ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କୁ ଦଳି ମାରିଦେଲା ହାତୀ

ଲାଞ୍ଜିଗଡ଼,୫ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କାଣ୍ଡଗୁଡା ଗାଁର ବଳ ମାଝୀ (୫୫)।

ମଳିଥିବା ସୂଚନା ମୁତାବକ, ବଳ ଓ ତାଙ୍କ ସ୍ତ୍ରୀ ଟିଙ୍ଗୁ ମାଝୀ ମଧ୍ୟାହ୍ନରେ କାମ୍ବେଲନାପା ଡଙ୍ଗର ଅଞ୍ଚଳରେ ଥିବା ନିଜ ପୋଡୁ ଚାଷ ଫସଲ ଦେଖିବା ପାଇଁ ଯାଇଥିଲେ। ସେତିକିବେଳେ ହଠାତ୍‌ ଏକ ଦନ୍ତାହାତୀ ସେମାନଙ୍କ ସାମ୍ନାକୁ ଚାଲିଆସିଥିଲା। ହାତୀକୁ ଦେଖି ଉଭୟ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ବଳଙ୍କୁ ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସ୍ତ୍ରୀ ଟିଙ୍ଗୁ ସେଠାରୁ ଦୂରକୁ ଚାଲିଯାଇ ନିଜକୁ ରକ୍ଷା କରିଥିଲେ।

ଏ ନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୮/୨୬) ରୁଜୁ ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଯୋଗ୍ୟ ହାତୀ ଆକ୍ରମଣରେ ଗତ ଜୁଲାଇ ୩୧ରେ କୁମଖାଲ ପଞ୍ଚାୟତ ପୀଡେଲବାଜୁ ଗ୍ରାମର ତିଲାଏ ହରିଜନ (୬୧) ଓ ଗତମାସ ୨୬ ତାରିଖରେ ବିଜେପୁର ଥାନା ବେଥିଆପଡା ଗ୍ରାମର ଡ୍ରିମ୍ବା ମାଝୀ (୫୫)ଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ଶାରଦୀୟ ଷୋଳପୂଜାର ତୃତୀୟ ଦିନ: ଚନ୍ଦ୍ରଘଣ୍ଟା ବେଶରେ ଦେଲେ ମା’ ବନଦୁର୍ଗା

ନିରାକାରପୁର,୫।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ଶାରଦୀୟ ପାର୍ବଣର ଷୋଳପୂଜା ଆରମ୍ଭ ହୋଇଯାଇଛି। ସୋମବାର ପୂଜାର…

କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ

ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଦାଦନ ଶ୍ରମିକଙ୍କ ମରଶରୀର ଗାଁକୁ ଆଣିବାକୁ ଉଦ୍ୟମ: ସହାୟତା ମଞ୍ଜୁର

ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡ଼ିବଙ୍ଗା ଗ୍ରାମର ସନ୍ତୋଷ ମଲ୍ଲିକ (୪୬)ଙ୍କ ହଠାତ୍‌…

୮ ତାରିଖ ଚକା ବନ୍ଦ ପାଳନକୁ ମିଳିଲା ବଡ଼ ସମର୍ଥନ 

ସୁନାବେଡ଼ା, ୫।୧୦(କୃତ୍ତିବାସ ପ୍ରଧାନ): ଚଳିତ ମାସ ୮ ତାରିଖରେ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?