ଆୟୁଷ ମନ୍ତ୍ରଣାଳୟ ବିନା ଅନୁମତିରେ ପ୍ରସ୍ତୁତ ହୋଇଛି ‘କରୋନିଲ୍‌’: ରାମଦେବ-ପତଞ୍ଜଳି ଏମ୍‌ଡିଙ୍କ ବିରୋଧରେ ମାମଲା ଦାଏର

ଜୟପୁର, ୨୮।୬: ଆୟୁଷ ମନ୍ତ୍ରଣାଳୟର ବିନା ଅନୁମତିରେ ପତଞ୍ଜଳି ପକ୍ଷରୁ କୋଭିଡ୍‌-୧୯ ଔଷଧ ‘କରୋନିଲ୍‌’ ପ୍ରସ୍ତୁତ କରାଯାଇଛି। ଏନେଇ ରାଜସ୍ଥାନର ଜ୍ୟୋତି ନଗର ପୋଲିସ୍‌  ଷ୍ଟେଶନରେ ରାମଦେବଙ୍କ ସମେତ ପତଞ୍ଜଳି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କ ନାମରେ ଶନିବାର ଏକ ମାମଲା ଦାଏର ହୋଇଛି। ଏନେଇ ଡିସିପି ଅଶୋକ ଗୁପ୍ତା ସୂଚନା ଦେଇଛନ୍ତି। ଏଥିରେ ଜୟପୁର ସ୍ଥିତ ଜାତୀୟ ମେଡ଼ିକାଲ ସାଇନ୍ସ୍‌ ଏବଂ ଗବେଷଣା ସଂସ୍ଥାନ(ଏନ୍‌ଆଇଏମ୍‌ଏସ୍‌)ର ନିର୍ଦ୍ଦେଶକ ବି.ଏସ୍‌. ତୋମର, ତାଙ୍କ ପୁଅ ଅନୁରାଗ ତୋମର ଏବଂ ବରିଷ୍ଠ ବୈଜ୍ଞାନିକ ଅନୁରାଗ ବର୍ଶନେୟଙ୍କ ନାମ ମଧ୍ୟ ରହିଛି। ଆଇନଜୀବୀ ବଳରାମ ଝାଖଡ଼ଙ୍କ ଦ୍ୱାରା ଏହି ମାମଲା ଦାଏର କରାଯାଇଛି। ହରିଦ୍ୱାରର ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ଜୁନ୍‌ ୨୩ରେ କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ହୋଇଥିବା ଔଷଧ ‘କରୋନିଲ୍‌’ ସମ୍ପର୍କରେ ଘୋଷଣା କରାଯାଇଥିଲା। କରୋନା ଆକ୍ରାନ୍ତ ୭ ଦିନ ମଧ୍ୟରେ ସୁସ୍ଥ ହେବେ ବୋଲି କୁହାଯାଇଥିଲା। ଏନେଇ ପରୀକ୍ଷା ଏନ୍‌ଆଇଏମ୍‌ଏସ୍‌ ସହାୟତାରେ କରାଯାଇଥିବା ସୂଚନା ମଧ୍ୟ ଦିଆଯାଇଥିଲା। ‘କରୋନିଲ୍‌’ ସମ୍ପର୍କରେ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପତଞ୍ଜଳି ଆୟୁର୍ବେଦକୁ ବିଶଦ ବିବରଣୀ ମଗାଯାଇ ପରୀକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ ଔଷଧ ସମ୍ପର୍କିତ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୧।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ  ୭ ହଜାର...

ରାମଦେବଙ୍କ ଉପରେ ରାଗିଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର...

ୟୁପିରେ ଟିକା ନେଇ ଜଣେ ମୃତ

ପିଲ୍‌ଭିଟ୍‌,  ୩୦।୧: ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ଜିଲା ଅନ୍ତର୍ଗତ ଉମାରିଆ ସହରରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଟିକା ନେବାର କିଛି ଘଣ୍ଟାରେ ପ୍ରାଣ ହରାଇଛନ୍ତି। ତେବେ...

ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

ବର୍ଲିନ୍‌,୨୩।୩: ଜର୍ମାନୀରେ କରୋନ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶରେ ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯିବା ସମ୍ପର୍କରେ...

ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି ଆୟୁର୍ବେଦ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଆୟୁର୍ବେଦ ଲୋକଙ୍କୁ ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି । ଏହା କେବଳ ରୋଗ ଉପଶମ...

୧୭ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ...

ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ...

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ...

Advertisement
Archives

Model This Week