ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ସଜନାଗଡ/ସୋର/ଖଇରା/ରେମୁଣା/ ବାହାନଗା,୨୩ ।୧୧ ବାଲେଶ୍ୱର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଓ ପ୍ରତିବାଦ ସଭା ସୋମବାର ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ସଦର ବିଧାୟକ ସ୍ବରୂପ କୁମାର ଦାସ ସଭାପତିତ୍ୱ କରି କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୋଧରେ ସ୍ବର ଉଠାଇବା ସହ ରନ୍ଧନଗ୍ୟାସ ଦର ବୃଦ୍ଧି ଫଳରେ ମା’ମାନେ କିପରି ହନ୍ତସନ୍ତ ହେଉଛନ୍ତି ତାହା ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ରବୀନ୍ଦ୍ର କୁମାର, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଜିଲା ସହ ପର୍ଯ୍ୟବେକ୍ଷକ ସାରଦା ଜେନା, ରାଜ୍ୟ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସାଧାରଣ ପଟ୍ଟନାୟକ, ବରଦା ପ୍ରସନ୍ନ ପଟ୍ଟନାୟକ, ଜିଲା ଉପସଭାପତି ଗୌରୀ ରାଉତ, ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ପୂର୍ବତନ ପୌରପାଳିକା ଚେୟାରମ୍ୟାନ ଆଲୋକ ସାହୁ, ବରିଷ୍ଠ ନେତା ରଞ୍ଜନ ବାଗ, ଟାଉନ ସଭାପତି ସଭାପତି ସନତ ଦାସ, ବ୍ଲକ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଶେଷରେ ପୌର ଉପନଗରପାଳ ତଥା ଜିଲା ସମ୍ପାଦକ ମନୋଜ ରାଉତ ଧନ୍ୟବାଦ ଦେଇଥିଲେ। ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବାଲେଶ୍ୱର ସଦର ବ୍ଲକ ବିଡିଓ ନଗେନ୍ଦ୍ର ନାଥ ଖମାରିଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ସଜନାଗଡ, ସୋର, ଖଇରା, ରେମୁଣା ଓ ବାହାନଗାରେ ମଧ୍ୟ ବିକ୍ଷୋଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଟଗଡ଼ରେ ପୁଣି ବ୍ୟାନର ଲଗାଇଲେ ମାଓବାଦୀ

କୋଟଗଡ଼,୧୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ମାଦାଗୁଡ଼ା ଛକରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ ଏକ ଗଛରେ ଏହି ବ୍ୟାନନ ମାରି ସେପ୍ଟେମ୍ବର ୧୩...

ପୂର୍ବତନ ତହସିଲଦାରଙ୍କୁ ୨ ବର୍ଷ ଜେଲ

ଭୁବନେଶ୍ୱର,୧୯।୭ (ବ୍ୟୁରୋ): ଷ୍ଟାମ୍ପ୍‌ ଭେଣ୍ଡର ଲାଇସେନ୍ସ ନବୀକରଣ ପାଇଁ ଯାଞ୍ଚ ରିପୋର୍ଟ ଦେବାକୁ ୫୦୦ ଟଙ୍କା ଲାଞ୍ଚ ମାମଲାର ରାୟ ୧୩ ବର୍ଷ ପରେ ସୋମବାର...

ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନରେ ଭାଗ ନେବେ ୩୦୬୯ ଭୋଟର

ଜୁନାଗଡ଼,୨୩।୨(ଡି.ଏନ.ଏ) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

୬୪,୨୧୪ ପିଭିଟିଜିକୁ କୋଭିଡ୍‌ ସହାୟତା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟର ୬୪ ହଜାର ୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର (ପିଭିଟିଜି)କୁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ୍‌ ସହାୟତା’ ପ୍ରଦାନ କରାଯାଇଛି। କରୋନା ଦ୍ୱିତୀୟ...

ଆସନ୍ତା ୧୦ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଅପରାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ...

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର କ୍ୟାଶିୟର

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ବୃଦ୍ଧଙ୍କ ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ଗଲେ ଶ୍ମଶାନ

କଣିହାଁ,୧୧।୯(ଡି.ଏନ.ଏ.)-କୁହାଯାଏ ଅସହାୟଙ୍କୁ ସରକାର ସାହାଭରସା। ହେଲେ ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ କଲୋନୀରେ ମଙ୍ଗଳବାର ଘଟିଥିବା ଏକ ଘଟଣା ସରକାରୀ ବ୍ୟବସ୍ଥା ପ୍ରତି...

ପରଲୋକରେ ବିଶିଷ୍ଟ ଲେଖକ ମନୋଜ ଦାସ

ଭୁବନେଶ୍ୱର,୨୭।୪ : ବିଶିଷ୍ଟ ଲେଖକ ମନୋଜ ଦାସଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ।...

Advertisement
Archives

Model This Week