ମୁମ୍ବାଇ: ଫିଲ୍ମ ରିଲିଜ ହେବାକୁ ଆହୁରି ୨ ମାସ ବାକି ଅଛି। ମାତ୍ର ସଲମାନ ତାଙ୍କ ଫିଲ୍ମର ପୋଷ୍ଟର ଶେୟାର କରି ରିଲିଜ ତାରିଖ ବି ଘୋଷଣା କରିସାରିଲେଣି। ୨୦୨୧ରେ ମୋଷ୍ଟ ଅପ୍ଡେଟ୍ ମୁଭି ‘ରାଧେ’ର ରିଲିଜ ତାରିଖ ସାମ୍ନାକୁ ଆସିଛି। ଏହା ଇଦ୍ ଉପଲକ୍ଷେ ରିଲିଜ ହେବ ବୋଲି ଦବଙ୍ଗ ଖାନ୍ କହିଛନ୍ତି। ଏହା ଏକ ଆକ୍ସନ ଫିଲ୍ମ। ପ୍ରଭୁଦେବା ଏହାର ନିର୍ଦ୍ଦେଶନା ଦେଇଛନ୍ତି।
ସଲମାନ ଫିଲ୍ମର ପୋଷ୍ଟର ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ଇଦ୍ କା କମିଟ୍ମେଣ୍ଟ ଥା, ଇଦ୍ ପର ହି ଆୟେଙ୍ଗେ’। ପୋଷ୍ଟରରେ ସଲମାନଙ୍କ ତାଙ୍କର ବଡିର ପରାକ୍ରମ ଦେଖାଇଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ସହ ଦିଶା ପଟାନୀ, ରଣଦୀପ ହୁଡ୍ଡା, ଜ୍ୟାକି ଶ୍ରଫ୍ ପ୍ରମୁଖ ନଜର ଆସିବେ। ଏହା ମେ ୧୩ ଅର୍ଥାତ୍ ଇଦ୍ ଅବସରରେ ରିଲିଜ ହେବ।