Posted inଜାତୀୟ

ରାହୁଲଙ୍କ ଅଭିଯୋଗକୁ ନେଇ ଖୁବ୍‌ ରାଗିଲେ ଶିବଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଏମ୍‌ସି)ର ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଲ୍‌ଡ ଗାର୍ଡ ଓ ୟଙ୍ଗ ଗାର୍ଡଙ୍କ ମଧ୍ୟରେ ଚାଲିଛି କଥା କଟାକଟି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଥିଲେ କି ଦଳରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଯେଉଁ ନେତାମାନେ ପତ୍ର ଲେଖିଥିଲେ ସେମାନେ ସମସ୍ତେ ଭାରତୀୟ ଜନତା ପାର୍ଟି(ଭାଜପା) ସମ୍ପର୍କରେ ଅଛନ୍ତି। ଏହାକୁ ଶୁଣିବା ପରେ କଂଗ୍ରେସର ବରିଷ୍ଠ ନେତାମାନେ ଖୁବ୍‌ ରାଗି ଯାଇଛନ୍ତି। କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ତତ୍‌କ୍ଷଣାତ୍‌ ଟୁଇଟ୍‌ କରି କହିଛନ୍ତି, ସେ ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସର ପକ୍ଷ ରଖିଲେ, ମଣିପୁରରେ ପାର୍ଟିକୁ ବଞ୍ଚାଇଲେ, ଗତ ୩୦ ବର୍ଷ ହେବ ସେ ଏମିତି କୌଣସି ବି ବୟାନ ଦେଇ ନାହାନ୍ତି ଯାହା ଭାରତୀୟ ଜନତା ପାର୍ଟି(ଭାଜପା)କୁ ସୁହାଇବ। ଏହାପରେ ବି ଅଭିଯୋଗ କରାଯାଉଛି କି ଆମେ ଭାଜପା ସହ ସମ୍ପର୍କରେ ରହିଛୁ। ଏହାପରେ ଗୁଲାମ ନବି ଆଜାଦ କହିଛନ୍ତି, ଯଦି ଭାଜପା ସହ ତାଙ୍କର କୌଣସି ସମ୍ପର୍କ ଥିବ ତେବେ ସେ ଦଳରୁ ଇସ୍ତଫା ଦେଇଦେବେ। ସୂଚନାଯୋଗ୍ୟ, ନେତୃତ୍ୱ ପରିବର୍ତ୍ତନକୁ ନେଇ ଚିଠି ଲେଖିଥିବା ୨୩ ସଦସ୍ୟଙ୍କ ଭିତରେ ରହିଛନ୍ତି କପିଲ ଶିବଲ ଓ ଗୁଲାମ ନବୀ ଆଜାଦ। ସୋମବାର ବସିଥିବା ବୈଠକରେ ଚିଠିକୁ ନେଇ ହୋଇଛି ଖୁବ୍‌ ଟଣାଓଟରା।


Enter your email to get our daily news in your inbox.

All Right Reserved By Dharitri.Com

ମହମବତୀ କାରଖାନାରେ ଲାଗିଲା ନିଆଁ, ୭ଜଣଙ୍କ ଜୀବନଗଲା

ଗାଜିଆବାଦ୍‌, ୫।୭: ଉତ୍ତରପ୍ରଦେଶର ଗାଜିଆବାଦ ଜିଲା ମୋଦିନଗର ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖଶାରେ ଭୀଷଣ ନିଆଁ ଲାଗିଯାଇଛି। ଫଲରେ ୭ଜଣ ଜୀବନ୍ତଦଗ୍ଧ ହୋଇଥିବାବେଳେ...

ଗୀତରେ ଗୀତରେ ମୋଦିଙ୍କୁ ଟାର୍ଗେଟ…

ହାଇଦ୍ରାବାଦ୍‌, ୨୧।୫ : ଆସନ୍ତା ୨୦୨୩ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏବେଠାରୁ ରାଜ୍ୟରେ ରାଜନୈତିକ ଉଷ୍ମତରା ବଢ଼ିବାରେ ଲାଗିଛି। ଏହି କ୍ରମରେ...

ଦେଶରେ ୨୦୦ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି।...

ହିଜାବ ରାୟ ପ୍ରତିବାଦରେ ଆଜି କର୍ନାଟକ ବନ୍ଦ

ନୂଆଦିଲ୍ଲୀ,୧୭ା୩: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଜ୍ୟ ସରକାରଙ୍କ ଡ୍ରେସ୍‌ କୋଡ୍‌କୁ ହାଇକୋର୍ଟ ବଳବତ୍ତର ରଖି ହିଜାବ କଟକଣା ଜାରି ରହିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିବା ପରେ...

ଦିବ୍ୟାଙ୍ଗଙ୍କ ଭିଡିଓ ଶେୟାର୍‌ କରି କାନ୍ଦିପକାଇଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୨୪।୯: ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ଥା’ନ୍ତି। ଅନେକଥର ବିଭିନ୍ନ ସାମାଜିକ ଘଟଣାକୁ ନେଇ ସେ ଫଟୋ କିମ୍ବା...

କରୋନା ଭାଙ୍ଗିଲା ରେକର୍ଡ: ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଟପିଲା ୩ ଲକ୍ଷ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ...

ବିହାର ନିର୍ବାଚନ: ୩ ଯୁବ ଚେହେରା ନେଇ ଚର୍ଚ୍ଚା…

ପାଟନା, ୫।୧୦: ବିହାର ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଭାଜପା, ଆର୍‌ଜେଡ଼ି...

ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପରେ ପହଞ୍ଚିଲା ସନ୍ଦିଗ୍ଧ ବୋଟ୍‌: ଗୋଇନ୍ଦା ବିଭାଗ ସୂଚନା ଆଧାରରେ କେରଳରେ ହାଇଆର୍ଲଟ

ଥିରୁବନନ୍ତପୁରମ୍‌,୨୬।୫: ଶ୍ରୀଲଙ୍କାରୁ ଏକ ସନ୍ଦିଗ୍ଧ ବୋଟ୍‌ ଲାକ୍ଷାଦ୍ୱୀପରେ ଆସି ପହଞ୍ଚିଛି। ଏଥିରେ ୧୫ ଜଣ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା...

Advertisement
Archives

Model This Week