Posted inଜାତୀୟ

କଂଗ୍ରେସ ସ୍ଥାନରେ ପହଞ୍ଚିବାକୁ ଏଏପିକୁ ଲାଗିବ ୨୦ ବର୍ଷ, କହିଲେ ପ୍ରଶାନ୍ତ…

ନୂଆଦିଲ୍ଲୀ, ୩୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଏକପାଖିଆ ବିଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ଜାତୀୟ ସ୍ତରରେ ପାଦ ବିସ୍ତାର କରିବା ଆରମ୍ଭ କରିଛି। ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏବେ ଦଳର ରଣନୀତିଜ୍ଞମାନେ ବ୍ୟସ୍ତ ଅଛନ୍ତି। ଦେଶରେ କଂଗ୍ରେସର ସ୍ଥାନ ହାସଲ କରିବା ପାଇଁ ଦଳର ପ୍ରୟାସ ଜାରି ରହିଛି। ଏପରିସ୍ଥଳେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ଯେ, କଂଗ୍ରେସ ସ୍ଥାନ ନେବାକୁ ଏଏପିକୁ ୨୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ପରିସଂଖ୍ୟାନ ସହିତ ପ୍ରଶାନ୍ତ କିଶୋର ଏହାକୁ ବୁଝାଇଛନ୍ତି। ଏକ ସାକ୍ଷାତ୍‌କାରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ କେନ୍ଦ୍ରରେ ଶାସକ ଭାଜପା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆମ ଆଦମୀ ପାର୍ଟିକୁ ବହୁ ସମୟ ଅପେକ୍ଷା କରିବାକୁ ପଡିବ। ସେ କହିଛନ୍ତି ଯେ ଭାଜପା ସମକ୍ଷକ ହେବାକୁ ଏଏପିକୁ ୧୫ ରୁ ୨୦ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ। ସେ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ଏଏପି ମୋଟ ୨୭ ଲକ୍ଷ ଭୋଟ ପାଇଛି। ଏଥିସହ ସେ କହିଛନ୍ତି ଯେ କେନ୍ଦ୍ରରେ ପ୍ରତିଦ୍ୱନ୍ଦିତା କରିବା ପାଇଁ କୌଣସି ଦଳ ପାଇଁ ୨୦ କୋଟିରୁ ଅଧିକ ଭୋଟ ଆବଶ୍ୟକ। ଏଭଳି ପରିସ୍ଥିତିରେ ଏଏପିକଚ ୨୭ ଲକ୍ଷରୁ ୨୦ କୋଟି ଭୋଟରେ ଯାତ୍ରା କରିବାକୁ ଆଉ ୧୫ରୁ୨୦ ବର୍ଷ ସମୟ ଲାଗିବ। ତେବେ ଏଏପି ଭାଜପାକୁ କ୍ଷମତାରୁ ହଟାଇବା ସ୍ଥିତିରେ ରହିବ।

ସେ କହିଛନ୍ତି ଯେ ନିର୍ବାଚନ ଏକ ଚମତ୍କାର ନୁହେଁ, ଯାହା ରାତାରାତି ଘଟିବ। ପ୍ରଶାନ୍ତ କହିଛନ୍ତି ଗୋଟିଏ କିମ୍ବା ଦୁଇଟି ରାଜ୍ୟରେ ଜିତିବା ଏକ ଭିନ୍ନ କଥା ହୋଇପାରେ କିନ୍ତୁ ଲୋକସଭା ନିର୍ବାଚନରେ ଜିତିବା ସମ୍ପୂର୍ଣ୍ଣ ଅଲଗା। ପ୍ରଶାନ୍ତ କହିଛନ୍ତି କେବଳ ଭାଜପା ଏବଂ କଂଗ୍ରେସ ହେଉଛି ଜାତୀୟ ଦଳ।

ସେ କହିଛନ୍ତି ଯେ ନିୟମ ଆଧାରରେ ଯେକୌଣସି ଦଳ ଜାତୀୟ ଦଳର ମାନ୍ୟତା ପାଇପାରିବେ, କିନ୍ତୁ ଲୋକସଭା ନିର୍ବାଚନରେ ଜିତିବା ଏବଂ କେନ୍ଦ୍ରର କ୍ଷମତା ଦଖଲ କରିବା ଏକ ଭିନ୍ନ ପ୍ରସଙ୍ଗ। ଭାରତୀୟ ଗଣତନ୍ତ୍ର ଇତିହାସରେ ଏପର୍ଯ୍ୟନ୍ତ କେବଳ କଂଗ୍ରେସ ଏବଂ ଭାଜପା ସମଗ୍ର ଦେଶର ଦଳ ହୋଇପାରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହାର ଅର୍ଥ ନୁହେଁ ଯେ ଅନ୍ୟ କୌଣସି ଦଳ ଏପରି ସ୍ଥିତି ହାସଲ କରିପାରିବେ ନାହିଁ, କିନ୍ତୁ ଏହାକୁ ଅତି କମରେ ୧୫ରୁ ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡିବ।

ଏହି ପରିବର୍ତ୍ତନଗୁଡ଼ିକ ରାତାରାତି ଘଟି ନଥାଏ। ଆଜିର ସ୍ଥିତିକୁ ଆସିବାକୁ ଭାଜପାକୁ ୫୦ ବର୍ଷ ଲାଗିଛି। ୨୯୭୮ରେ ଭାଜପା ପ୍ରୟାସ ଆରମ୍ଭ କରିଥିଲା। ବହୁ ବର୍ଷ ପରେ ଦଳକୁ ଏକ ମେଣ୍ଟ ସରକାର ଗଠନ କରିବାରେ ସଫଳତା ମିଳିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ବମ୍ପର ଭୋଟ ପାଇଥିଲା। ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ଜନସାଧାରଣଙ୍କ ସମର୍ଥନ ହାସଲ କରିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ୧୭.୧୬ କୋଟି ଭୋଟ ପାଇଛି। ଏଥି ସହିତ, ୨୦୧୯ ସାଧାରଣ ନିର୍ବାଚନରେ ଏହା ୨୨.୯୦ କୋଟିକୁ ବୃଦ୍ଧି ପାଇଛି। ୨୦୧୯ ରେ ଉତ୍ତରପ୍ରଦେଶ ୪.୨୮ କୋଟି, ପଶ୍ଚିମବଙ୍ଗ ରେ ୨.୩୦ କୋଟି, ମଧ୍ୟପ୍ରଦେଶରେ ୨.୧୪ କୋଟି, ରାଜସ୍ଥାନରେ ୧.୯୦ କୋଟି, ଗୁଜୁରାଟରେ ୧.୮୦ କୋଟି ଏବଂ ମହାରାଷ୍ଟ୍ରରେ ୧.୪୯ କୋଟି ଭୋଟ ଭାଜପା ଖାତାକୁ ଯାଇଛି।

ଭୋଟ ଦୃଷ୍ଟିରୁ କଂଗ୍ରେସ ଦ୍ୱିତୀୟ ନମ୍ବର ଦଳ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାୟ୧୨ କୋଟି ଭୋଟ ପାଇଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଏହା ୧୯.୩ ପ୍ରତିଶତଥିଲା। ୨୦୧୯ ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ ୧୯.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୨୦୧୯ ନିର୍ବାଚନରେ କଂଗ୍ରେସ ୨୦୧୪ ତୁଳନାରେ ଏକ କୋଟି ୨୫ ଲକ୍ଷରୁ ଅଧିକ ଭୋଟ ପାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri