ଶିଶୁଙ୍କୁ ବଣ୍ଟନ ହେଉଥିବା ଛତୁଆରେ ବାଲି, ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼ ଅଫିସ,୪।୮: ନୟାଗଡ଼ ଜିଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଣ ହେଉଥିବା ଛତୁଆର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି। ଏହାର ମାନ ଭଲ ନ ଥିଲେ ମଧ୍ୟ ଏହାକୁ ଛୋଟ ଛୋଟ ଶିଶୁ ଓ ଗର୍ଭବତୀଙ୍କୁ ଦିଆଯାଉଛି। ମାଙ୍କପଲ୍ଲୀ ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ବଣ୍ଟନ ହୋଇଥିବା ଛତୁଆ ବାଲିଆ ଲାଗିବା ପରେ ଏହାର ମାନ ନେଇ ସୃଷ୍ଟ ସନ୍ଦେହ ସତ୍ୟ ବୋଲିି ପ୍ରମାଣିତ ହୋଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର କେତେଜଣ ଅଭିଭାବକ ଜିଲା ସମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲୁଓ)ଙ୍କୁ ବୁଧବାର ଫେରାଦ୍‌ ହୋଇଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ ଅଭିଯୋଗ ପାଇବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ନୟାଗଡ଼ ଜିଲାରେ ରହିଛି ୧୫୮୪ ଅଙ୍ଗନୱାଡି କେନ୍ଦ୍ର। ଏଥିରୁ ଭାପୁର ବ୍ଲକରେ ୧୫୩, ଦଶପଲ୍ଲା ବ୍ଲକରେ ୨୨୯, ଗଣିଆ ବ୍ଲକରେ ୮୨, ଖଣ୍ଡପଡା ବ୍ଲକରେ ୧୬୯, ନୟାଗଡ଼ ବ୍ଲକରେ ୨୩୦, ନୂଆଗଁା ବ୍ଲକରେ ୧୬୮, ଓଡଗଁା ବ୍ଲକରେ ୨୩୦, ରଣପୁର ବ୍ଲକରେ ୩୨୩ କେନ୍ଦ୍ର ରହିଛି। ଜିଲାରେ ୬ମାସ ଠାରୁ ୩ ବର୍ଷର ଶିଶୁ ୧୫୮୪, ୩ରୁ ୬ ବର୍ଷର ଶିଶୁ ୩୧ ହଜାର ୬୭୨, ଗର୍ଭବତୀ ମହିଳା ଓ ପ୍ରସୂତି ମା ୧୨ ହଜାର ୨୬ ଏପରି ମୋଟରେ ୮୦ ହଜାର ୩୩୫ ଥିବା ସରକାରୀ ରେକର୍ଡ କହୁଛି। ଏମାନଙ୍କ ପାଇଁ ଯୋଗାଣ ହେଉଥିବା ଛତୁଆର ମାନ ଠିକ୍‌ ନୁହେଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ଏନେଇ ଗଣିଆର ସୌଦାମିନୀ ନାୟକ କୁହନ୍ତି, ଛତୁଆ ସ୍ବାଦିଷ୍ଟ ରହୁନି। ଏହା ଶିଶୁ ଓ ଗର୍ଭବତୀଙ୍କ ପାଇଁ ଆସୁଥିବାବେଳେ ଅଧିକାଂଶ ଏହାକୁ ନ ଖାଇ ଗୋରୁ ଗାଈଙ୍କୁ ଖାଇବାକୁ ଦେଇଛନ୍ତି। ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି। ଏଣୁ ଚୁପ ହୋଇ ରଖିବାକୁ ବାଧ୍ୟ ହେଉଛୁ। ରଣପୁରର ମନିଷା ସାହୁ କୁହନ୍ତି, ଗୁଣବତ୍ତା ନ ଥାଇ ଛତୁଆ ଶିଶୁ ଓ ଗର୍ଭବତୀଙ୍କୁ ଦେବା ଠିକ୍‌ ନୁହେଁ। ଛତୁଆ ଯେଉଁମାନେ ଖାଉଛନ୍ତି ତାହା କାମରେ ଲାଗିବନି। ଯଦି ସରକାର ଛତୁଆ ଦେଉଛନ୍ତି ତା’ହେଲେ କ୍ୱାଲିଟି ରଖୁ ନାହାନ୍ତି କାହିଁକି। ଓଡ଼ଗଁାର ରାମଚନ୍ଦ୍ର ସାହୁ କୁହନ୍ତି, ୨ ପ୍ରକାର ଛତୁଆ ଅସୁଛି। କ୍ୱାଲିଟି ଟେଷ୍ଟ ପାଇଁ ଉନ୍ନତମାନର ଛତୁଆ ଦେଇ ଗୁଣବତ୍ତା ହାସଲ କରାଯାଉଛି। ତେବେ ମାନ ଭଲ ନ ଥିବା ଛତୁଆ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦେଇ ସେମାନଙ୍କୁ ରୋଗିଣା କରାଯାଉଛି। ଏହା କେତେଦୂର ଠିକ୍‌ ସେନେଇ କେହି ମୁହଁ ଖୋଲୁ ନାହାନ୍ତି। ଯେଉଁ ଅଙ୍ଗନୱାଡି ଏହି ଛତୁଆ ଦେଉଛନ୍ତି ତାଙ୍କୁ ଖାଇବାକୁ ଦେଲେ ସେମାନେ ଖାଇବେନି ବୋଲି ସେ କହିଛନ୍ତି। ମାଙ୍କପଲ୍ଲୀର ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି, ଛତୁଆ ବାଲିଆ ଲାଗିଲା। ଚଲାରେ ଚଲାଇବା ପରେ ବାଲି ବାହାରିଲା। ଜାଣି ଶୁଣି ନିମ୍ନମାନର ଛତୁଆ କିପରି ଛୋଟ ଶିଶୁଙ୍କୁ ଦେବୁ। ଗତ ମାସରେ ଛତୁଆରୁ ଗୋଡ଼ି ବାହାରିଥିଲା। ଏଣୁ ଛତୁଆର ମାନ ପରୀକ୍ଷଣ ପାଇଁ ଅତର୍କିିତ ଭାବେ ଚଢ଼ାଉ କରାଯିବା ଦରକାର। ହେଲେ ଦୁର୍ନୀତିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସାମିଲ୍‌ ଥିବାରୁ ମାଙ୍କପଲ୍ଲୀ ଛତୁଆ ପ୍ରସଙ୍ଗ ଶୀତଳ ଭଣ୍ଡାରକୁ ଚାଲିଯିବ। ଏହା କେବଳ ଲୋକ ଦେଖାଣିଆ ତଦନ୍ତ ହେଉଛି। ତଦନ୍ତ ଆରମ୍ଭରୁ ଚାପ ପଡିବା ଆରମ୍ଭ ହୋଇଗଲାଣି। ଏହାକୁ ଚପାଇ ଦେବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ ମମତା ରାଣୀ ପାତ୍ର କୁହନ୍ତି, ମାଙ୍କପଲ୍ଲୀ ଛତୁଆରୁ ବାଲି ବାହାରିବା ଘଟଣାର ଲିଖିତ ଅଭିଯୋଗ ମିଳିନି। ତେବେ ମୌଖିକ ଅଭିଯୋଗ ରହିଛି। ନାଗଡ ସିଡିପିଓ ଏହାର ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ପଦକ୍ଷେପ ନେବି। ଅନ୍ୟ କେଉଁଠାରେ ଛତୁଆର ମାନ ନେଇ ଅଭିଯୋଗ ମିଳିନି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?