ନିଆଁ ଦାଉରୁ ରକ୍ଷା ପାଇଲା ସଂରକ୍ଷିତ ଜଙ୍ଗଲ

ମୁନିଗୁଡ଼ା,୨୭ା୩(ଡି.ଏନ୍‌.ଏ.)-  ରାୟଗଡ଼ା ଜିଲା ମୁନିଗୁଡ଼ା ବନାଞ୍ଚଳ ଓ ବନଖଣ୍ଡ ଅଧୀନ ପାତ୍ରଗୁଡ଼ା ଗାଁ ନିକଟ ସଂରକ୍ଷିତ ଶାଗୁଆନ ଜଙ୍ଗଲରେ ଶନିବାର ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ବନ ବିଭାଗର ମିଳିତ ପ୍ରୟାସରେ ବନାଗ୍ନିକୁ ଆୟତ୍ତ କରାଯାଇ ପାରିଛି।
ପାତ୍ରଗୁଡ଼ା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନୀୟ ସାମାଜିକ କର୍ମୀ କ୍ଷମାସାଗର ଦାସ ପ୍ରଥମେ ଦେଖିଥିଲେ। ତୁରନ୍ତ ଗାଁର ଯୁବକମାନଙ୍କ ସହାୟତାରେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ବନ ବିଭାଗକୁ ଜଣାଇଥିଲେ। ମୁନିଗୁଡ଼ା ବନପାଳ ପ୍ରମୋଦିନୀ ମାଣ୍ଡାଙ୍ଗୀ ସଦଳବଳ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି। ଫଳରେ ଜଙ୍ଗଲରେ ଲାଗିଥିବା ଶାଗୁଆନ ଗଛଗୁଡ଼ିକୁ ନିଆଁରୁ ସୁରକ୍ଷିତ ରଖାଯାଇ ପାରିଛି। ଜଙ୍ଗଲ ସୁରକ୍ଷା ଦିଗରେ ସହଯୋଗ କରିଥିବାରୁ ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗୌରାଙ୍ଗ ଚରଣ ରାଉତ, ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ସାମାଜିକ କର୍ମୀ ଏବଂ ଯୁବଗୋଷ୍ଠୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?