ଦେଶୀ ବନ୍ଧୁକ କାରଖାନା ଚଢ଼ାଉର ସ୍ବଚ୍ଛତାକୁ ନେଇ ପ୍ରଶ୍ନ

ନୟାଗଡ଼ ଅଫିସ,୧୬।୩:ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଥାନା ପୋଲିସ ନୟାଗଡ଼ ଜିଲା ଓଡ଼ଗଁା ଥାନା ବାହାଡାଝୋଲା ଫାଣ୍ଡି ଡିମିରିପଲ୍ଲୀ ଆଦିବାସୀ ସାହି ଉପରେ ଚଢ଼ାଉ କର ଦେଶୀ ବନ୍ଧୁକ କାରଖାନା ଠାବ କରିବା ଘଟଣା ନୂଆ ମୋଡ ନେଇଛି । ଚଢ଼ାଉ ପୂର୍ବ ଓ ଚଢ଼ାଉ ପରେ ଓଡ଼ଗଁା ଥାନା ପୋଲିସକୁ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଅବଗତ କରିନି । ପୁଣି ଅଭିଯୁକ୍ତଙ୍କଠାରୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ନେଇଥିଲେ ମଧ୍ୟ ସେନେଇ ଗଣମାଧ୍ୟମକୁ ସେ ସମ୍ପର୍କରେ ସୂଚନା ଦେଇନି । ଜଣେ କାଠ କାରିଗରକୁ ଦେଶୀ ବନ୍ଧୁକ କାରିଗର ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅଭିଯୋଗ ଉଠିଛି। ଦେଶୀ ବନ୍ଧୁକ କାରଖାନା ଉପରେ ଚଢ଼ାଉକୁ ଅନୁଧ୍ୟାନ କଲେ ଜଗନ୍ନାଥପ୍ରସାଦ ଥାନା ପୋଲିସର କାର୍ଯ୍ୟ ସନ୍ଦେହଘେରକୁ ଆସିଛି।
ଜଗନ୍ନାଥପ୍ରସାଦ ଥାନା ପୋଲିସର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ୨୬ ତାରିଖ ରାତିରେ ପାଟ୍ରୋଲିଂ ବେଳେ ଖଇରପଟି ଗଁାରେ ସୁଶାନ୍ତ ନାୟକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରାଯାଇଥିଲା। ସୁଶାନ୍ତଙ୍କଠାରୁ ହାତହତିଆର ଓ ବନ୍ଧୁକ ଜବତ ହୋଇଥିଲା। ପଚରାଉଚୁରା ପରେ ବନ୍ଧୁକଟି ଓଡ଼ଗଁା ଥାନା ବାହାଡାଝୋଲା ଫାଣ୍ଡି ଡିମିରିପଲ୍ଲୀର ମୋହନ ମଳିକଙ୍କଠାରୁ କିଣିଥିବା ସୁଶାନ୍ତ କହିଥିଲେ । ସୁଶାନ୍ତଙ୍କ ସୂଚନାକୁ ଆଧାର କରି ଜଗନ୍ନାଥପ୍ରସାଦ ଥାନା ପୋଲିସ ଗତ ୧୨ ତାରିଖ ରାତିରେ ଡିମିରିପଲ୍ଲିରେ ଚଢ଼ାଉ କରି ଦେଶୀ ବନ୍ଧୁକ କାରଖାନା ଠାବ କରିଥିଲା । ଏପରିକି ୩ଟି ବନ୍ଧୁକ ଜବତ କରି ମୋହନ ମଳିକଙ୍କୁ ଗିରଫ କରିଥିଲା । ଅନ୍ୟପକ୍ଷେ ବାପ ପୁଅ ବନ୍ଧୁକ ତିଆରି କରୁଥିବା କହୁଥିବାବେଳେ କେବଳ ବାପାଙ୍କ ନଁାରେ ୧୨୬/୨୩ରେ ମାମଲା ରୁଜୁ କରିଥିଲା । ଡିମରିପଲ୍ଲୀରେ ୩୦ ବର୍ଷ ହେଲା ବନ୍ଧୁକ ନିର୍ମାଣ ହେଉଥିଲା । ବନ୍ଧୁକ ନୟାଗଡ, ଦଶପଲ୍ଲା, ଗଞ୍ଜାମ, କନ୍ଧମାଳକୁ ଚାଲାଣ ହେଉଥିଲା ବୋଲି କହିଥିଲା । ସେହିପରି ଅଭିଯୁକ୍ତ ମୋହନ ମଳିକଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ୧୨ ତାରିଖ ରାତିରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ଅତର୍କିିତ ଚଢ଼ାଉ କରିଥିଲେ। ୧୧ ଜଣ ପୋଲିସ ଘରେ ପଶି ତନଖି କରି ଧମକଚମକ ଦେବା ସହ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଘରୁ କେବଳ ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ତାର କାଗଜପତ୍ର ନେଇଥିଲେ।
ପଚରାଉଚୁରା ପାଇଁ ଥାନାକୁ ନିଆଯାଉଥିବା କହି ବନ୍ଧୁକ ନିର୍ମାଣ କରିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି କହି କାନ୍ଦି ପକାଇଥିଲେ। ଅନ୍ୟପକ୍ଷେ ମୋହନଙ୍କ ପରିବାର ଲୋକେ କାଠ କାମ କରି ପେଟ ପୋଷୁଥିଲେ ବୋଲି କହିଛନ୍ତି।
ଅଭିଯୁକ୍ତ ପରିବାର ଓ ଜଗନ୍ନାଥପ୍ରସାଦ ଥାନା ପୋଲିସର ସୂଚନାକୁ ଅନୁଧ୍ୟାନ କଲେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
କେଉଁଠି ନଁା କେଉଁଠି ତଦନ୍ତରେ କେଁ ରଖାଯାଇ ତଦନ୍ତକୁ ଜାଣିଶୁଣି ବାଟବଣା କରାଯାଉଛି ବୋଲି ଅଭିଯୋଗ ଉଠିଛି । ବାପ ପୁଅ ବନ୍ଧୁକ ତିଆରି କରୁଥିବାବେଳେ ମକଦ୍ଦମାରୁ ପୁଅକୁ କାହିଁକି ବାଦ୍‌ ଦିଆଗଲା।
ପୁଅ କାହିଁକି ତଦନ୍ତ ପରିସର ଭୁକ୍ତ ହେବନି। ଘଟଣା ସମ୍ପର୍କରେ ଓଡ଼ଗଁା ଥାନା ପୋଲିସ ଜାଣିଥିଲେ ପୁଅ ମଧ୍ୟ ଗିରଫ ହୋଇଥାନ୍ତା ।
ଦେଶୀ ବନ୍ଧୁକ କାରଖାନା ଠାବ କରିବାରେ ଯଦି ଓଡ଼ଗଁା ଥାନା ପୋଲିସର କାର୍ଯ୍ୟକଳାପ ଉପରେ ଜଗନ୍ନାଥପ୍ରସାଦ ପୋଲିସର ସନ୍ଦେହ ହେଲା ଗିରଫ ପରେ ନିଜ ଥାନାକୁ ଯାଇ ଘଟଣା ସମ୍ପର୍କରେ ଓଡ଼ଗଁା ଥାନା ପୋଲିସକୁ ଅବଗତ କରାଯାଇ ପାରିଥାନ୍ତା।
ଅଭିଯୁକ୍ତ ଗିରଫ ହେବାର ୪ଦିନ ବିତି ଯିବାକୁ ବସିଥିବାବେଳେ ଓଡ଼ଗଁା ପୋଲିସକୁ ଏଯାବତ ଜଗନ୍ନାଥପ୍ରସାଦ ଥାନା ପୋଲିସ ସୂଚନା ନଦେବା ସ୍ବଚ୍ଛତା ଉପରେ ଦାଗ ଲଗାଇଛି । ଦେଶୀ ବନ୍ଧୁକ କାରଖାନା ଠାବ ଓ ଅଭିଯୁକ୍ତ ଗିରଫ ଘଟଣାର କେତେ ସତ୍ୟାସତ୍ୟ ରହିଛି ଘଟଣାର ପୁଙ୍ଖାପୁଙ୍ଖ ତଦନ୍ତ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି । ଏନେଇ ଓଡ଼ଗଁା ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ପଚାରିବାରୁ କହିଥିଲେ ବାହାଡାଝୋଲା ଫାଣ୍ଡିର ଡିମିରିପଲ୍ଲୀ ଗଁାରେ ଦେଶୀ ବନ୍ଧୁକ କାରଖାନା ଠାବ ଓ ଜଣେ ଗିରଫ ସମ୍ପର୍କରେ ଆମକୁ ଜଗନ୍ନାଥପ୍ରସାଦ ଥାନା ପୋଲିସ ଅବଗତ କରିନି । ଏନେଇ ଆମେ କେବଳ ଶୁଣିଛୁ । ଘଟଣାର ସତ୍ୟାସତ୍ୟ ଜାଣି ନାହୁଁ ।
ଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କୁ ପଚାରିବାରୁ କହିଥିଲେ ଚଢ଼ାଉ ପରେ ଅଥବା ପୂର୍ବରୁ ସୂଚନା ଦେବାର ଆବଶ୍ୟକତାା ଥିଲା। ତେବେ ଜଗନ୍ନାଥପ୍ରସାଦ ଥାନା ପୋଲିସ ଆମକୁ ଏନେଇ ଅବଗତ କରାଇନି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଥ ଉତ୍ସବର ତୃତୀୟ ଦିବସ: ପ୍ରାତଃରେ ଭକ୍ତିଭାବର ପରିବେଶ

କଟକ ଅଫିସ, ୧୬।୧୧: ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ପଥ ଉତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ସକାଳୁ ସକାଳୁ ପଥ ଉତ୍ସବକୁ ଉପଭୋଗ କରିବା ପାଇଁ...

ଦୋକାନ ତାଲା ଭାଙ୍ଗି ଟେକିନେଲେ କ୍ୟାଶ୍‌ ବାକ୍ସ

ବ୍ରଜରାଜନଗର,୧୬ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଆଜାଦ ଛକଠାରେ ଥିବା ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ଜଗବନ୍ଧୁ କବି...

ମାନବାଧିକାର କମିଶନ ସଦସ୍ୟା ପରିଚୟ ଦେଇ ଠକେଇ, ୩ ଅଟକ

ବଲସକୁମ୍ପା,୨୬ା୧୨: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ବେସରକାରୀ ଭାବେ ଚାଷୀମାନଙ୍କଠାରୁ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରି ପଞ୍ଜୀକରଣ କରୁଥିବା ଅଭିଯୋଗରେ ପୋଲିସ ୨ଜଣ...

ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ...

ପରିତ୍ୟକ୍ତ କୂଅରୁ ଜଙ୍ଗଲି ବାର୍‌ହା ଉଦ୍ଧାର

ଛେଣ୍ଡିପଦା,୨୪।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ବାହାଳସାହି ଗାଁ ନିକଟ ପରିତ୍ୟକ୍ତ କୂଅରୁ ଶୁକ୍ରବାର ଏକ ବାର୍‌ହା ଉଦ୍ଧାର ହୋଇଛି। କୂଅରେ ବାର୍‌ହା ପଡିଥିବା ନେଇ...

କଟକ ସହରରୁ ୯୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୦।୧୦-କଟକ ସହରରୁ ଶନିବାର ମୋଟ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୦...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ ଅଫିସ,୬ା୨: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ କନ୍ଧମାଳ ଜିଲା ଭେଟକୋଲ ଘାଟି ଏହି ଦୁର୍ଘଟଣା ଘଟିଛି।...

ଧବଳେଶ୍ୱର ପୀଠରେ ୧୪୪ ଧାରା

କଟକ ଅଫିସ,୧୩।୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ...

Advertisement
Archives

Model This Week