ସମ୍ପଦ ଦେଉନି ସମୃଦ୍ଧି

ଛେଣ୍ଡିପଦା,୧୫ା୧୨(ସ୍ୱ.ପ୍ର.): ପ୍ରାକୃତିକ ସମ୍ପଦର ସଦ୍‌ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ। ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ ଯୋଗାଏ। କିନ୍ତୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୬ଟି ପଞ୍ଚାୟତ ବସନ୍ତପୁର, ମାଛକୁଟା, ପାତ୍ରପଡ଼ା, ଶିମିଳିପାଳ, ରାଇଝରଣ ଓ କଙ୍କରେଇବାସୀଙ୍କ କ୍ଷେତ୍ରରେ ଏହାର ବିପରୀତ ଫଳ ଦେଖିବାକୁ ମିଳିଛି। ମାଟି ତଳେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ଟନ୍‌ କୋଇଲା ଏହି ଅଞ୍ଚଳର ବିକାଶରେ ଏଯାଏ ବାଧକ ସାଜିଆସିଛି। ଜମି ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ଦୀର୍ଘ ୧୦ ବର୍ଷ ହେଲା ଏହି ପଞ୍ଚାୟତଗୁଡ଼ିକରେ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନା ଲାଗୁ ହୋଇପାରୁ ନାହିଁ। ଫଳରେ ରାସ୍ତାଠାରୁ ସ୍ବାସ୍ଥ୍ୟସେବା ଯାଏ ପ୍ରତିଟି କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି।
ବସନ୍ତପୁର ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ୨୦୦୪ରେ ଛେଣ୍ଡିପଦାରେ ଥିବା କୋଲ୍‌ ବ୍ଲକ ଆବଣ୍ଟନ କରାଯାଇଥିଲା। ଫଳରେ କମ୍ପାନୀ ପକ୍ଷରୁ ଜମି ଅଧିଗ୍ରହଣ ସହ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅଞ୍ଚଳର ବହୁ ଲୋକ କମ୍ପାନୀକୁ ଜୋର୍‌ଦାର ବିରୋଧ କରିଥିଲେ। ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଅଡ଼ି ବସିଥିଲେ। ଏଥିଯୋଗୁ କାର୍ଯ୍ୟ ଆଗେଇପାରି ନ ଥିଲା। ଏଣେ ଖଣି ଅଞ୍ଚଳ ଦର୍ଶାଇ ସରକାର ଏଠାରେ ଉନ୍ନୟନ କାର୍ଯ୍ୟ ବନ୍ଦ କରିଦେବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଥିଲା। ତେବେ ଖଣି ନିଲାମ ପ୍ରକ୍ରିୟାରେ ଦୁର୍ନୀତି ନେଇ ମାମଲା ସୁପ୍ରିମକୋର୍ଟକୁ ଯିବାପରେ ସବୁକିଛି ଠପ୍‌ ହୋଇଯାଇଥିଲା। ୨୦୧୬ରେ ସର୍ବୋଚ୍ଚ ଅଦାଲତ ଉକ୍ତ କୋଲ୍‌ ବ୍ଲକ ଆବଣ୍ଟନକୁ ଅସିଦ୍ଧ ଘୋଷଣା କରିବାରୁ ବିସ୍ଥାପନ ଏବଂ ଜମି ଅଧିଗ୍ରହଣ କରିବାକୁ ବୁଝାଶୁଝା କରୁଥିବା କମ୍ପାନୀ ଏଠାରୁ ଓହରିଯାଇଥିଲା। ଫଳରେ ଅଞ୍ଚଳବାସୀ ନା ବିସ୍ଥାପିତ ହୋଇପାରିଛନ୍ତି ନା ସେବେଠୁ ସରକାରୀ ଯୋଜନାର ସୁଫଳ ପାଇପାରୁଛନ୍ତି। ଦୀର୍ଘ ୧୦ ବର୍ଷ ହେଲା ଏପରି ଅବସ୍ଥା ଲାଗି ରହିଥିବାରୁ ପଞ୍ଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରି ନାହିଁ। ପଞ୍ଚାୟତ ଆକାଉଣ୍ଟରେ କୋଟି କୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗୁନାହିଁ। ବିଭିନ୍ନ ଗ୍ରାମର ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗରିବ ଖଟିଖିଆଙ୍କ ଭଙ୍ଗା କୁଡ଼ିଆ ସରକାରୀ ଯୋଜନାରେ କୋଠା ହୋଇପାରୁ ନାହିଁ। ସ୍କୁଲ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି। କବାଟ ଝରକାରେ ଉଇ ଲାଗି ନଷ୍ଟ ହୋଇଗଲାଣି। ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ନାହିଁ। ଏ ନେଇ ଜିଲା ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଜମି ଅଧିଗ୍ରହଣ ଅଞ୍ଚଳ ଯୋଗୁ ସରକାର ସେଠାରେ ଉନ୍ନୟନ କାର୍ଯ୍ୟ କରିପାରୁ ନାହାନ୍ତି। କିନ୍ତୁ ଦୀର୍ଘ ବର୍ଷ ଧରି ଲୋକେ ବଞ୍ଚିତ ହୋଇଥିବାରୁ ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ନିବେଦନ କରାଯିବ।

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ
ବସନ୍ତପୁର ପଞ୍ଚାୟତରେ ୩ଟି ପ୍ରାଥମିକ ଓ ଗୋଟିଏ ନୋଡାଲ ବିଦ୍ୟାଳୟ ଅଛି। କିନ୍ତୁ ସେସବୁ ବିପଦସଙ୍କୁଳ ହୋଇପଡ଼ିଛି। କେତୋଟି ଶ୍ରେଣୀଗୃହ ୧୦ ବର୍ଷ ହେବ ଅଧାପନ୍ତରିଆ ରହିଛି। ଜମି ଅଧିଗୃହୀତ ଅଞ୍ଚଳ କହି ଅନୁଦାନ ଦିଆଯାଉ ନାହିଁ। ଶ୍ରେଣୀ ଗୃହ ଅଭାବରୁ ଶିକ୍ଷା ଦାନରେ ବାଧା ଉପୁଜୁଛି।
-ବିଜୟ କୁମାର ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ବସନ୍ତପୁର
ଜଳସେଚନ, ସ୍ବାସ୍ଥ୍ୟସେବାରୁ ବଞ୍ଚିତ
ଅଞ୍ଚଳର ଉନ୍ନତି ପାଇଁ ୧୦ ବର୍ଷ ହେବ କୌଣସି ଅନୁଦାନ ଆସୁନାହିଁ। କୃଷି କାର୍ଯ୍ୟ ନିମନ୍ତେ ଜଳସେଚନ ବ୍ୟବସ୍ଥା ହୋଇପାରୁ ନାହିଁ। ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମରେ ଏକ ଉପ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ।
-ଅକ୍ଷୟ କୁମାର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ
ଶୌଚାଳୟ ନିର୍ମାଣ ହୋଇପାରୁନି
ବର୍ଷା ଦିନେ ଘର ଭାଙ୍ଗିଯାଇଥିବା ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନାହିଁ। ସ୍ବଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ହୋଇପାରୁ ନାହିଁ। କେବଳ ମୁଖ୍ୟ ରାସ୍ତାକୁ ଛାଡିଦେଲେ ଅନ୍ୟ ସବୁ ରାସ୍ତା ଶୋଚନୀୟ ହୋଇପଡିଛି। ଲକ୍‌ଡାଉନ ବେଳେ ଗରିବ ଲୋକଙ୍କ ହାତକୁ କାମ ଯୋଗାଇ ଦିଆଯାଇ ନାହିଁ।
-ବୈଦ୍ୟନାଥ ସାହୁ, ପଞ୍ଚାୟତବାସୀ
ସମାଧାନ ବାଟ ବାହାରିପାରୁନି
ପଞ୍ଚାୟତ ଆକାଉଣ୍ଟରେ ଦେଢ଼ କୋଟିରୁ ଅଧିକ ଟଙ୍କା ରହିଛି। କିନ୍ତୁ ଏହା ଲୋକଙ୍କ ସେବାରେ ଲଗାଯାଇପାରୁ ନାହିଁ। ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ସମାଧାନ ବାଟ ବାହାରିପାରୁ ନାହିଁ। ଖଣି ଆବଣ୍ଟନ ରଦ୍ଦ ହୋଇଥିବାରୁ ଜମି ଅଧିଗ୍ରହଣ ବନ୍ଦ ରହିଛି। ପଞ୍ଚାୟତବାସୀ କିପରି ମୌଳିକ ସୁବିଧା ପାଇବେ ସରକାର ବ୍ୟବସ୍ଥା କରନ୍ତୁ।
-ଲକ୍ଷ୍ମୀଧର ସାହୁ, ସରପଞ୍ଚ, ବସନ୍ତପୁର
ସରକାରୀ ବାବୁଙ୍କ ପାଇଁ ଭିନ୍ନ ନିୟମ
ଲୋକଙ୍କ ପାଇଁ ସରକାରୀ ଯୋଜନା କହିଲେ କେବଳ ଚାଉଳ ଓ ଭତ୍ତା। ଏହାଛଡ଼ା ଗରିବ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାର ଘର ଖଣ୍ଡିଏ ଦେଇନାହାନ୍ତି। ଜମି ଅଧିଗ୍ରହଣ ଅଞ୍ଚଳ କହି ଆମକୁ ଉପେକ୍ଷା କରାଯାଉଛି। ଏନ୍‌ଆର୍‌ଇଜିଏସ୍‌ରେ ବନ ବିଭାଗ ଘର ନିର୍ମାଣ କରିପାରୁଛି, କିନ୍ତୁ ସାଧାରଣ ଲୋକଙ୍କୁ କାମ କି ଘର ମିଳୁନି।
-ସୁନିତା ନାଏକ, ୱାର୍ଡମେମ୍ବର, ଡେଉଁରିଆଝରଣ
ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ
ପାତ୍ରପଡା ପଞ୍ଚାୟତ ଅଧୀନରେ ୪ଟି ରାଜସ୍ବ ଗ୍ରାମ ରହିଛି। କିନ୍ତୁ ଦୁଇଟି ଗ୍ରାମକୁ ଛାଡିଦେଲେ ଅନ୍ୟ ଗ୍ରାମଗୁଡିକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିହେଉ ନାହିଁ। ୧୦ ବର୍ଷ ହେବ ଲୋକେ ବହୁ ହୀନସ୍ତା ହେଉଛନ୍ତି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହିତ ଅଧିଗ୍ରହଣ ବନ୍ଦ ହୋଇଥିବା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରନ୍ତୁ।
-ଯୋଗେଶ୍ବର ସାହୁ, ସରପଞ୍ଚ, ପାତ୍ରପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?