ଥୁଆମୂଳ ରାମପୁରରେ ଜନ ଭାଗୀଦାରି ଅଭିଯାନ

ଥୁଆମୂଳ ରାମପୁର, ୨୧ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ‘ଜନ ଭାଗୀଦାରି: ସବ୍‌ସେ ଦୂର, ସବ୍‌ସେ ପହେଲେ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବ୍ଲକର ସମସ୍ତ ଜନଜାତି ଓ ପିଭିଟିଜି ଅଞ୍ଚଳରେ ସଚେତନତା ସୃଷ୍ଟି କରିବା। ବିଶେଷ କରି ଅପହଞ୍ଚ ଇଲାକାରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପହଞ୍ଚାଇବା ପାଇଁ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଉଛି। ଏଥିରେ ବ୍ଲକର ୨୪ ପଞ୍ଚାୟତର ୧୨୬ ଖଣ୍ଡ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଗ୍ରାମଗୁଡ଼ିକରେ ସ୍ବାସ୍ଥ୍ୟ ଶିବିର, ଆଧାର କାର୍ଡ ଅପଡେଟ ଏବଂ ଜନଶୁଣାଣି ଭଳି କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସଦର ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିଇଓ ଟଙ୍କଧର ସାହୁ, ସରପଞ୍ଚ ବିଜୟା ମାଝୀ, ସମସ୍ତ ୱାର୍ଡମେମ୍ବର, ଗାଁ ସାଥୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଡେଙ୍ଗଫାର୍ସି, ତାଙ୍ଗରି, ସେମେଲପଦର୍‌, ଖମାର୍ପଦର୍‌, କନର୍ଫସ, ଧାମନଗୁଡ଼ା, ଫଟକିମଲହୁଲ, ମେଲଘରା, ବଡ଼ ଛତ୍ରଙ୍ଗ, ଡୁମେରପଦର୍‌, ଗୋପାଳପୁର, ଗୋପୀନାଥପୁର, ତଲଝାପି, ବଳଙ୍ଗି, ଢୋଲଫାସ ଆଦି ଗ୍ରାମଗୁଡ଼ିକରେ ସଫଳତାର ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇସାରିଥିବା ବେଳେ ଆଗାମୀ ଦିନରେ ବ୍ଲକର ଅବଶିଷ୍ଟ ପଞ୍ଚାୟତ ଓ ଗ୍ରାମଗୁଡ଼ିକରେ ଏହି ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର…

ସେବା ସଙ୍କଳ୍ପ ଅଭିଯାନ: ୪୬ ୟୁନିଟ୍‌ ରକ୍ତ ସଂଗ୍ରହ

କର୍ଲାମୁଣ୍ଡା, ୫।୧୦ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର କର୍ଲାମୁଣ୍ଡା ଭାଜପା ପକ୍ଷରୁ…

କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପ: ଆରଇଟି ସର୍ଭେ ପାଇଁ ଡିଆରଏମ୍‌ଙ୍କୁ ଦାବି

କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ, ଭିଏତନାମରେ କଲେ….

ଭବାନୀପାଟଣା,୪।୧୦( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂଲିଶ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?