦିଲ୍ଲୀ,୬।୧୦: ଲଖିମ୍‌ପୁର ଖେରିରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ପରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳର ନେତାମାନେ ଲଗାତର ଖେରିରେ ପହଞ୍ଚିବାକୁ...

ଯଶବନ୍ତଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସୁରକ୍ଷା ଦାୟିତ୍ୱ ବଢାଇ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଶବନ୍ତଙ୍କୁ ଜେଡ୍‌ କେଟାଗୋରୀ ସୁରକ୍ଷା...

ଗୁଜରାଟର ବହିଷ୍କୃତ ଆଇପିଏସ୍‌ଙ୍କୁ ଆଜୀବନ ଜେଲ୍‌

ଅହମ୍ମଦାବାଦ,୨୦।୬: ଗୁଜରାଟ କୋର୍ଟ ଜାମନଗର ଜେଲ୍‌ରେ ହୋଇଥିବା ଏକ ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି। ଗୁରୁବାର ଏହି ମାମଲାରେ ବହିଷ୍କୃତ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟ...

ଜିଭ କାଟି ମହାଦେବଙ୍କୁ ଅର୍ପଣ କଲେ ଯୁବକ

ରାୟପୁର,୨୨।୭: ଆଧୁନିକ ବିଜ୍ଞାନ ଯୋଗୁ ଏବେ ମଣିଷ ଚନ୍ଦ୍ରରେ ବସତି ସ୍ଥାପନ କରିବାକୁ ଚିନ୍ତା କରୁଛି। ଏପରି ସ୍ଥଳେ କେତେକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାନା...

Advertisement
Archives

Model This Week