ନୂଆ ଓପିଡି ଖୋଲିବାକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୩ ।୧୧ ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଓପିଡି ସେବା ପାଇଁ ନିର୍ମାଣାଧୀନ କୋଠା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି ଓପିଡି ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏମ୍‌ସର ସ୍ବାସ୍ଥ୍ୟସେବା ଆରମ୍ଭ ହେଲେ ବାଲେଶ୍ୱର ଜିଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ଉପକୃତ ହେବେ। ତେବେ ଏଯାବତ୍‌ ବିଲ୍ଡିଂ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା, ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଆ ନ ଯିବା ଓ କୌଣସି ଅତ୍ୟାଧୁନିକ ସ୍ବାସ୍ଥ୍ୟ ପରୀକ୍ଷା ଯନ୍ତ୍ରପାତି ଇନଷ୍ଟଲ ନ ହେବା ଦେଖିବାକୁ ମିଳିଛି। ତେଣୁ ଏତେ କମ୍‌ ସମୟ ମଧ୍ୟରେ ଏସବୁ କାର୍ଯ୍ୟ କିପରି ହେବ ଏବଂ ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଓପିଡି କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।
ଜିଲା ରାଜ୍ୟର ୩ୟ ହେଲ୍‌ଥ ହବ୍‌ ପାଲଟିବାକୁ ଯାଉଥିବା ଜିଲାବାସୀ ଆଶାପୋଷଣ କରିଛନ୍ତି। ସହର ଉପକଣ୍ଠ ରେମୁଣାରେ ୪୫ଏକର ପରିମିତ ଜାଗାରେ ଗଢ଼ା ଚାଲିଛି ମେଡିକାଲ କଲେଜ ଓ ହସ୍ପିିଟାଲର ବିଶାଳକାୟ କୋଠା। ଏଥିସହ ଏମ୍‌ସ ଭଳି ବିଶ୍ୱସ୍ତରୀୟ ଚିକିତ୍ସାନୁଷ୍ଠାନର ସାଟେଲାଇଟ୍‌ ସେଣ୍ଟର ମଧ୍ୟ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଡିସେମ୍ବର ପହିଲାରୁ ଏଠାରେ ବହିର୍ବିଭାଗ ରୋଗୀ ସେବା (ଓପିଡି) ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୬ଜଣ ସୁପର୍‌ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏମ୍‌ସର ସାପ୍ତାହିକ ଓପିଡି ସେବା ବାଲେଶ୍ୱର ସହରର ପ୍ରତିରକ୍ଷା କଲୋନୀରେ ଚାଲିଥିଲା। କରୋନା ପରଠୁ ତାହା ବନ୍ଦ ରହିଛି। ଏବେ ସ୍ଥାୟୀ କୋଠାରେ ଓପିଡି ସେବା ସହିତ କିଛି ବିଭାଗର ପାଥୋଲୋଜି ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ଏମ୍‌ସରୁ ମଧ୍ୟ ବିଭିନ୍ନ ସମୟରେ ବିଶେଷଜ୍ଞ ଡାକ୍ତରମାନେ ଆସି ଏଠାରେ ଚିକିତ୍ସା କରିବେ। ପରବର୍ତ୍ତୀ ସମୟରେ ଏହି ସାଟେଲାଇଟ୍‌ ସେଣ୍ଟରରେ ୩୫୦ ଶଯ୍ୟା ବିଶିଷ୍ଟ ଆଇପିଡି ବିଭାଗ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା ଯୋଗାଇବାର ଯୋଜନା ରହିଛି। ସେହିପରି ଜନସାଧାରଣଙ୍କ ବହୁ ଦାବି ପରେ ୨୦୧୮ରେ ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ରାଜ୍ୟ ସରକାର। ଫକୀରମୋହନ ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ପାଠପଢ଼ା ଚାଲିଥିବା ବେଳେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଚାଲିଛି। ମେଡିକାଲ୍‌ କଲେଜ ପରିସରରେ ୬୫୦ ଶଯ୍ୟା ବିଶିଷ୍ଟ ବିଲ୍‌ଡିଂର ନିର୍ମାଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ନିକଟ ଭବିଷ୍ୟତରେ ସେଠାରେ ଜିଏନ୍‌ଏମ୍‌ ନର୍ସିଂ କଲେଜ ଓ ଫାର୍ମାସୀ କଲେଜର ବିଲ୍‌ଡିଂ କାମ ଆରମ୍ଭ ହେବ। ଅନ୍ୟପକ୍ଷରେ ରେମୁଣା ବ୍ଲକ ଅଚ୍ୟୁତପୁରଠାରେ ଆୟୁର୍ବେଦ, ୟୁନାନି, ଯୋଗ, ସିଦ୍ଧ ଓ ହୋମିଓପାଥି ଚିକିତ୍ସାକୁ ନେଇ ୫୦ ଶଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ହସ୍‌ପିଟାଲ ଖୋଲାଯିବ। ତେଣୁ ଆଗାମୀ ଦିନରେ ବାଲେଶ୍ୱର ଏକ ସ୍ବାସ୍ଥ୍ୟ ହବ୍‌ ଭାବେ ପରିଣତ ହେବାକୁ ଯାଉଛି।
ଏନେଇ ବାଲେଶ୍ୱର ସରକାରୀ ମେଡିିକାଲ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ କହିବା ଅନୁଯାୟୀ ଉତ୍ତର ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି। କିନ୍ତୁ ଏହାର ସଫଳ କାର୍ଯ୍ୟାନ୍ବୟନ ହେଲେ ଯାଇ ଜନସାଧାରଣଙ୍କୁ ସୁଫଳ ମିଳିପାରିବ। ଏମ୍‌ସ ବାଲେଶ୍ୱରର ନୋଡାଲ ଅଫିସର ଡା. ମୁକୁନ୍ଦ ସାହୁ କୁହନ୍ତି, ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏମ୍‌ସର ଓପିଡି ସେଣ୍ଟର କାର୍ଯ୍ୟକ୍ଷମ କରାଯିବାର ଯୋଜନା ରହିଛି। କୋଠା କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ସାରିଛି। ଭୁବନେଶ୍ୱର ଏମ୍‌ସରୁ ଡାକ୍ତର ଓ ପ୍ରଫେସର ସେଠାରେ ପହଞ୍ଚତ୍ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରେ ଅଳିଆ ପକାଇବାରୁ ସିଜ୍‌ ହେଲା ଟ୍ରାକ୍ଟର

ଭୁବନେଶ୍ୱର, ୨୮।୨ (ବ୍ୟୁରୋ):ଯେତେ ସଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ୍‌ ପୃଥକ କରି ବିଏମ୍‌ସି...

ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ ଘଟଣା: ଉଭୟଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଆନନ୍ଦପୁର,୨୯। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ଗ୍ରାମବାସୀ ତାଲା ପକାଇଦେଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ...

ଓଡ଼ିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ମଧ୍ୟ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର,୪-୯(ବ୍ୟୁରୋ):ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।...

୩ ଦିନିଆ ରିମାଣ୍ଡରେ ଶର୍ମିଷ୍ଠା

ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସକୁ ସମ୍ପୂର୍ଣ୍ଣ ପ୍ରମାଣ ମିଳିିନାହିଁ। ତେବେ କ୍ରାଇମବ୍ରାଞ୍ଚ ସୋମବାରଠୁ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ୩...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌: ଅଭିଯୋଗ ପରେ ନୂତନ ପ୍ରଶ୍ନପତ୍ର ସେଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌ ହୋଇଛି। କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ଜୁଲୋଜି (ପ୍ରାଣୀ ବିଜ୍ଞାନ) ବିଷୟର ପ୍ରଶ୍ନପତ୍ର...

କ୍ୱାରାଣ୍ଟାଇନ୍‌ରେ ସରିଯାଉଛି କର୍ତ୍ତବ୍ୟ

ଛେଣ୍ଡିପଦା,୩୦।୫(ସ୍ବ.ପ୍ର.) ମଜୁରି ନ ଦେଇ ଖାଲି ହାତରେ ମାଲିକ ବିଦା କରିଦେବା ପରେ ଓଡ଼ିଶା ସରକାରଙ୍କ ଭରସାରେ ସେମାନେ ତେଲଙ୍ଗାନାରୁ ଚାଲିବା ଆରମ୍ଭ କରିଥିଲେ। ବହୁ...

କରୋନା ନେଇ ଗୁଜବ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ୱର,୧।୪(ବ୍ୟୁରୋ): ଦେଶ, ସମାଜ ଏବଂ ରାଜ୍ୟ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ଆଗାମୀ ଦିନରେ କରେନା ସହ ଲଢ଼ିବା ପାଇଁ ପ୍ରତିଟି ବୁନ୍ଦା...

ରତ୍ନଭଣ୍ଡାର ସମ୍ପର୍କରେ ପଚାରିଲେ ନଡ୍ଡା

ପୁରୀ ଅଫିସ,୧।୧୦: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ...

Advertisement
Archives

Model This Week