ଚର୍ଚ୍ଚାରେ କଳାହାଣ୍ଡିର ଅଧ୍ୟାପକ, ଭିଏତନାମରେ କଲେ….

ଭବାନୀପାଟଣା,୪।୧୦( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂଲିଶ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଶନିବାର ଭିଏତନାମରେ “ଗ୍ରାମାଞ୍ଚଳ ଆୟବୃଦ୍ଧି ପାଇଁ ପାରମ୍ପରିକ ଜ୍ଞାନ କୌଶଳର ବ୍ୟବହାର” ପ୍ରସଙ୍ଗ ଉପରେ ଏକ ଶୀର୍ଷକ ଉପସ୍ଥାପନା କରି ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି । ଭିଏତନାମରେ ‘ହାନୋଇ ଇଣ୍ଡଷ୍ଟ୍ରିଏଲ ଏଣ୍ଡ ଟ୍ରେଡ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ସଭାପତି ଭାବେ ପ୍ରଫେସର ସନ୍ଦୀପ କର, ରେକ୍ଟର ହାନୋଇ ହୋଆଙ୍ଗ ହୁଆନ ହିପ, ଜର୍ମାନୀର ଗୀରହାର୍ଡ ପିଟର, ମାଲାୟସିଆ ଗୀତା ସୁଭ୍ରମନ୍ୟମ୍, ନିଉଜିଲ୍ୟାଣ୍ଡର ଜୁଲିଆ ହେନସେ, ନେମପେ କାମ୍ବୋଡିଆର ଫାଲଜି ହେପ, ଜର୍ମାନୀର ଇଚକାର୍ଡ କୋଚ, ଦେବୀ ପ୍ରସାଦ ମିଶ୍ର, ଡ. ସୀମା ସିଂହ, ଡ଼ ଜୟଶ୍ରୀ ବାଳା ମଲ୍ଲିକ, ଡ଼ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମୁଦାୟ ୧୫ଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେଇ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ।

ଏହି ଆଲୋଚନା ଚକ୍ର ଅକ୍ଟୋବର ୧ରୁ ଆରମ୍ଭ ହୋଇ ୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏଥିରେ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଅଧ୍ୟାପକ ଦାଶଙ୍କ ଏହି ସଫଳତା ପାଇଁ ତାଙ୍କ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ ସହକର୍ମୀ, ଶିକ୍ଷାବିତ୍, ବିଭିନ୍ନ ଅନୁଷ୍ଠାନର ଶୁଭେଚ୍ଛୁ ଗଣ ଶୁଭେଚ୍ଛାବାର୍ତ୍ତା ଜଣାଇଛନ୍ତି । ଭିଏତନାମର ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଅଧ୍ୟାପକ ଦାଶ ନିଜ ପ୍ରସଙ୍ଗ ଉପସ୍ଥାପନା କରି ଦେଶ ତଥା ନିଜ ଜନ୍ମସ୍ଥାନ ଓ କର୍ମକ୍ଷେତ୍ର ଅନେକ ଗର୍ବ ଓ ଗୌରବ ଆଣିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଫୁଟବଲରେ କର୍ଲାମୁଣ୍ଡା ବ୍ଲକ ଚାମ୍ପିୟନ, ୩ ଖେଳାଳି ରାଜ୍ୟସ୍ତରକୁ ମନୋନୀତ

କର୍ଲାମୁଣ୍ଡା,୩।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ କର୍ଲାମୁଣ୍ଡା ବ୍ଲକକୁ ମିଳିଛି ବଡ଼ ସଫଳତା। ୧୭ ବର୍ଷରୁ କମ ବର୍ଗର ଫୁଟବଲ ପ୍ରତିଯୋଗିତାରେ କର୍ଲାମୁଣ୍ଡା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

କେସିଙ୍ଗା ଏନ୍‌ଏସିରେ ସ୍ବଚ୍ଛତା ଅଭିଯାନ

କେସିଙ୍ଗା,୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଚ୍ଛତା ହିଁ ସେବା ଓ ସଫେଇ ଅଭିଯାନ ୨୦୨୬ ଶୁକ୍ରବାର ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?