କର୍ଲାମୁଣ୍ଡା, ୫।୧୦ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର କର୍ଲାମୁଣ୍ଡା ଭାଜପା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସେବା ଓ ସୁଶାସନର ୨୫ ବର୍ଷ ପୂର୍ତ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପକ୍ଷ ପାଳନ ଏବଂ ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ଏହି ଶିବିର ଆୟୋଜନ କରାଯାଇଥିଲା।
ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇଥିଲେ। ଏଥିସହ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନମିତା ରାଣୀ ସାହୁ, ବ୍ଲକ ଅଧ୍ୟକ୍ଷ କୁନି ସାହୁ, ଯୁବ ନେତା ଚିନ୍ମୟ ମିଶ୍ର, ଭାଜପା ଜିଲା ଉପସଭାପତି ପଦ୍ମଲୋଚନ ମିଶ୍ର, କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି ଭୋଇ, ଜୋରାଡବରା ମଣ୍ଡଳ ସଭାପତି ଯତୀନ୍ଦ୍ର ସାହୁ, ମଣ୍ଡଳ ପ୍ରଭାରୀ ଘନଶ୍ୟାମ ଗହୀର, ଗଜବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ଅରବିନ୍ଦ ଗହୀର, ଭାଜପା ମହିଳା ମୋର୍ଚ୍ଚା ଜିଲା ସମ୍ପାଦିକା ପ୍ରଭାତୀ ଭୋଇ, କୃଷକ ମୋର୍ଚ୍ଚା ସମ୍ପାଦିକା ପୁଷ୍ପକାନ୍ତି କୁମାର, ମୋହନଗିରି ମଣ୍ଡଳ ପ୍ରଭାରୀ ଗଣେଶ କୁମାର, କୃଷକ ମୋର୍ଚ୍ଚା ବ୍ଲକ ସଭାପତି ଦୁର୍ଯ୍ୟୋଧନ ସାହୁ, କୃଷକ ମୋର୍ଚ୍ଚା ମଣ୍ଡଳ ଉପସଭାନେତ୍ରୀ ଉମାକାନ୍ତି ସାହୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।
ଏହି ଅବସରରେ ଅତିଥିମାନେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେବା ସଙ୍କଳ୍ପର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଭବାନୀପାଟଣା ଜିଲା ରକ୍ତଭଣ୍ଡାର ପକ୍ଷରୁ ଏଲ୍ଟି କ୍ରିଷ୍ଣା ସାହୁ, ସଞ୍ଜୀବ କୁମାର ମହାକୁଡ଼ ଏବଂ ଡିଏମଏ ଜଞ୍ଜିର ପ୍ରସାଦ ବାଗ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ମୋଟ ୪୬ଜଣ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରାଯାଇଥିଲା। ଜନସେବା ଓ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଯୁବପିଢ଼ି ଆଗେଇ ଆସିବା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily

