ପୁରୀର ବାହୁବଳୀ ସେବାୟତଙ୍କ ରଥଟଣା: ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍‌କୋର୍ଟ ଘୋଷଣା କରିଥିଲେ। ହେଲେ ପରବର୍ତ୍ତୀ ପର୍ଯ୍ୟୟରେ ବିନା ଭକ୍ତରେ ଘୋଷଯାତ୍ରା କରିବା ନେଇ ରାୟ ପ୍ରକାଶ ପାଇଥିଲା। ଏହି କ୍ରମରେ ମଙ୍ଗଳବାର ବିନା ଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆରମ୍ଭ ହୋଇଥିଲା। ସେବାୟତ ଏବଂ ସୁରକ୍ଷାକର୍ମୀମାନେ ମହାପ୍ରଭୁଙ୍କ ରଥକୁ ଟାଣି ଶରଧାବାଲିକୁ ନେଇଥିଲେ। ପ୍ରଥମ ଥର ପାଇଁ ଖାଲି ପାଦରେ ସେବାୟତମାନଙ୍କୁ ରଥଟାଣୁଥିବା ଦେଖିବାକୁ ମିଳିଥିଲା। ଏସବୁ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜଣେ ସେବାୟତଙ୍କ ଫଟୋ। ସେ ହେଉଛନ୍ତି ଅନୀଲ ଗୋଚ୍ଛିକାର। ସେ ରଥ ଟାଣୁଥିବାର ଏକାଧିକ ଫଟୋ ଏବେ ଭାଇରାଲ ହେଉଛି। ତାଙ୍କ ସୁଢ଼ଳ ଚେହେରା ସମସ୍ତଙ୍କୁ ଆକର୍ଷିତ କରୁଛି।

ତେବେ ଅନୀଲ ବଡି ବିଲଡିଂ କରନ୍ତି। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସେ ଅନେକ ସଫଳତା ପାଇଛନ୍ତି। ଜାତୀୟ ଚାମ୍ପିଅନ୍‌ସିପ୍‌ରେ ସେ ସ୍ବର୍ଣ୍ଣ ଓ ରୋପ୍ୟ ପଦକ ପାଇଥିବା ବେଳେ ୨୦୧୬ରେ ଦୁବାଇରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିବା ଜଣାପଡ଼ିଛି। ଏପରିକି ସେ ୫ଥର ମିଷ୍ଟର ଓଡ଼ିଶା ଉପାଧି ବି ଜିତିସାରିଛନ୍ତି।
ସେବାୟତ ପରିବାରରେ ସେ ଜନ୍ମଲାଭ କରିଥିଲେ ହେଁ ସେ ପିଲାଟିବେଳୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଥିଲେ। ୨୦୧୨ ମସିହାରେ ମିଷ୍ଟର ଓଡ଼ିଶା ହେବା ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି। ଏବେ ତାଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଅନେକ ପ୍ରଶଂସା କରୁଛନ୍ତି। ଏପରିକି ତାଙ୍କୁ ଦକ୍ଷିଣ ଭାରତୀୟ ସିନେମାର ବାହୁବଳୀଙ୍କ ସହ ତୁଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?