ସମ୍ପଦ ଦେଉନି ସମୃଦ୍ଧି

ଛେଣ୍ଡିପଦା,୧୫ା୧୨(ସ୍ୱ.ପ୍ର.): ପ୍ରାକୃତିକ ସମ୍ପଦର ସଦ୍‌ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ। ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ ଯୋଗାଏ। କିନ୍ତୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୬ଟି ପଞ୍ଚାୟତ ବସନ୍ତପୁର, ମାଛକୁଟା, ପାତ୍ରପଡ଼ା, ଶିମିଳିପାଳ, ରାଇଝରଣ ଓ କଙ୍କରେଇବାସୀଙ୍କ କ୍ଷେତ୍ରରେ ଏହାର ବିପରୀତ ଫଳ ଦେଖିବାକୁ ମିଳିଛି। ମାଟି ତଳେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ଟନ୍‌ କୋଇଲା ଏହି ଅଞ୍ଚଳର ବିକାଶରେ ଏଯାଏ ବାଧକ ସାଜିଆସିଛି। ଜମି ଅଧିଗ୍ରହଣ ଅଞ୍ଚଳ ହୋଇଥିବାରୁ ଦୀର୍ଘ ୧୦ ବର୍ଷ ହେଲା ଏହି ପଞ୍ଚାୟତଗୁଡ଼ିକରେ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନା ଲାଗୁ ହୋଇପାରୁ ନାହିଁ। ଫଳରେ ରାସ୍ତାଠାରୁ ସ୍ବାସ୍ଥ୍ୟସେବା ଯାଏ ପ୍ରତିଟି କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି।
ବସନ୍ତପୁର ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ୨୦୦୪ରେ ଛେଣ୍ଡିପଦାରେ ଥିବା କୋଲ୍‌ ବ୍ଲକ ଆବଣ୍ଟନ କରାଯାଇଥିଲା। ଫଳରେ କମ୍ପାନୀ ପକ୍ଷରୁ ଜମି ଅଧିଗ୍ରହଣ ସହ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅଞ୍ଚଳର ବହୁ ଲୋକ କମ୍ପାନୀକୁ ଜୋର୍‌ଦାର ବିରୋଧ କରିଥିଲେ। ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଅଡ଼ି ବସିଥିଲେ। ଏଥିଯୋଗୁ କାର୍ଯ୍ୟ ଆଗେଇପାରି ନ ଥିଲା। ଏଣେ ଖଣି ଅଞ୍ଚଳ ଦର୍ଶାଇ ସରକାର ଏଠାରେ ଉନ୍ନୟନ କାର୍ଯ୍ୟ ବନ୍ଦ କରିଦେବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଥିଲା। ତେବେ ଖଣି ନିଲାମ ପ୍ରକ୍ରିୟାରେ ଦୁର୍ନୀତି ନେଇ ମାମଲା ସୁପ୍ରିମକୋର୍ଟକୁ ଯିବାପରେ ସବୁକିଛି ଠପ୍‌ ହୋଇଯାଇଥିଲା। ୨୦୧୬ରେ ସର୍ବୋଚ୍ଚ ଅଦାଲତ ଉକ୍ତ କୋଲ୍‌ ବ୍ଲକ ଆବଣ୍ଟନକୁ ଅସିଦ୍ଧ ଘୋଷଣା କରିବାରୁ ବିସ୍ଥାପନ ଏବଂ ଜମି ଅଧିଗ୍ରହଣ କରିବାକୁ ବୁଝାଶୁଝା କରୁଥିବା କମ୍ପାନୀ ଏଠାରୁ ଓହରିଯାଇଥିଲା। ଫଳରେ ଅଞ୍ଚଳବାସୀ ନା ବିସ୍ଥାପିତ ହୋଇପାରିଛନ୍ତି ନା ସେବେଠୁ ସରକାରୀ ଯୋଜନାର ସୁଫଳ ପାଇପାରୁଛନ୍ତି। ଦୀର୍ଘ ୧୦ ବର୍ଷ ହେଲା ଏପରି ଅବସ୍ଥା ଲାଗି ରହିଥିବାରୁ ପଞ୍ଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରି ନାହିଁ। ପଞ୍ଚାୟତ ଆକାଉଣ୍ଟରେ କୋଟି କୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗୁନାହିଁ। ବିଭିନ୍ନ ଗ୍ରାମର ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗରିବ ଖଟିଖିଆଙ୍କ ଭଙ୍ଗା କୁଡ଼ିଆ ସରକାରୀ ଯୋଜନାରେ କୋଠା ହୋଇପାରୁ ନାହିଁ। ସ୍କୁଲ ଘରଗୁଡ଼ିକ ଭାଙ୍ଗିରୁଜି ଗଲାଣି। କବାଟ ଝରକାରେ ଉଇ ଲାଗି ନଷ୍ଟ ହୋଇଗଲାଣି। ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ନାହିଁ। ଏ ନେଇ ଜିଲା ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଜମି ଅଧିଗ୍ରହଣ ଅଞ୍ଚଳ ଯୋଗୁ ସରକାର ସେଠାରେ ଉନ୍ନୟନ କାର୍ଯ୍ୟ କରିପାରୁ ନାହାନ୍ତି। କିନ୍ତୁ ଦୀର୍ଘ ବର୍ଷ ଧରି ଲୋକେ ବଞ୍ଚିତ ହୋଇଥିବାରୁ ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ନିବେଦନ କରାଯିବ।

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ
ବସନ୍ତପୁର ପଞ୍ଚାୟତରେ ୩ଟି ପ୍ରାଥମିକ ଓ ଗୋଟିଏ ନୋଡାଲ ବିଦ୍ୟାଳୟ ଅଛି। କିନ୍ତୁ ସେସବୁ ବିପଦସଙ୍କୁଳ ହୋଇପଡ଼ିଛି। କେତୋଟି ଶ୍ରେଣୀଗୃହ ୧୦ ବର୍ଷ ହେବ ଅଧାପନ୍ତରିଆ ରହିଛି। ଜମି ଅଧିଗୃହୀତ ଅଞ୍ଚଳ କହି ଅନୁଦାନ ଦିଆଯାଉ ନାହିଁ। ଶ୍ରେଣୀ ଗୃହ ଅଭାବରୁ ଶିକ୍ଷା ଦାନରେ ବାଧା ଉପୁଜୁଛି।
-ବିଜୟ କୁମାର ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ବସନ୍ତପୁର
ଜଳସେଚନ, ସ୍ବାସ୍ଥ୍ୟସେବାରୁ ବଞ୍ଚିତ
ଅଞ୍ଚଳର ଉନ୍ନତି ପାଇଁ ୧୦ ବର୍ଷ ହେବ କୌଣସି ଅନୁଦାନ ଆସୁନାହିଁ। କୃଷି କାର୍ଯ୍ୟ ନିମନ୍ତେ ଜଳସେଚନ ବ୍ୟବସ୍ଥା ହୋଇପାରୁ ନାହିଁ। ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମରେ ଏକ ଉପ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ଦିଗରେ ସରକାର ଧ୍ୟାନ ଦେବା ଆବଶ୍ୟକ।
-ଅକ୍ଷୟ କୁମାର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ
ଶୌଚାଳୟ ନିର୍ମାଣ ହୋଇପାରୁନି
ବର୍ଷା ଦିନେ ଘର ଭାଙ୍ଗିଯାଇଥିବା ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନାହିଁ। ସ୍ବଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ହୋଇପାରୁ ନାହିଁ। କେବଳ ମୁଖ୍ୟ ରାସ୍ତାକୁ ଛାଡିଦେଲେ ଅନ୍ୟ ସବୁ ରାସ୍ତା ଶୋଚନୀୟ ହୋଇପଡିଛି। ଲକ୍‌ଡାଉନ ବେଳେ ଗରିବ ଲୋକଙ୍କ ହାତକୁ କାମ ଯୋଗାଇ ଦିଆଯାଇ ନାହିଁ।
-ବୈଦ୍ୟନାଥ ସାହୁ, ପଞ୍ଚାୟତବାସୀ
ସମାଧାନ ବାଟ ବାହାରିପାରୁନି
ପଞ୍ଚାୟତ ଆକାଉଣ୍ଟରେ ଦେଢ଼ କୋଟିରୁ ଅଧିକ ଟଙ୍କା ରହିଛି। କିନ୍ତୁ ଏହା ଲୋକଙ୍କ ସେବାରେ ଲଗାଯାଇପାରୁ ନାହିଁ। ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ସମାଧାନ ବାଟ ବାହାରିପାରୁ ନାହିଁ। ଖଣି ଆବଣ୍ଟନ ରଦ୍ଦ ହୋଇଥିବାରୁ ଜମି ଅଧିଗ୍ରହଣ ବନ୍ଦ ରହିଛି। ପଞ୍ଚାୟତବାସୀ କିପରି ମୌଳିକ ସୁବିଧା ପାଇବେ ସରକାର ବ୍ୟବସ୍ଥା କରନ୍ତୁ।
-ଲକ୍ଷ୍ମୀଧର ସାହୁ, ସରପଞ୍ଚ, ବସନ୍ତପୁର
ସରକାରୀ ବାବୁଙ୍କ ପାଇଁ ଭିନ୍ନ ନିୟମ
ଲୋକଙ୍କ ପାଇଁ ସରକାରୀ ଯୋଜନା କହିଲେ କେବଳ ଚାଉଳ ଓ ଭତ୍ତା। ଏହାଛଡ଼ା ଗରିବ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାର ଘର ଖଣ୍ଡିଏ ଦେଇନାହାନ୍ତି। ଜମି ଅଧିଗ୍ରହଣ ଅଞ୍ଚଳ କହି ଆମକୁ ଉପେକ୍ଷା କରାଯାଉଛି। ଏନ୍‌ଆର୍‌ଇଜିଏସ୍‌ରେ ବନ ବିଭାଗ ଘର ନିର୍ମାଣ କରିପାରୁଛି, କିନ୍ତୁ ସାଧାରଣ ଲୋକଙ୍କୁ କାମ କି ଘର ମିଳୁନି।
-ସୁନିତା ନାଏକ, ୱାର୍ଡମେମ୍ବର, ଡେଉଁରିଆଝରଣ
ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ
ପାତ୍ରପଡା ପଞ୍ଚାୟତ ଅଧୀନରେ ୪ଟି ରାଜସ୍ବ ଗ୍ରାମ ରହିଛି। କିନ୍ତୁ ଦୁଇଟି ଗ୍ରାମକୁ ଛାଡିଦେଲେ ଅନ୍ୟ ଗ୍ରାମଗୁଡିକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିହେଉ ନାହିଁ। ୧୦ ବର୍ଷ ହେବ ଲୋକେ ବହୁ ହୀନସ୍ତା ହେଉଛନ୍ତି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହିତ ଅଧିଗ୍ରହଣ ବନ୍ଦ ହୋଇଥିବା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରନ୍ତୁ।
-ଯୋଗେଶ୍ବର ସାହୁ, ସରପଞ୍ଚ, ପାତ୍ରପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅସୁରକ୍ଷିତ ପର୍ଯ୍ୟଟକ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଅସୁରକ୍ଷିତ ହୋଇପଡିଛି ପର୍ଯ୍ୟଟନସ୍ଥଳୀ। ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିଦିନ କେଉଁଠି ନା କେଉଁଠି ପର୍ଯ୍ୟଟକମାନେ ଲୁଟ୍‌ ଏବଂ ଅସଦାଚରଣର ଶିକାର ହେଉଛନ୍ତି, ଯାହାକି...

ତୁମ ନେତୃତ୍ୱରେ ରାଜ୍ୟରେ ବିକାଶ ନୂଆ ଉଚ୍ଚତା ଛୁଇଁବ- ନବୀନ

ଭୁବନେଶ୍ୱର,୨।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଏନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଜାମୁକୋଳି ଖାଇବାକୁ ଯାଇ ଚାଲିଗଲା ବାଳକଙ୍କ ଜୀବନ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ...

ବାହୁଙ୍ଗି ନେଇ ଧବଳେଶ୍ୱର ପୀଠକୁ ଯାଇପାରିବେନି କାଉଡିଆ

ଆଠଗଡ଼,୧୫।୭(ଡି.ଏନ୍‌.ଏ): ଧବଳେଶ୍ୱର ପୀଠ ଭିତରକୁ କାଉଡିଆ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ । କାଉଡିଆମାନେ କେବଳ ମାନସିକ କଳସ...

ଉଠା ଦୋକାନୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରୁ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହାର ଅବଧି ୧୪ ଦିନ...

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଢଳିଥାନ୍ତି ଶିବ ଲିଙ୍ଗ

ଖଣ୍ଡପଡା,୧୮ା୭(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ସିଦ୍ଧେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି। ବୁଧବାର କର୍କଟ ସଂକ୍ରାନ୍ତି...

ବ୍ରାହ୍ମଣୀନଦୀରୁ ଚାଲିଛି ବେଆଇନ ବାଲି ଉଠାଣ

କେନ୍ଦ୍ରାପଡ଼ା ଅଫିସ,୨୨ା୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାଲି ଚୋରା ଚାଲାଣ କରୁଥିବା ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ଭୁବନେଶ୍ୱର ଏମ୍ସକୁ ପ୍ରଥମ କାୟାକଳ୍ପ ପୁରସ୍କାର

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) କେବଳ ଦେଶର ସର୍ବୋତ୍ତମ ଚିକିତ୍ସା ପ୍ରତିଷ୍ଠାନ ନୁହେଁ, ସ୍ବଚ୍ଛତା ଓ ରୋଗୀ...

Advertisement
Archives

Model This Week