ପୁରୀର ବାହୁବଳୀ ସେବାୟତଙ୍କ ରଥଟଣା: ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍‌କୋର୍ଟ ଘୋଷଣା କରିଥିଲେ। ହେଲେ ପରବର୍ତ୍ତୀ ପର୍ଯ୍ୟୟରେ ବିନା ଭକ୍ତରେ ଘୋଷଯାତ୍ରା କରିବା ନେଇ ରାୟ ପ୍ରକାଶ ପାଇଥିଲା। ଏହି କ୍ରମରେ ମଙ୍ଗଳବାର ବିନା ଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆରମ୍ଭ ହୋଇଥିଲା। ସେବାୟତ ଏବଂ ସୁରକ୍ଷାକର୍ମୀମାନେ ମହାପ୍ରଭୁଙ୍କ ରଥକୁ ଟାଣି ଶରଧାବାଲିକୁ ନେଇଥିଲେ। ପ୍ରଥମ ଥର ପାଇଁ ଖାଲି ପାଦରେ ସେବାୟତମାନଙ୍କୁ ରଥଟାଣୁଥିବା ଦେଖିବାକୁ ମିଳିଥିଲା। ଏସବୁ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜଣେ ସେବାୟତଙ୍କ ଫଟୋ। ସେ ହେଉଛନ୍ତି ଅନୀଲ ଗୋଚ୍ଛିକାର। ସେ ରଥ ଟାଣୁଥିବାର ଏକାଧିକ ଫଟୋ ଏବେ ଭାଇରାଲ ହେଉଛି। ତାଙ୍କ ସୁଢ଼ଳ ଚେହେରା ସମସ୍ତଙ୍କୁ ଆକର୍ଷିତ କରୁଛି।

ତେବେ ଅନୀଲ ବଡି ବିଲଡିଂ କରନ୍ତି। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେ ଅନେକ ସଫଳତା ପାଇଛନ୍ତି। ଜାତୀୟ ଚାମ୍ପିଅନ୍‌ସିପ୍‌ରେ ସେ ସ୍ବର୍ଣ୍ଣ ଓ ରୋପ୍ୟ ପଦକ ପାଇଥିବା ବେଳେ ୨୦୧୬ରେ ଦୁବାଇରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିବା ଜଣାପଡ଼ିଛି। ଏପରିକି ସେ ୫ଥର ମିଷ୍ଟର ଓଡ଼ିଶା ଉପାଧି ବି ଜିତିସାରିଛନ୍ତି।
ସେବାୟତ ପରିବାରରେ ସେ ଜନ୍ମଲାଭ କରିଥିଲେ ହେଁ ସେ ପିଲାଟିବେଳୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଥିଲେ। ୨୦୧୨ ମସିହାରେ ମିଷ୍ଟର ଓଡ଼ିଶା ହେବା ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି। ଏବେ ତାଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଅନେକ ପ୍ରଶଂସା କରୁଛନ୍ତି। ଏପରିକି ତାଙ୍କୁ ଦକ୍ଷିଣ ଭାରତୀୟ ସିନେମାର ବାହୁବଳୀଙ୍କ ସହ ତୁଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri