ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେବା ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି। ଗତ କିଛିମାସ ତଳେ ହାତୀନଦୀଠାରୁ ଚିଚୈଗୁଡାକୁ ପଡିଥିବା ପିଡବ୍ଲ୍ୟୁଡି ରାସ୍ତା ନିମ୍ନମାନର କାମ ଯୋଗୁ ଗୋଟିଏ ସ୍ଥାନରେ ଧସିଯାଇଥିଲା। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ତରବରିଆ ଭାବେ ମରାମତି କରାଯାଇଥିଲା। ଏବେ ପୁଣି ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଚଳିତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ବ୍ଲକ ଛୋରିଆଗଡ଼ ରାମସାଗର ବନ୍ଧ ଉପରେ ନିର୍ମାଣ ହୋଇଥିବା ପିଡବ୍ଲ୍ୟୁଡି ରାସ୍ତା ପ୍ରାୟ ୫୦ ମିଟର ଧସିଯାଇଛି। ନିମ୍ନମାନର କାମ ଓ ଗାର୍ଡୱାଲ ନିର୍ମାଣ କରାଯାଇ ନ ଥିବାରୁ ଏପରି ହୋଇଥିବା ଗ୍ରାମବାସୀଙ୍କଠାରୁ ଜଣାପଡିଛି। ଫଳରେ ଏହି ରାସ୍ତା ଏବେ ବିପଦସଙ୍କୁଳ ଥିବାରୁ ଚାରିଚକିଆ ଯାନ ଚଳାଚଳ ବନ୍ଦ ରହିଛି।
ରାମସାଗର ରାସ୍ତା ପୂର୍ବରୁ ଆର୍‌ଡି (ଗ୍ରାମ୍ୟ ଉନ୍ନୟନ ବିଭାଗ) ଅଧୀନରେ ଥିବାବେଳେ ଗତ ବର୍ଷଠାରୁ ପିଡବ୍ଲ୍ୟୁଡି ଅଧୀନକୁ ଆସିବା ପରେ ରାସ୍ତା ନିର୍ମାଣ କରାଯାଇଥିଲା। ଠିକାଦାର ନୂତନ ଗାର୍ଡୱାଲ ନିର୍ମାଣ ନ କରି ପୂର୍ବରୁ ଥିବା ଏମ୍‌ଆଇ (କ୍ଷୁଦ୍ର ଜଳସେଚନ) ବିଭାଗ ଗାର୍ଡୱାଲରେ ମାଟି ପକାଇ ପିଚୁ ରାସ୍ତା କାମ କରି ଦେଇଥିଲେ। ଫଳରେ ମାଟି ହାଲୁକା ଥିବା ଗାର୍ଡୱାଲ ନ ଥିବାରୁ ବର୍ଷାରେ ରାସ୍ତା ଧସିଯାଇଛି। ଜିଲିଙ୍ଗଦରଠାରୁ ବସୁଲ ୩୦କିମି ଦୀର୍ଘ ଏହି ରାସ୍ତାଟି ପ୍ରାୟ ୪୮ କୋଟି ଟଙ୍କାରେ ନିର୍ମିତ ହୋଇଛି। ତେବେ ଶେଷ ଭାଗରେ ଛୋରିଆଗଡ଼ ରାମସାଗର ବନ୍ଧରାସ୍ତା କାମକୁ ଦେଖିଲେ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ରାମସାଗର ବନ୍ଧରାସ୍ତା ଯଦି ଧସିଯାଏ ତା’ହେଲେ ଅଞ୍ଚଳର ସମସ୍ତ ଜମି ଜଳମଗ୍ନ ହେବା ସହ ସେଠାରେ ଚାଷ ହୋଇଥିବା ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଏ ନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ରଶ୍ମି ରଞ୍ଜନ ଭୋଇଙ୍କୁ ପଚାରିବାରୁ ପୂର୍ବରୁ ରାସ୍ତା ଯେମିତି ଥିଲା ଆମେ ସେମିତି କରିଛୁ। ବନ୍ଧ ତଳେ ଏମ୍‌ଆଇ ବିଭାଗ ଗାର୍ଡୱାଲ ନିର୍ମାଣ କରିଥିବାରୁ ଆମେ କଲୁ ନାହିଁ। ଏମ୍‌ଆଇ ବିଭାଗ ଗାର୍ଡୱାଲ ନିର୍ମାଣ କଲା ପରେ ଆମେ ରାସ୍ତା ମରାମତି କରିବୁ ବୋଲି କହିଥିଲେ। ଦାୟିତ୍ୱରେ ଥିବା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନନ୍ତ ନାଏକଙ୍କୁ ପଚାରିବାରୁ ସେ ନୂଆ ଆସିଛନ୍ତି, ଘଟଣାସ୍ଥଳ ପରିଦର୍ଶନ କରି ପଦକ୍ଷେପ ନେବେ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri