ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ ବିରୋଧ କରି ସରପଞ୍ଚ ପ୍ରେମଲାଲ ଭୋଇଙ୍କ ନେତୃତ୍ୱରେ ଓ ଗ୍ରାମବାସୀ ତଥା ସମିତିସଭ୍ୟା, ଓ୍ବାର୍ଡମେମ୍ବର ବୃନ୍ଦ ଏବଂ ୧୧ଟି ମହିଳା ସ୍ବୟଂ ସେବକ ଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ କେସିଙ୍ଗାସ୍ଥିତ ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି। ଗ୍ରାମର ୩ ଜଣ ମହିଳା ଓ ଜଣେ ପୁରୁଷ ଏହି ୪ ଜଣ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ଦୀର୍ଘଦିନରୁ ବିକ୍ରି କରି ଆସୁଛନ୍ତି। ଯାହାଫଳରେ ଗ୍ରାମ ନିକଟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି ଏବଂ ପ୍ରହରୀ ମଣ୍ଡପ ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏଠାରେ ଭାଗବତ ପଠନ କରାଯାଏ। ସେହିପରି କଲୋନୀ ପଡ଼ାର ଏକ ଗ୍ରୋସରି ଦୋକାନରେ ମଧ୍ୟ ଦେଶୀ ବିଦେଶୀ ମଦ ବେନିୟମ ଅନୁସାରେ ବିକ୍ରି କରାଯାଉଛି। ସ୍କୁଲରୁ ପ୍ରାୟ ୩୦ଫୁଟ ଦୂରରେ ମଦ ବିକ୍ରି କରାଯାଉଛି। ସନ୍ଧ୍ୟାରେ ଗ୍ରାମର ଝିଅବୋହୂମାନେ ଯିବା ଆସିବା ବେଳେ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ହେଉଥିବା ଶୁଣିବାକୁ ମିଳିଥାଏ। ସକାଳ ପାହିଲେ ସ୍କୁଲ, ରାସ୍ତା, ପ୍ରହରୀ ମଣ୍ଡପ ଉଭୟ ପାର୍ଶ୍ଵରେ ମଦ ବୋତଲ ଓ ପାଉଚ ଦେଖିବାକୁ ମିଳୁଛି। ଗ୍ରାମ ଭିତରେ ବେଆଇନ ଭାବରେ ମଦ ବିକ୍ରି ହେବା ଦ୍ବାରା ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ନିଶାଗ୍ରସ୍ତର ଶିକାର ହୋଇ ଭବିଷ୍ୟତ ନଷ୍ଟ ହେବା ସଙ୍ଗେ ପରିବାର ଚଳାଇବାରେ କଷ୍ଟ ହେଉଛି। ନିଶାରେ ନାନା ପ୍ରକାର ହିଂସା ଓ ଗଣ୍ଡଗୋଳ ଲାଗି ରହିଛି। ଗ୍ରାମରେ ମଦ ବିକ୍ରି କରିବା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରେମଲାଲ ଭୋଇ ଅନେକ ଥର ନୋଟିସ୍‌ କରିଛନ୍ତି। ଗ୍ରାମରେ ଅନେକ ଥର ସଭା ହୋଇଛି। କିନ୍ତୁ କାହାରି କଥାକୁ ମଦ ବିକ୍ରେତା ଖାତିର ନ କରି ଦେଶୀ ଓ ବିଦେଶୀ ମଦ ବେଆଇନ ଭାବେ ବିକ୍ରି ଚାଲିଛନ୍ତି।

ଏନେଇ ସରପଞ୍ଚ ପ୍ରେମଲାଲ ଭୋଇଙ୍କ ସମେତ ପଞ୍ଚାୟତ ସମିତିମେମ୍ବର ବବିତା ଭୋଇ, ଓ୍ବାର୍ଡମେମ୍ବର ବୃନ୍ଦ, ଗ୍ରାମବାସୀ ଏବଂ ୧୧ଟି ମହିଳା ଗ୍ରୁପର ସଭାନେତ୍ରୀ,ସମ୍ପାଦିକାମାନେ ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି।

ଏନେଇ ସ୍ଥାନୀୟ ସରପଞ୍ଚ ପ୍ରେମଲାଲ ଭୋଇଙ୍କୁ ପଚାରିବାରୁ ଅନେକ ଥର ମଦ ବିକ୍ରେତାଙ୍କ ମନା କରାଯାଇଛି କିନ୍ତୁ ମଦ ବିକ୍ରି କରିବାକୁ ମାନୁ ନାହାନ୍ତି ତେଣୁ ବାଧ୍ୟ ହୋଇ ଅବକାରୀ ବିଭାଗରେ ଅଭିଯୋଗ କରିଛୁ ବୋଲି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ଅବକାରୀ ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କୁ ପଚାରିବାରୁ ୪ ଜଣଙ୍କୁ ଗିରଫ କରି କେସ୍‌ କରାଯିବ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?