ବିଷମକଟକରେ ସୁଧୀର, ସାରକାଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବିଷମକଟକ,୩୦ା୧(ଡି.ଏନ୍‌.ଏ.) ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ସରିବା ପରେ ପ୍ରାର୍ଥୀଙ୍କୁ ଚିହ୍ନ ମିଳିଛି। ଏବେ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ରଣନୀତି ତଥା ଅଙ୍କକଷା ଆରମ୍ଭ କରିଦେଲେଣି। ରାୟଗଡ଼ା ଜିଲା ରାଜନୀତିରେ ବିଷମକଟକ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହା ଜିଲା ବିଜେଡି ସଭାପତି ସୁଧୀର କୁମାର ଦାସ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଉଭୟଙ୍କ ପାଇଁ ଏଠାରେ ସମ୍ମାନର ପ୍ରଶ୍ନ ହୋଇଛି।
ବିଗତ ନିର୍ବାଚନ ଫଳାଫଳକୁ ଦେଖିଲେ ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ରାଜୁତି ଦେଖାଯାଇଥିଲା। କଂଗ୍ରେସ ୫ ଜିଲା ପରିଷଦ ଆସନ ଯଥା ବିଷମକଟକ ବ୍ଲକରେ ୨ଟି, ମୁନିଗୁଡ଼ାରେ ୧, କଲ୍ୟାଣସିଂହପୁରରେ ୧ ଏବଂ କୋଲନରାରେ ୧ ଆସନ ହାତକୁ ନେବାରେ ସଫଳ ହୋଇଥିଲା। ସେହିପରି ବିଜେଡି ୨ ଏବଂ ଭାଜପା ଗୋଟିଏରେ ବିଜୟୀ ହୋଇଥିଲା। ଏଠାରେ ଖୋଦ୍‌ ଜିଲା ବିଜେଡି ସଭାପତି ଗଡ଼ ସମ୍ଭାଳିଥିଲେ ମଧ୍ୟ ଦଳ ବିଷମକଟକ ବ୍ଲକରେ ଗୋଟିଏ ମଧ୍ୟ ଆସନ ହାତେଇବାରେ ସଫଳ ହୋଇ ନ ଥିଲା। ଏଥର ବିଜେଡି ବିଷମକଟକର ସମସ୍ତ ଜିଲା ପରିଷଦ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖି ରଣକୌଶଳ ଆରମ୍ଭ କରିଛି। ହେଲେ କଂଗ୍ରେସ ପିଛା ଛାଡ଼ୁନି। ଯେଉଁ ସ୍ଥାନରେ ଦ୍ୱିମୁଖୀ ଲଢ଼େଇ ଜୋର୍‌ଦାର ହେଉଥିଲା ଏବେ ସେହି ସ୍ଥାନରେ ଚତୁର୍ମୁଖୀ ଲଢ଼େଇ ହେବାକୁ ଯାଉଛି।
୨୦୧୭ରେ ବିଷମକଟକ ବ୍ଳକ ‘କ’ ଜୋନ୍‌ରେ କଂଗ୍ରେସ ୧୨୦୦ ରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିବାବେଳେ ‘ଖ’ ଜୋନ୍‌ରେ ୨୫୦ରୁ ଊର୍ଦ୍ଧ୍ୱ ଭୋଟରେ ଜିତିଥିଲା। ଫଳରେ ବିଜେଡିକୁ ଦୁଇଟି ଆସନ ହରାଇ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ଦଳ ୨୧ ପଞ୍ଚାୟତରେ ସମିତି ସଭ୍ୟ ସଂଗ୍ରହକରି ବିଷମକଟକ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିଲା। ଏଥର ମଧ୍ୟ ସେହି ସବୁ ଜୋନ୍‌ ଅନୁସୂଚିତ ଜନଜାତି ବର୍ଗଙ୍କ ସକାଶେ ସଂରକ୍ଷିତ ରହିଥିବାବେଳେ ବିଜେଡି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଜୟ ଶାନ୍ତି କୁମୁରୁକା ‘ଖ’ ଜୋନ୍‌ରେ, ଭାଜପା ପକ୍ଷରୁ ଗୌତମ ଉଲାକା, କଂଗ୍ରେସ ପକ୍ଷରୁ ନୂଆ ମୁହଁ ଭାବେ କୃଷ୍ଣ ନାଣକା, ବିଏସ୍‌ପି ପକ୍ଷରୁ ସୁରେନ୍ଦ୍ର କେରିଗୁଡ଼ା ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ମୀନକେତନ ହିକକା ଓ ଦମୟନ୍ତୀ ପିଡିକାକା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଜେଡି ବହୁ ଆଗରୁ ନିଜ କର୍ମୀଙ୍କୁ ନେଇ ଗଡ଼ ସଜାଡ଼ିଥିବାବେଳେ କଂଗ୍ରେସ ଉପଯୁକ୍ତ ସମୟରେ ଗଡ଼ରେ ପଶିବା ପରେ ବିଜେଡି ପାଇଁ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ଦଳ ‘କ’ ଜୋନ୍‌ରେ ହାଟ ମୁନିଗୁଡ଼ାର ପୂର୍ବତନ ସରପଞ୍ଚ ସୁଜାତା କାଡ୍ରାକାଙ୍କୁ ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ନୂଆ ମୁହଁଭାବେ ମହିଳା ପ୍ରାର୍ଥୀ ଗୀତା କୃଷିକାଙ୍କୁ ଏବଂ ଭାଜପା ଗୀତା ହିକ୍‌କାଙ୍କୁ ଟିକେଟ ଦେଇଛି। ବିଏସ୍‌ପି ମଧ୍ୟ ପ୍ରାର୍ଥୀ ଦେବାରେ ବିଳମ୍ବ ନ କରି କୁନି ଜାକେସିକାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଏଠାରେ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ଜୋର୍‌ଦାର ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଅସୁସ୍ଥ

ଟିକିରି,୨୯।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକ ସୁପେଲ ଗ୍ରାମର ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନେ ବିଷାକ୍ତ ଛତୁ ଖାଇ ଅସୁସ୍ଥ...

ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ବାହାର ରାଜ୍ୟର ୪୭ ଅଟକ ବ୍ୟକ୍ତି

  ରାୟଗଡ଼ା ଅଫିସ,୩ା୫: ରାୟଗଡ଼ା ବ୍ଲକ୍‌ ଅଧୀନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଗାଁ ସଙ୍ଗରୋଧ କେନ୍ଦ୍ରରେ ଥିବା ୪୭ ଅଟକ ବ୍ୟକ୍ତିଙ୍କୁ ରବିବାର ନିଜ ଅଞ୍ଚଳଙ୍କୁ...

ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ

ନାକଟିଦେଉଳ,୨୩ା୧(ଡି.ଏନ୍‌.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ...

୧୦୯୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ହେବ। ଏଥିରେ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୩୦ଟି...

ଷ୍ଟେଶନରେ ଅକ୍ସିଜେନ ଟ୍ୟାଙ୍କର ଲିକ୍‌

ରାୟଗଡ଼ା ଅଫିସ,୨୫।୫: ରାୟଗଡ଼ା ରେଳ ଷ୍ଟେଶନରେ ସୋମବାର ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଲିକ୍‌ ହୋଇଥିବାବେଳେ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମାଲବାହୀ ଟ୍ରେନ୍‌...

ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ

କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ...

ସ୍ଥାୟୀ ଥଇଥାନ ଦାବିରେ ଭାଜପାର ୧୨ ଘଣ୍ଟିଆ ବନ୍ଦ ପାଳନ

ରାୟଗଡା ଅଫିସ, ୨୫।୧୦: ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ଏବଂ ଜମି ପଟ୍ଟା ପ୍ରଦାନ ଦାବିରେ ସୋମବାର ରାୟଗଡ଼ା ଜିଲା ଭାଜପା ପକ୍ଷରୁ ୧୨ ଘଣ୍ଟା...

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ମୁନିଗୁଡ଼ା,୭।୮(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ବୁଧବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଥାନା ପଛପଟ ଦେଇ ଯାଇଥିବା...

Advertisement
Archives

Model This Week