ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ

ଛତ୍ରପୁର,୨୩।୬(ଡି.ଏନ୍‌.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି । ପ୍ରକାଶଯୋଗ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ୭ ଏସଏଚ୍‌ଜି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନକରି କିଣିଥିବା ଦର୍ଶାଇଥିଲେ । ପରେ ପି-ପାସରୁ ଏହାକୁ ଡିଲିଟ କରାଯାଇଥିଲା । ଯାଞ୍ଚବେଳେ ଏଭଳି ଅନିୟମିତତା ହୋଇଥିବା ଯୋଗାଣ ନିଗମ ଜାଣିବାକୁ ପାଇଥିଲେ । ଏପରିକି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶନ ଶକ୍ତିର ନିର୍ଦ୍ଦେଶକଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏପ୍ରିଲ ମାସରେ ଚିଠି କରାଯାଇଥିଲା । ଏଥିସହ ଭବିଷ୍ୟତରେ ଆଉ ଧାନ କିଣା ପ୍ରକ୍ରିୟାରେ ଉକ୍ତ ମହିଳା ସଂଘ ମାନଙ୍କୁ ସାମିଲ ନ କରିବାକୁ ସେତେବେଳେ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଆସିଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା । ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନକରି ମହିଳା ସଂଘ ଦର୍ଶାଇଥିବା ବାବଦରେ ଚାଷୀଙ୍କୁ ଏମ୍‌ଏସପି ଅର୍ଥ ଦିଆଯାଇଥିଲା କି ନାହିଁ ଏବଂ ମହିଳା ସଂଘକୁ ଏବାବଦରେ କମିଶନ ଦିଆଯାଇଛିକି ନାହିଁ ସେସମ୍ପର୍କରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଜାଣିବାକୁ ଚାହିଁଛି । ଏନେଇ ଜଣାଇବାକୁ ନିଗମର ପରିଚାଳାନା ନିର୍ଦ୍ଦେଶକ ବିଶ୍ୱନାଥ ଦାସଙ୍କଠାରୁ ଏକ ଚିଠି (ନଂ-୮୨୧୬/୧୮-୬-୨୧) ଗଞ୍ଜାମ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନିକଟକୁ ଆସିଛି । ଏଥିସହ ଏସମ୍ପର୍କରେ ଆଉ ଏକ ଚିଠି ଗଞ୍ଜାମ ଜିଲାପାଳଙ୍କ ଅବଗତ ନିମନ୍ତେ ଆସିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri