ବିଷମକଟକରେ ସୁଧୀର, ସାରକାଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବିଷମକଟକ,୩୦ା୧(ଡି.ଏନ୍‌.ଏ.) ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ସରିବା ପରେ ପ୍ରାର୍ଥୀଙ୍କୁ ଚିହ୍ନ ମିଳିଛି। ଏବେ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ରଣନୀତି ତଥା ଅଙ୍କକଷା ଆରମ୍ଭ କରିଦେଲେଣି। ରାୟଗଡ଼ା ଜିଲା ରାଜନୀତିରେ ବିଷମକଟକ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହା ଜିଲା ବିଜେଡି ସଭାପତି ସୁଧୀର କୁମାର ଦାସ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଉଭୟଙ୍କ ପାଇଁ ଏଠାରେ ସମ୍ମାନର ପ୍ରଶ୍ନ ହୋଇଛି।
ବିଗତ ନିର୍ବାଚନ ଫଳାଫଳକୁ ଦେଖିଲେ ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ରାଜୁତି ଦେଖାଯାଇଥିଲା। କଂଗ୍ରେସ ୫ ଜିଲା ପରିଷଦ ଆସନ ଯଥା ବିଷମକଟକ ବ୍ଲକରେ ୨ଟି, ମୁନିଗୁଡ଼ାରେ ୧, କଲ୍ୟାଣସିଂହପୁରରେ ୧ ଏବଂ କୋଲନରାରେ ୧ ଆସନ ହାତକୁ ନେବାରେ ସଫଳ ହୋଇଥିଲା। ସେହିପରି ବିଜେଡି ୨ ଏବଂ ଭାଜପା ଗୋଟିଏରେ ବିଜୟୀ ହୋଇଥିଲା। ଏଠାରେ ଖୋଦ୍‌ ଜିଲା ବିଜେଡି ସଭାପତି ଗଡ଼ ସମ୍ଭାଳିଥିଲେ ମଧ୍ୟ ଦଳ ବିଷମକଟକ ବ୍ଲକରେ ଗୋଟିଏ ମଧ୍ୟ ଆସନ ହାତେଇବାରେ ସଫଳ ହୋଇ ନ ଥିଲା। ଏଥର ବିଜେଡି ବିଷମକଟକର ସମସ୍ତ ଜିଲା ପରିଷଦ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖି ରଣକୌଶଳ ଆରମ୍ଭ କରିଛି। ହେଲେ କଂଗ୍ରେସ ପିଛା ଛାଡ଼ୁନି। ଯେଉଁ ସ୍ଥାନରେ ଦ୍ୱିମୁଖୀ ଲଢ଼େଇ ଜୋର୍‌ଦାର ହେଉଥିଲା ଏବେ ସେହି ସ୍ଥାନରେ ଚତୁର୍ମୁଖୀ ଲଢ଼େଇ ହେବାକୁ ଯାଉଛି।
୨୦୧୭ରେ ବିଷମକଟକ ବ୍ଳକ ‘କ’ ଜୋନ୍‌ରେ କଂଗ୍ରେସ ୧୨୦୦ ରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିବାବେଳେ ‘ଖ’ ଜୋନ୍‌ରେ ୨୫୦ରୁ ଊର୍ଦ୍ଧ୍ୱ ଭୋଟରେ ଜିତିଥିଲା। ଫଳରେ ବିଜେଡିକୁ ଦୁଇଟି ଆସନ ହରାଇ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ଦଳ ୨୧ ପଞ୍ଚାୟତରେ ସମିତି ସଭ୍ୟ ସଂଗ୍ରହକରି ବିଷମକଟକ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିଲା। ଏଥର ମଧ୍ୟ ସେହି ସବୁ ଜୋନ୍‌ ଅନୁସୂଚିତ ଜନଜାତି ବର୍ଗଙ୍କ ସକାଶେ ସଂରକ୍ଷିତ ରହିଥିବାବେଳେ ବିଜେଡି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଜୟ ଶାନ୍ତି କୁମୁରୁକା ‘ଖ’ ଜୋନ୍‌ରେ, ଭାଜପା ପକ୍ଷରୁ ଗୌତମ ଉଲାକା, କଂଗ୍ରେସ ପକ୍ଷରୁ ନୂଆ ମୁହଁ ଭାବେ କୃଷ୍ଣ ନାଣକା, ବିଏସ୍‌ପି ପକ୍ଷରୁ ସୁରେନ୍ଦ୍ର କେରିଗୁଡ଼ା ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ମୀନକେତନ ହିକକା ଓ ଦମୟନ୍ତୀ ପିଡିକାକା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଜେଡି ବହୁ ଆଗରୁ ନିଜ କର୍ମୀଙ୍କୁ ନେଇ ଗଡ଼ ସଜାଡ଼ିଥିବାବେଳେ କଂଗ୍ରେସ ଉପଯୁକ୍ତ ସମୟରେ ଗଡ଼ରେ ପଶିବା ପରେ ବିଜେଡି ପାଇଁ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ଦଳ ‘କ’ ଜୋନ୍‌ରେ ହାଟ ମୁନିଗୁଡ଼ାର ପୂର୍ବତନ ସରପଞ୍ଚ ସୁଜାତା କାଡ୍ରାକାଙ୍କୁ ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ନୂଆ ମୁହଁଭାବେ ମହିଳା ପ୍ରାର୍ଥୀ ଗୀତା କୃଷିକାଙ୍କୁ ଏବଂ ଭାଜପା ଗୀତା ହିକ୍‌କାଙ୍କୁ ଟିକେଟ ଦେଇଛି। ବିଏସ୍‌ପି ମଧ୍ୟ ପ୍ରାର୍ଥୀ ଦେବାରେ ବିଳମ୍ବ ନ କରି କୁନି ଜାକେସିକାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଏଠାରେ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ଜୋର୍‌ଦାର ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?