କରୋନା ମୁକାବିଲା ପାଇଁ ମାର୍ଚ୍ଚରୁ ଦିଆଯାଉଛି ହୋମିଓପାଥି ଔଷଧ

ଅହମଦାବାଦ,୨୪।୮: ଦେଶରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚରେ କୋଭିଡ-୧୯ ଆରମ୍ଭ ହେବା ପରଠାରୁ ଉପଶମକାରୀ ଭାବେ ହୋମିଓପାଥିକ ଔଷଧ ଆର୍ସେନିକମ୍‌ ଆଲବମ-୩୦କୁ ରାଜ୍ୟର ଅଧାରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯାଇଛି ବୋଲି ଗୁଜରାଟର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗୁଜୁରାଟରେ କୋଭିଡ-୧୯ର ମୁକାବିଲା ରଣନୀତି ଉପରେ ଅଗଷ୍ଟ ୨୦ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମ୍ମୁଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ରିପୋର୍ଟ ଉପସ୍ଥାପନା କରିଯାଇଥିଲା। ଯେଉଥିଁରେ କୁହାଯାଇଛି, ରାଜ୍ୟରେ ପ୍ରାୟ ୩.୪୮ କୋଟି ଲୋକଙ୍କୁ ଆର୍ସେନିକମ୍‌ ଆଲବମ-୩୦ ବଣ୍ଟନ କରାଯାଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ମିଳି ନାହିଁ ଯେ, ଏହି ଔଷଧ କୋଭିଡ-୧୯ର ଚିକିତ୍ସାରେ ସହାୟକ ହେବ। କିନ୍ତୁ ରାଜ୍ୟ ସରକାର ଦାବି କରିଛନ୍ତି ଯେ, କ୍ୱାରାଣ୍ଟାଇନ୍‌ ଅବଧି ସମୟରେ ଆୟୁଷ (ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଓ ହୋମିଓପାଥି)ର ଲାଭ ଉଠାଇଥିବା ୯୯.୬ ପ୍ରତିଶତ ଲୋକ ଏହି ଔଷଧ ବ୍ୟବହାର କରିବା ପରେ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିଲେ। ଆୟୁଷ ଅଧୀନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦିଆଯାଇଥିବା ପରାମର୍ଶ ସହାୟକ ହୋଇଛି। ତେବେ ଆୟୁଷ ଚିକିତ୍ସାର ଫଳପ୍ରଦତାକୁ ଆକଳନ କରିବା ପାଇଁ ଏକ ଗବେଷଣା ମଧ୍ୟ କରାଯାଇଥିଲା ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଏଥିସହ ୩୩, ୨୬୮ଜଣ ଲୋକ ଆଇସୋଲେଶନ୍‌ ଅବଧିରେ ଆୟୁଷ ଔଷଧରୁ ଉପକୃତ ହୋଇଥିଲେ। ସେଥିମଧ୍ୟରୁ ଅଧା ଲୋକ ହୋମିଓପାଥି ଔଷଧ ସେବନ କରିଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସରକାର ଆର୍ସେନିକମ ଆଲବମ-୩୦ ଔଷଧର ସମ୍ଭାବନାକୁ ନେଇ ଆତ୍ମବିଶ୍ୱାସୀ ହୋଇଛନ୍ତି ବୋଲି ରବିବାର ଗୁଜୁରାଟର ମୁଖ୍ୟ ସଚିବ (ସ୍ବାସ୍ଥ୍ୟ) ଜୟନ୍ତୀ ରବି କହିଛନ୍ତି। କାରଣ ଯେଉଁ ହଜାରେକରୋନା ଆକ୍ରାନ୍ତଙ୍କୁ ଏହି ଔଷଧ ଦିଆଯାଇଥିଲା ସେଥିମଧ୍ୟରୁ ୯୯.୬୯ ପ୍ରତିଶତ ଲୋକ ସଂକ୍ରମଣ ମୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେବ ନୂଆ ସଂସଦ ଭବନ: ଦୌଡ଼ରେ ୭ କମ୍ପାନୀ

ନୂଆଦିଲ୍ଲୀ, ୧୫।୭: ଭାରତର ନୂଆ ସଂସଦ ଭବନ ନିର୍ମାଣ କରାଯିବ। ଏଥିପାଇଁ ଦୌଡ଼ରେ ୭ଟି କମ୍ପାନୀ ରହିଛନ୍ତି। ସେସବୁ କମ୍ପାନୀ ମଧ୍ୟରେ ଉତ୍ତରପ୍ରଦେଶ ସରକାରୀ ନିଗମ...

ଆଇନ ମନ୍ତ୍ରଣାଳୟର ଅଧିକାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୫: ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଶାସ୍ତ୍ରୀ ଭବନର ଗୋଟିଏ ମହଲାକୁ ଆଶିଂକ ଭାବେ ସିଲ୍‌ କରାଯାଇଥିବା ସୂଚନା...

ଫୈଜାବାଦ କୋର୍ଟ ବିସ୍ଫୋରଣ ମାମଲା: ୨ ଜଣଙ୍କୁ ଆଜୀବନ ଜେଲ

ଫୈଜାବାଦ, ୨୨ା୧୨(ପି.ଟି.): ୨୦୦୭ ନଭେମ୍ବରରେ ଉତ୍ତର ପ୍ରଦେଶର ଫୈଜାବାଦ କୋର୍ଟରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଶନିବାର ସ୍ବତନ୍ତ୍ର ଆତଙ୍କ ନିରୋଧୀ ଅଦାଲତ ୨ ଅଭିଯୁକ୍ତଙ୍କୁ...

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ...

ଦିଲ୍ଲୀରୁ ଖୁସି ଖବର, ଡେଲ୍ଟା ଭାରିଆଣ୍ଟ୍‌ କ୍ଷେତ୍ରରେ ୯୯ ପ୍ରତିଶତ ପ୍ରଭାବଶାଳୀ ହେଉଛି ଭାକ୍ସିନ୍‌…

ମୁମ୍ବାଇ/ପୁଣେ,୧୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ସଂକ୍ରମଣରୁ...

କରୋନା ସଂକ୍ରମିତ ମହିଳା ହସ୍ପିଟାଲରୁ ଲୁଚି ପଳାଇଲେ, ସ୍ବାମୀ କଲେ ନିଖୋଜ ଅଭିଯୋଗ

ନୂଆଦିଲ୍ଲୀ,୨୨।୧୦:ଗ୍ରେଟର କୈଲାଶ ଅଞ୍ଚଳରେ ରହୁଥିବା ଜଣେ କରୋନା ସଂକ୍ରମିତ ମହିଳା ଏମ୍ସରୁ ଫେରାର୍‌ ହୋଇ ମଧ୍ୟପ୍ରଦେଶର ମୁରୈନା ପଳାଇଯାଇଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଖୋଜ...

ବଇଣ୍ଡାକୁ କରାଗଲା ସମ୍ପୂର୍ଣ୍ଣ ସାନିଟାଇଜ

ବଇଣ୍ଡା,୧୨।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା...

୩୧ ଜାନୁୟାରୀ ପର୍ଯ୍ୟନ୍ତ ରାଲି-ରୋଡ୍‌ ଶୋ’ ଉପରେ କଟକଣା…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ...

Advertisement
Archives

Model This Week