ଜୁଲାଇ ମାସରେ ହୋଇଥାନ୍ତା ବାହାଘର: ରିପୋର୍ଟ ଆସିଲା ପଜିଟିଭ୍‌

ସିଂହପୁର,୨୫।୬-ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତରେ ଗୁରୁବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଦିଲ୍ଲୀ ଫେରନ୍ତା ୩୨ ବର୍ଷିୟ ଯୁବକ। ଏହି ଆକ୍ରାନ୍ତ ଯୁବକଙ୍କୁ ମିଶାଇ ବିଞ୍ଝାରପୁରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି। ଆକ୍ରାନ୍ତ ଯୁବକ ଜଣକ ଦିଲ୍ଲୀରୁ ଫେରି ଟିଏମସିରେ ୭ ଦିନ ରହିବା ପରେ ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇ ଛାଡି ଦିଆଯାଇଥିଲା। ପରେ ସେ ହୋମ କ୍ୱାରାଣ୍ଟାଇନରେ ରହିଥିଲେ।
ଅନ୍ୟପକ୍ଷରେ ତାଙ୍କ ବାହାଘର ଆସନ୍ତା ଜୁଲାଇ ମାସରେ ହେବାକୁ ଧାର୍ଯ୍ୟ କରାଯାଇଥିବାରୁ ସମ୍ପୃକ୍ତ ଯୁବକ ଜଣଙ୍କ ସଚେତନତା ଦୃଷ୍ଟିରୁ ନିଜର କରୋନା ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରି ନିଜ ଅର୍ଥରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ କରୋନା ପରୀକ୍ଷା କରିଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ପ୍ରକାଶଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଜରୀରେ ପହଞ୍ଚି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଆକ୍ରାନ୍ତ ଯୁବକଙ୍କୁ ଟାଟା ମେମୋରିୟାଲ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧୩।୭(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ଅଣ୍ଡାଳି ପଞ୍ଚାୟତ ଜାମବାହାଲ ଅଞ୍ଚଳର ଜଣେ ୪୦ ବର୍ଷିୟ ଯୁବକଙ୍କ ରାଉରକେଲାସ୍ଥିତ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...

ପୁରୁଣା ଫଟୋ କପି ଦେଲା ଏଏସ୍‌ଆଇ

ପୁରୀ ଅଫିସ, ୧୧।୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଉଭାନ ହେବା ଘଟଣାର ଖୋଳତାଡ଼ ଚାଲିଛି। ଶୁକ୍ରବାର ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ବିକ...

ଟୁଇନ୍‌ ସିଟିରେ ସନ୍ଧ୍ୟା ୬ଟାରୁ ୨ ମିନିଟ୍‌ ବନ୍ଦ ରହିବ ଟ୍ରାଫିକ୍‌, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୫।୮(ବ୍ୟୁରୋ): ବୁଧବାର ଟୁଇନ୍‌ ସିଟି ଭୁବନେଶ୍ୱର ଏବଂ କଟକରେ ୨ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ। କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ନିରବ ପ୍ରାର୍ଥନା...

ନବୀନଙ୍କୁ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର,୫ା୮(ଅନିଲ ଦାସ): ଓଡ଼ିଶାର ମାଓବାଦୀ ଦମନ ନୀତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କୁ ଭୂରିଭୂରି...

ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା...

କରୋନା କବଳରେ ଆଉ ଜଣେ ମନ୍ତ୍ରୀ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ମନ୍ତ୍ରୀ, ବିଧାୟକ ଏବଂ ଏମ୍‌ପି। ଶୁକ୍ରବାର ରାଜ୍ୟର...

୧୩ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୧୧। ୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ...

୧୦ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫(ବ୍ୟୁରୋ)-ଦକ୍ଷିଣ ତାମିଲନାଡୁ, ବିଦର୍ଭ ଏବଂ ରୟାଲ ସୀମା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ...

Advertisement
Archives

Model This Week