ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !

ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ ପ୍ରଥମେ ଆସେ ନରସିଂହ ରାଓଙ୍କ ନାମ। ଦେଶର ଆର୍ଥିକ ସ୍ଥିତି ସୁଧାରି ଥିଲେ ବି ଏମିତି ସମୟ ଆସିଥିଲା ଯେତେବେଳେ ତାଙ୍କ ଦଳ କଂଗ୍ରେସ ତାଙ୍କ ନିକଟରୁ ମୁହଁ ଫେରାଇ ନେଇଥିଲା। ନରସିଂହ ରାଓ ବହୁ ବିବାଦରେ ମଧ୍ୟ ଛନ୍ଦି ହୋଇ ପଡିଥିଲେ। ତେବେ ତାଙ୍କ ଜୀବନରେ ଜଣେ ମହିଳାଙ୍କ ସହ ଥିବା ତାଙ୍କର ପ୍ରେମ ସମ୍ପର୍କ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲା। ଯାହାକୁ ନେଇ ତାଙ୍କ ପରିବାର ମଧ୍ୟ ଅସନ୍ତୁଷ୍ଟ ଥିଲେ। କୁହାଯାଏ ନରସିଂହ ରାଓଙ୍କ ଏହି ଆଫେୟାର୍ସକୁ ନେଇ ତାଙ୍କ ପୁଅ ଦିଲ୍ଲୀ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଗରେ ଅଭିଯୋଗ କରୁଥିଲେ। ଇନ୍ଦିରା ଗାନ୍ଧୀ ବାରମ୍ବାର ଏହା ଶୁଣିବା ପରେ ନରସିଂହ ରାଓଙ୍କ ଉପରେ କୁଆଡେ ବିଗଡି ଯାଇଥିଲେ। କହିଥିଲେ ନରସିଂହ ରାଓ କେବଳ ଲକ୍ଷ୍ମୀକାନ୍ତା ଅମ୍ମାଙ୍କ ସହ ସମ୍ପର୍କ ରଖିବା ବ୍ୟତୀତ ଆଉ କିଛି କରି ନାହାନ୍ତି। ଏବେ ତାଙ୍କ ପୁଅଙ୍କୁ ଦେଖିଲେ ମୋତେ ଦୟା ଲାଗୁଛି। କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବେଙ୍ଗଲ ରାଓ ତାଙ୍କ ଅଟୋବାୟୋଗ୍ରାଫି ‘ମାଇ ଲାଇଫ୍‌ ଷ୍ଟୋରୀ’ରେ ମଧ୍ୟ ନରସିଂହ ରାଓଙ୍କ ଆଫେୟାର୍ସ ସମ୍ପର୍କରେ ଲେଖିଛନ୍ତି। ତାଙ୍କ ପୁଅ ଇନ୍ଦିରାଙ୍କ ନିକଟରେ ଏହି ଅଭିଯୋଗ କରୁଥିବା ଉଲ୍ଲେଖ କରାଯାଇଛି। ନରସିଂହଙ୍କ ବଡପୁଅ ସବୁବେଳେ ଏହି ଅଭିଯୋଗ ଆଣୁଥିଲେ। ଆଉ ବିରୋଧୀଙ୍କୁ ଏହା ଯେପରି ଖୋରାକ ଯୋଗାଉଥିଲା। ତେବେ ଲକ୍ଷ୍ମୀକାନ୍ତା ଆମ୍ମାଙ୍କ ସହ ସମ୍ପର୍କ ଯୋଗୁ ମାତ୍ର ୩ ବର୍ଷ ମଧ୍ୟରେ ନରସିଂହ ରାଓ ତାଙ୍କ ମୁଖ୍ୟମନ୍ତ୍ରୀ ଆସନ ହରାଇ ବସିଥିଲେ ବୋଲି କୁହାଯାଏ। କେବଳ ଲକ୍ଷ୍ମୀକାନ୍ତା ନୁହଁନ୍ତି ଆଉ କେତେଜଣ ମହିଳାଙ୍କ ସହ ମଧ୍ୟ ନରସିଂହ ରାଓଙ୍କ ସମ୍ପର୍କ ଥିବା କୁହାଯାଏ। ହେଲେ ୬୦ ଦଶକରେ ଲକ୍ଷ୍ମୀକାନ୍ତାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ଆସିଥିବା ବେଳେ ୭୦ ଦଶକରେ ନରସିଂହ ରାଓଙ୍କ ପତ୍ନୀଙ୍କ ବିୟୋଗ ପରେ ଲକ୍ଷ୍ମୀକାନ୍ତାଙ୍କ ସହ ତାଙ୍କର ସମ୍ପର୍କ ଦୃଢ ହୋଇଥିଲା ବୋଲି କୁହାଯାଏ। ଲକ୍ଷ୍ମୀକାନ୍ତା ଜଣେ ରାଜନେତା ଥିବା ବେଳେ କିଛିଦିନ ପରେ ସେ ରାଜନୀତିରୁ ବିଦାୟ ନେଇ ଆଧ୍ୟାତ୍ମିକ ଦିଗରେ ଚାଲିଯିବାରୁ ନରସିଂହ ରାଓ ପରେ ନିଜ ଆତ୍ମକଥା ’ଇନସାଇଡର’ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ...

ଜୟପୁର ଗଲେ କଂଗ୍ରେସ ବିଧାୟକ

ଜୟପୁର,୧୨ା୩(ପି.ଟି.): ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଘୋଡ଼ାବେପାର ଏଡାଇବା ପାଇଁ ପାଖାପାଖି ୯୦ କଂଗ୍ରେସ ବିଧାୟକଙ୍କୁ...

ଉତ୍ତରପୂର୍ବ ଭାରତରେ ଭୂକମ୍ପ

ନୂଆଦିଲ୍ଲୀ,୨୬ା୫: ଉତ୍ତରପୂର୍ବ ଭାରତରେ ସୋମବାର ରାତି ୮ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁର...

ରାଜେଶ ଟିକାଏତଙ୍କ ସମେତ ତାଙ୍କ ପରିବାରକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୦ ।୩: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାଜେଶ ଟିକାଏତ ଓ ତାଙ୍କ ପରିବାରକୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି ।...

ନରୋଦା ଗାମ୍‌ ଦଙ୍ଗା ମାମଲା ୬୭ ଅଭିଯୁକ୍ତ ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ ଏସ୍‌ଆଇଟି

କୋଲକାତା,୨୪ା୪: ୨୦୦୨ ନରୋଦା ଗାମ୍‌ ଦଙ୍ଗା ମାମଲାର ସମସ୍ତ ୬୭ ଅଭିଯୁକ୍ତଙ୍କୁ ଏକ ସ୍ବତନ୍ତ୍ର ଅଦାଲତ ଦୋଷମୁକ୍ତ କରିଥିବାବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ତଦନ୍ତକାରୀ...

କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ମୋଦିଙ୍କୁ ଅଜଣା: ପ୍ରିୟଙ୍କା

ବିଜନୌର,୧୫।୨: ଦେଶରେ ଲୋକଙ୍କୁ ଚିହ୍ନିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍‌ କରୁଛନ୍ତି। କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ତାଙ୍କୁ ଅଜଣା। ଏହା ମଧ୍ୟରେ ଥିବା...

ଭାଜପାକୁ ମିଳିଛି ୭୦୦ କୋଟି ଚାନ୍ଦା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ଭାଜପାକୁ ୭ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚାନ୍ଦା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଚେକ୍‌ ଏବଂ...

ସିଙ୍ଗଡ଼ା ବିକ୍ରି ପାଇଁ ଗୁଗୁଲ ଚାକିରି ଛାଡିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗୁଲ ଏମିତି ଏକ କମ୍ପାନୀ, ଯେଉଁଠାରେ କାମ କରିବାକୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ମାତ୍ର ଏହି ସ୍ବପ୍ନ ଖୁବ୍‌ କମ୍‌ ଲୋକଙ୍କର ପୂରଣ ହୋଇଥାଏ। ହେଲେ...

Advertisement
Archives

Model This Week