ମାର୍ଚ୍ଚ ୨୩ ନିର୍ବାଚନ ପୂର୍ବରୁ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ

ଜେରୁଜେଲମ୍‌,୨୧।୩: ଇସ୍ରାଏଲ୍‌ରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଲୋକେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ନିର୍ବାଚନରେ ବିଜୟୀ ହେବା ନେତାନ୍ୟାହୁଙ୍କପାଇଁ କଷ୍ଟକର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଇସ୍ରାଏଲ୍‌ ସଂସଦର ୧୨୦ ଆସନ ମଧ୍ୟରୁ ନେତାନ୍ୟାହୁଙ୍କ ଲିକୁଡ ପାର୍ଟି ୩୦ ଆସନ ହାସଲ କରିବାର ସମ୍ଭାବନା ରହିଛି। ସେହିପରି ତାଙ୍କ ସହଯୋଗୀ ଦଳଗୁଡ଼ିକ ୫୦ଟି ଆସନ ହାତେଇବାର ଆଶା ରହିଛି। େନେତାନ୍ୟାହୁଙ୍କ ମେଣ୍ଟ ୫୬ରୁ ୬୦ ଆସନରେ ବିଜୟୀ ହେବାର ଅନୁମାନ କରାଯାଉଛି। ଯାହାକି ସରକାରଗଠନ ପାଇଁ ଆବଶ୍ୟକ ସଂଖ୍ୟା କମ୍‌ ରହିଛି। ସେହିପରି ନେତାନ୍ୟାହୁଙ୍କ ବିରୋଧି ଦଳ ୟେଶ୍‌ ଅତିଦ୍‌ ପାର୍ଟି ୨୦ ଆସନରେ ବିଜୟୀ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ କରୋନା ନେଲାଣି ୫୮ ହଜାର ମୁଣ୍ଡ: ଭିଏତ୍‌ନାମ୍‌ ଯୁଦ୍ଧ ମୃତ୍ୟୁ ସଂଖ୍ୟାକୁ ଟପିଲା

ଓ୍ବାଶିଂଟନ,୨୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫୮,୩୫୫ରେ ପହଞ୍ଚିଛି।...

ଅଧିକ ଶିଶୁ ହେଉଛନ୍ତି କରୋନାରେ ଆକ୍ରାନ୍ତ …

ଓ୍ବାଶିଂଟନ,୧୩।୫: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଏବେ ଶିଶୁମାନେ ବହୁ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହା ଯୋଗୁ...

ଶୁକ୍ର ଗ୍ରହରେ ଏଲିଅନ !

ଓ୍ବାଶିଂଟନ, ୧୫।୯: ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଠାକାର ବାୟୁମଣ୍ଡଳରେ ଫସଫିନ୍‌ ଗ୍ୟାସ୍‌ର ଆସ୍ତରଣ ଥିବା ଜଣାପଡ଼ିଛି।...

୩ ବର୍ଷରେ ୧୩୫ ଦେଶ ବୁଲିବ କ୍ରୁଜ୍‌

ଆଙ୍କାରା,୬। ୩: ଯାତ୍ରା ଯେତେ ରୋମାଞ୍ଚକର ହେବ, ତାହା ଚିରଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ତେବେ ଜଳଯାତ୍ରାକୁ ଅଧିକ କୌତୂହଳଯୁକ୍ତ କରିବା ପାଇଁ ମିରେ...

କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ...

କମାଣ୍ଡର ପରିବର୍ତ୍ତନ କଲେ ପୁଟିନ୍‌…

ମସ୍କୋ, ୧୦।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧର ନେତୃତ୍ୱ ନେବା ପାଇଁ ଜଣେ ନୂତନ ସେନା ଜେନେରାଲ ନିଯୁକ୍ତ କରିଛନ୍ତି। ରୁଷିଆର...

କରୋନା ମହାମାରୀ ଚିକିତ୍ସା ସମ୍ପର୍କରେ ମିଳିବ ଖୁସି ଖବର…

ଓ୍ବାଶିଂଟନ, ୨୮।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣ ଚିକିତ୍ସା ନେଇ ଆସନ୍ତା ୨ ସପ୍ତାହ ମଧ୍ୟରେ ଖୁସି ଖବର ମିଳିବ...

ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!

ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର...

Advertisement
Archives

Model This Week