Posted inଜାତୀୟ

ଶୂନ୍ୟକାଳରେ ପ୍ରଶ୍ନ: ବିବାହରେ ୫୦ ବରଯାତ୍ରୀ-୧୧ ପ୍ରକାର ଖାଦ୍ୟ ବାଧ୍ୟତା ମୂଳକ…

ନୂଆଦିଲ୍ଲୀ, ୩୦।୩ : କଂଗ୍ରେସ ଏମ୍‌ପି ଜସବୀର ସିଂ ଗିଲ ବୁଧବାର ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଏକ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ଯେ ବିବାହରେ ସର୍ବାଧିକ ୫୦ ବରଯାତ୍ରୀ ଏବଂ ୧୧ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେବା ବାଧ୍ୟତାମୂଳକ କରାଯାଉ। ଶୂନ୍ୟକାଳରେ ସେ ଏହି ଦାବି ଗୃହରେ ଉଠାଇଥିଲେ।

ଗିଲ କହିଛନ୍ତି ଯେ ଆମ ଦେଶରେ ବିବାହରେ ବହୁତ ଖର୍ଚ୍ଚ ହୋଇଥାଏ। ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ବର୍ତ୍ତମାନ ଏହି ଆଇନ ପ୍ରଣୟନ କରାଯିବା ଉଚିତ।

ପଡୋଶୀ ଦେଶ ପାକିସ୍ତାନରେ ଏଭଳି ଆଇନ ପ୍ରଣୟନ କରାଯାଇଛି ଏବଂ ଭାରତରେ ମଧ୍ୟ ଏହି ଆଇନ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ଗିଲ କହିଛନ୍ତି। ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଏହା ଆଇନ ଦ୍ୱାରା ନୁହେଁ ବରଂ ଇଛା ଶକ୍ତି ଦ୍ୱାରା ହୋଇ ପାରିବ। ଯଦି ଏମ୍‌ପିମାନେ ନିଜେ ଏହା କରିବା ଆରମ୍ଭ କରନ୍ତି, ତେବେ ସମଗ୍ର ଦେଶର ଜନତା ମଧ୍ୟ ଏହା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ: ନଡ୍ଡା

ନୂଆଦିଲ୍ଲୀ,୨୦ା୧୦: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ) ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ। କୋଭିଡ୍‌ ମହାମାରୀ ଯୋଗୁ ଏହା ବିଳମ୍ବ ହୋଇଯାଇଛି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା...

ନିଆଁ ଭିତରେ ଯୋଗ କଲେ ଭାଜପା ଏମ୍‌ପି

ଜୟପୁର,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସରେ ଅବସରରେ ସାରା ଦେଶରେ ଯୋଗର ଆସର ଜମିଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତାଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ଯୋଗ କରୁ୍‌ଥିବା ଭିଡିଓ ସୋସିଆଲ...

ଦିଲ୍ଲୀ ପରେ ମୁମ୍ବାଇରେ ମୋଦି ବିରୋଧୀ ପୋଷ୍ଟର…

ମୁମ୍ବାଇ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଭାକ୍ସିନ୍‌ ଅଭାବକୁ ନେଇ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ବିବାଦୀୟ ପୋଷ୍ଟର ଲଗାଯାଇଥିଲା।...

୩ ଆଇଏସ୍‌ ସହଯୋଗୀ ଗିରଫ

ନୂଆଦିଲ୍ଲୀ,୨୬ା୧୧: ଆଇଏସ୍‌ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ୩ ଆତଙ୍କବାଦୀଙ୍କୁ ବିସ୍ଫୋରକ ସହ ଦିଲ୍ଲୀ ପୋଲିସ ଆସାମ୍‌ର ଗୋଲ୍‌ପାରାରୁ ଗିରଫ କରିଛି। ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ...

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ...

ଫିଲ୍ମକୁ ଦେଖିବା ପାଇଁ ଆସାମରେ ସରକାରୀ କର୍ମଚାରୀ ନେଇପାରିବେ ଅଧା ଦିନ ଛୁଟି

ଦିସପୁର,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ...

ବରେଲି ବଜାରରେ ୩୦ ଫୁଟର ଝୁମ୍‌କା

ବଲିଉଡ୍‌ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍‌କା ଗିରା ରେ ବରେଲି କେ ବାଜାର ମେଁ’...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ...

Advertisement
Archives

Model This Week