ଶିଶୁଙ୍କୁ ବଣ୍ଟନ ହେଉଥିବା ଛତୁଆରେ ବାଲି, ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼ ଅଫିସ,୪।୮: ନୟାଗଡ଼ ଜିଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଣ ହେଉଥିବା ଛତୁଆର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି। ଏହାର ମାନ ଭଲ ନ ଥିଲେ ମଧ୍ୟ ଏହାକୁ ଛୋଟ ଛୋଟ ଶିଶୁ ଓ ଗର୍ଭବତୀଙ୍କୁ ଦିଆଯାଉଛି। ମାଙ୍କପଲ୍ଲୀ ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ବଣ୍ଟନ ହୋଇଥିବା ଛତୁଆ ବାଲିଆ ଲାଗିବା ପରେ ଏହାର ମାନ ନେଇ ସୃଷ୍ଟ ସନ୍ଦେହ ସତ୍ୟ ବୋଲିି ପ୍ରମାଣିତ ହୋଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର କେତେଜଣ ଅଭିଭାବକ ଜିଲା ସମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲୁଓ)ଙ୍କୁ ବୁଧବାର ଫେରାଦ୍‌ ହୋଇଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ ଅଭିଯୋଗ ପାଇବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ନୟାଗଡ଼ ଜିଲାରେ ରହିଛି ୧୫୮୪ ଅଙ୍ଗନୱାଡି କେନ୍ଦ୍ର। ଏଥିରୁ ଭାପୁର ବ୍ଲକରେ ୧୫୩, ଦଶପଲ୍ଲା ବ୍ଲକରେ ୨୨୯, ଗଣିଆ ବ୍ଲକରେ ୮୨, ଖଣ୍ଡପଡା ବ୍ଲକରେ ୧୬୯, ନୟାଗଡ଼ ବ୍ଲକରେ ୨୩୦, ନୂଆଗଁା ବ୍ଲକରେ ୧୬୮, ଓଡଗଁା ବ୍ଲକରେ ୨୩୦, ରଣପୁର ବ୍ଲକରେ ୩୨୩ କେନ୍ଦ୍ର ରହିଛି। ଜିଲାରେ ୬ମାସ ଠାରୁ ୩ ବର୍ଷର ଶିଶୁ ୧୫୮୪, ୩ରୁ ୬ ବର୍ଷର ଶିଶୁ ୩୧ ହଜାର ୬୭୨, ଗର୍ଭବତୀ ମହିଳା ଓ ପ୍ରସୂତି ମା ୧୨ ହଜାର ୨୬ ଏପରି ମୋଟରେ ୮୦ ହଜାର ୩୩୫ ଥିବା ସରକାରୀ ରେକର୍ଡ କହୁଛି। ଏମାନଙ୍କ ପାଇଁ ଯୋଗାଣ ହେଉଥିବା ଛତୁଆର ମାନ ଠିକ୍‌ ନୁହେଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ଏନେଇ ଗଣିଆର ସୌଦାମିନୀ ନାୟକ କୁହନ୍ତି, ଛତୁଆ ସ୍ବାଦିଷ୍ଟ ରହୁନି। ଏହା ଶିଶୁ ଓ ଗର୍ଭବତୀଙ୍କ ପାଇଁ ଆସୁଥିବାବେଳେ ଅଧିକାଂଶ ଏହାକୁ ନ ଖାଇ ଗୋରୁ ଗାଈଙ୍କୁ ଖାଇବାକୁ ଦେଇଛନ୍ତି। ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି। ଏଣୁ ଚୁପ ହୋଇ ରଖିବାକୁ ବାଧ୍ୟ ହେଉଛୁ। ରଣପୁରର ମନିଷା ସାହୁ କୁହନ୍ତି, ଗୁଣବତ୍ତା ନ ଥାଇ ଛତୁଆ ଶିଶୁ ଓ ଗର୍ଭବତୀଙ୍କୁ ଦେବା ଠିକ୍‌ ନୁହେଁ। ଛତୁଆ ଯେଉଁମାନେ ଖାଉଛନ୍ତି ତାହା କାମରେ ଲାଗିବନି। ଯଦି ସରକାର ଛତୁଆ ଦେଉଛନ୍ତି ତା’ହେଲେ କ୍ୱାଲିଟି ରଖୁ ନାହାନ୍ତି କାହିଁକି। ଓଡ଼ଗଁାର ରାମଚନ୍ଦ୍ର ସାହୁ କୁହନ୍ତି, ୨ ପ୍ରକାର ଛତୁଆ ଅସୁଛି। କ୍ୱାଲିଟି ଟେଷ୍ଟ ପାଇଁ ଉନ୍ନତମାନର ଛତୁଆ ଦେଇ ଗୁଣବତ୍ତା ହାସଲ କରାଯାଉଛି। ତେବେ ମାନ ଭଲ ନ ଥିବା ଛତୁଆ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦେଇ ସେମାନଙ୍କୁ ରୋଗିଣା କରାଯାଉଛି। ଏହା କେତେଦୂର ଠିକ୍‌ ସେନେଇ କେହି ମୁହଁ ଖୋଲୁ ନାହାନ୍ତି। ଯେଉଁ ଅଙ୍ଗନୱାଡି ଏହି ଛତୁଆ ଦେଉଛନ୍ତି ତାଙ୍କୁ ଖାଇବାକୁ ଦେଲେ ସେମାନେ ଖାଇବେନି ବୋଲି ସେ କହିଛନ୍ତି। ମାଙ୍କପଲ୍ଲୀର ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି, ଛତୁଆ ବାଲିଆ ଲାଗିଲା। ଚଲାରେ ଚଲାଇବା ପରେ ବାଲି ବାହାରିଲା। ଜାଣି ଶୁଣି ନିମ୍ନମାନର ଛତୁଆ କିପରି ଛୋଟ ଶିଶୁଙ୍କୁ ଦେବୁ। ଗତ ମାସରେ ଛତୁଆରୁ ଗୋଡ଼ି ବାହାରିଥିଲା। ଏଣୁ ଛତୁଆର ମାନ ପରୀକ୍ଷଣ ପାଇଁ ଅତର୍କିିତ ଭାବେ ଚଢ଼ାଉ କରାଯିବା ଦରକାର। ହେଲେ ଦୁର୍ନୀତିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସାମିଲ୍‌ ଥିବାରୁ ମାଙ୍କପଲ୍ଲୀ ଛତୁଆ ପ୍ରସଙ୍ଗ ଶୀତଳ ଭଣ୍ଡାରକୁ ଚାଲିଯିବ। ଏହା କେବଳ ଲୋକ ଦେଖାଣିଆ ତଦନ୍ତ ହେଉଛି। ତଦନ୍ତ ଆରମ୍ଭରୁ ଚାପ ପଡିବା ଆରମ୍ଭ ହୋଇଗଲାଣି। ଏହାକୁ ଚପାଇ ଦେବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ ମମତା ରାଣୀ ପାତ୍ର କୁହନ୍ତି, ମାଙ୍କପଲ୍ଲୀ ଛତୁଆରୁ ବାଲି ବାହାରିବା ଘଟଣାର ଲିଖିତ ଅଭିଯୋଗ ମିଳିନି। ତେବେ ମୌଖିକ ଅଭିଯୋଗ ରହିଛି। ନାଗଡ ସିଡିପିଓ ଏହାର ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ପଦକ୍ଷେପ ନେବି। ଅନ୍ୟ କେଉଁଠାରେ ଛତୁଆର ମାନ ନେଇ ଅଭିଯୋଗ ମିଳିନି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri