ନିଷେଧାଦେଶ ଓ ମାନବ ବିକାଶ

ମୁଁ ଗୁଜରାଟରୁ ଏହା ଲେଖୁଛି, ଯେଉଁଠାରେ ରାଜ୍ୟର ଗୋଟିଏ ଭାଗରେ ସରକାର ମଦ୍ୟପାନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଆକର୍ଷିତ କରିବା ପାଇଁ ଏହା କରାଯାଇଥିବା ଏକ ନ୍ୟୁଜ୍‌ ରିପୋର୍ଟରେ ଦର୍ଶାଯାଇଛି ଏବଂ ଏଥିପାଇଁ ରାଜ୍ୟ ରାଜଧାନୀ ଗାନ୍ଧୀନଗର ନିକଟ ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ୍‌-ସିଟି (ଜିଆଇଏଫ୍‌ଟି)ରେ ହୋଟେଲ / ରେଷ୍ଟୁରାଣ୍ଟ / କ୍ଲବରେ ମଦ୍ୟପାନକୁ ଅନୁମତି ଦିଆଯିବ। ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ଏହା କେବଳ ଜିଆଇଏଫ୍‌ଟି ସିଟିରେ କାର୍ଯ୍ୟ କରୁଥିବା ଅଧିକାରୀ, କର୍ମଚାରୀ ଏବଂ ମାଲିକଙ୍କ ପାଇଁ ଉପଲବ୍ଧ ହେବ। ତେବେ ଯେଉଁମାନେ ସାରା ରାଜ୍ୟରେ ମଦ୍ୟପାନକୁ ବେଆଇନ କରିଛନ୍ତି, ସେମାନେ ନିଷେଧାଦେଶରୁ ମୁକ୍ତ ରହିବେ। ସାମ୍ବିଧାନିକ ଦୃଷ୍ଟିକୋଣରୁ ଭାରତରେ ଆଇନରେ ନିଷେଧାଦେଶର ଉତ୍ପତ୍ତିକୁ ଦେଖିଲେ କୌତୂହଳପ୍ରଦ ମନେହୁଏ। ସମାଜ ବିଜ୍ଞାନୀ ଏମ୍‌.ଏନ୍‌. ଶ୍ରୀନିବାସ ଲେଖିଛନ୍ତି, ହିନ୍ଦୁ ଧର୍ମୀୟ ରୀତିନୀତିରେ ମଦ୍ୟପାନ ଏବଂ ମାଦକଦ୍ରବ୍ୟର ବ୍ୟବହାର ବେଶ୍‌ ଜଣାଶୁଣା ଏବଂ ଆଦିବାସୀ ସଂସ୍କୃତିର ଏହା ଏକ ଅଂଶବିଶେଷ। ତେବେ ଆନୁଷ୍ଠାନିକ ଧର୍ମୀୟ ରୀତିନୀତିରେ କୌଣସି ମଦ୍ୟପାନ ନାହିଁ । ଏକ ରୀତିନୀତିରେ ‘ସୋମ’ ମାଦକଦ୍ରବ୍ୟ ଖାଇବାର ବିଚାରକୁ ବହୁ ପୂର୍ବରୁ ବାଦ୍‌ ଦିଆଯାଇଥିଲା ଏବଂ ଏହାକୁ ନିଷେଧ କରାଯାଇଥିଲା। ସାମ୍ବିଧାନିକ ସଭାରେ ଦାବି କରାଯାଇଥିଲା(ବି.ଜି.ଖେର୍‌ଙ୍କ ଦ୍ୱାରା) ଯେ, ୫ଟି ଗମ୍ଭୀର ପାପ ମଧ୍ୟରୁ ମଦ୍ୟପାନ ଗୋଟିଏ ବୋଲି ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ରହିଛି। କେବଳ ହିନ୍ଦୁ କିମ୍ବା ମୁସଲମାନ ନୁହନ୍ତି, ଖ୍ରୀଷ୍ଟିଆନମାନେ ମଧ୍ୟ ମଦ୍ୟପାନକୁ ପାପ ବୋଲି ବିଚାର କରିଥାନ୍ତି। ଯେତେବେଳେ ଅନ୍ୟ ସଦସ୍ୟମାନେ କହିଥିଲେ ମଦ୍ୟପାନ ଆଦିବାସୀ ସଂସ୍କୃତି ଓ ରୀତିନୀତିର ଏକ ଅଂଶ, ସେତେବେଳେ ଭି.ଆଇ. ମୁନିସ୍ବାମୀ ପିଲ୍ଲାଇ ଦାବି କରିଥିଲେ ଯେ ଆଦିବାସୀମାନଙ୍କ ସମାରୋହ ସମୟରେ ମଦ, ଟୋଡି, ବ୍ରାଣ୍ଡି କିମ୍ବା ସେପରି କିଛି ଜିନିଷ ପ୍ରଚଳନ ନାହିଁ। ସେ କହିଥିଲେ, ବ୍ରିଟିଶମାନଙ୍କଠାରୁ ଆଦିବାସୀମାନଙ୍କ ନିକଟକୁ ମଦ୍ୟପାନ ଆସିଥିଲା ଓ ସେମାନଙ୍କ ଅଭ୍ୟାସରେ ରହିଯାଇଥିଲା। କୋହ୍ଲାପୁର ସ୍ବାଧୀନ ସାଂସଦ ବି.ଏଚ୍‌.ଖାର୍‌ଡେକର ହିନ୍ଦୁ ଋଢ଼ିବାଦୀଙ୍କ ପ୍ରତି ଏକ ସାହସିକ ପ୍ରତିକ୍ରୟା ରଖିଥିଲେ । ସେ କହିଥିଲେ , ନିଷେଧାଦେଶ ସପକ୍ଷରେ ରଖାଯାଇଥିବା ଯୁକ୍ତିଗୁଡ଼ିକର ସତ୍ୟତା ନାହିଁ। ପ୍ରଥମ ଯୁକ୍ତି ଥିଲା, ୧୯୨୦ରୁ ୧୯୩୩ ମଧ୍ୟରେ ଆମେରିକୀୟମାନେ ଏହାକୁ ଲାଗୁ କରିଥିଲେ ଓ ଏହା ତ୍ରୁଟିପୂର୍ଣ୍ଣ ଥିବାରୁ ସେମାନେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ଦ୍ୱିତୀୟରେ କଂଗ୍ରେସ ପାର୍ଟି ଏହା କରିବାକୁ ପ୍ରତିଶ୍ରୁତି ଦେଇଥିଲା ଏବଂ ସେଥିରେ କିଛି ଗୁରୁତ୍ୱ ନ ଥିଲା। କାରଣ ସ୍ବାଧୀନତା ପରେ କଂଗ୍ରେସ କେବଳ ଗୋଟିଏ ରାଜନୈତିକ ଦଳ ଥିଲା ଏବଂ ଦେଶର ପ୍ରତିନିଧିତ୍ୱ କରି ନ ଥିଲା। ତୃତୀୟରେ ପାର୍ସୀ ଏବଂ ଖ୍ରୀଷ୍ଟିଆନମାନେ ମଧ୍ୟ ନିଷେଧାଦେଶ ସପକ୍ଷରେ ଅଛନ୍ତି ବୋଲି ଦାବି ହୋଇଥିଲା ଓ ତାହା ମଧ୍ୟ ମିଥ୍ୟ ଥିଲା। ଶେଷରେ ଗାନ୍ଧିଜୀ ଏହା ସପକ୍ଷରେ ଥିଲେ। ଏହାର ଗୁରୁତ୍ୱ କିଛି ରହିଲା ନାହିଁ କାରଣ ଗାନ୍ଧୀ ମଧ୍ୟ ବାଧ୍ୟବାଧକତାର ବିରୋଧୀ ଥିଲେ।
ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯାଇପାରୁଥିବା ଅବକାରୀ ରାଜସ୍ବ ବିଷୟରେ ମଧ୍ୟ ଖାର୍‌ଡେକର କହିଥିଲେ। ସେ ଆଧୁନିକ ରାଷ୍ଟ୍ରରେ ଅର୍ଥନୀତିଜ୍ଞ ହାରୋଲ୍ଡ ଲାସ୍କିଙ୍କ ଲିଖିତ ‘ଲିବର୍ଟି ଇନ୍‌ ଦି ମର୍ଡନ ଷ୍ଟେଟ୍‌’ପୁସ୍ତକର ଏକ ଉକ୍ତିକୁ ଦର୍ଶାଇଥିଲେ। ସେଥିରେ ଲାସ୍କି କହିଛନ୍ତି, ବ୍ୟକ୍ତିଗତ ସ୍ବାଧୀନତାକୁ ନିଷେଧାଦେଶ ଉଲ୍ଲଂଘନ କରେ। ଏହା ଥିଲା ବିତର୍କରେ ତାଙ୍କର ସବୁଠାରୁ ଗଠନମୂଳକ ଏବଂ ବାସ୍ତବ ହସ୍ତକ୍ଷେପ । କିନ୍ତୁ ତାଙ୍କର ପ୍ରମୁଖ ଯୁକ୍ତିଗୁଡ଼ିକ ଖାରଜ ହୋଇଯାଇଥିଲା। ଖାର୍‌ଡେକରଙ୍କ ବ୍ୟତୀତ ଅନ୍ୟ କୌଣସି ସମର୍ଥନର ଅଭାବ ଏବଂ ନୈତିକ ଆଧାରରେ ଏହାକୁ ଆଗକୁ ବଢ଼ାଇବାକୁ କଂଗ୍ରେସର ଇଚ୍ଛା ଥିବାରୁ ସଂଶୋଧନକୁ ଗ୍ରହଣ କରାଯାଇଥିଲା। ଧାରା ୪୭ରେ ଉଲ୍ଲେଖ ଅଛି ଯେ,ପୁଷ୍ଟିକର ସ୍ତର ଏବଂ ଲୋକମାନଙ୍କର ଜୀବନଧାରଣ ମାନ ବୃଦ୍ଧି ତଥା ଜନସ୍ବାସ୍ଥ୍ୟର ଉନ୍ନତିକୁ ପ୍ରାଥମିକ କର୍ତ୍ତବ୍ୟଗୁଡ଼ିକ ଭାବେ ଦେଶ ଗ୍ରହଣ କରିବ ଏବଂ ବିଶେଷ ଭାବରେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ମାଦକ ପାନୀୟ ଏବଂ ଦ୍ରବ୍ୟର ଓଷଧୀୟ ଉଦ୍ଦେଶ୍ୟକୁ ବାଦ୍‌ ଦେଇ ନିଷେଧାଦେଶ ଆଣିବାକୁ ଚେଷ୍ଟା କରିବ। କିନ୍ତୁ ବହୁ ଦଶନ୍ଧିରେ ଦେଖାଯାଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଷ୍ଟିକର ସ୍ତର ଏବଂ ଜୀବନଧାରଣର ମାନ ବୃଦ୍ଧି ତଥା ସ୍ବାସ୍ଥ୍ୟର ଉନ୍ନତି ପ୍ରକୃତରେ ଦେଶର ପ୍ରାଥମିକ କର୍ତ୍ତବ୍ୟ ହୋଇଥିଲେ ବି ପରେ ତାହାକୁ ଉଲ୍ଲଂଘନ କରାଯାଇଛି। ୨୦୧୯ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ମାନବ ବିକାଶ ସୂଚକାଙ୍କରେ ୧୮୯ଟି ଦେଶ ମଧ୍ୟରୁ ୧୨୯ ତମ ସ୍ଥାନରେ ରହିଥିଲା ଭାରତ। ଏହି ସୂଚକାଙ୍କ ଆୟୁଷ, ଶିକ୍ଷା ଏବଂ ମୁଣ୍ଡ ପିଛା ଆୟ ମୂଲ୍ୟାୟନ କରିଥାଏ। ୨୦୨୩ ରେ ଭାରତ ୧୩୨ ସ୍ଥାନରେ ରହିଥିଲା। ସ୍ବାଧୀନତା ପରଠାରୁ ଗୁଜରାଟରେ ସର୍ବଦା ମଦ୍ୟପାନ ଉପରେ ନିଷେଧାଦେଶ ରହିଆସିଛି। କିନ୍ତୁ ୨୦୧୭ରେ ମାନବ ବିକାଶ ସୂଚକାଙ୍କ(ଏଚ୍‌ଡିଆଇ)ରେ ଦେଶର ୨୫ଟି ରାଜ୍ୟ ମଧ୍ୟରେ ୧୪ ସ୍ଥାନରେ ଗୁଜରାଟ ରହିଥିଲା। ବିହାର ଯେଉଁଠି ଏବେ ମଦ୍ୟପାନକୁ ବନ୍ଦ କରାଯାଇଛି ତାହା ସବାଶେଷ ୨୫ ର଼୍ୟାଙ୍କ୍‌ରେ ଥିଲା। ୨୦୨୨ରେ ହାର୍ଭାର୍ଡ ସେଣ୍ଟର ଫର୍‌ ପପୁଲେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ ପୋଷଣ ଅଭିଯାନ ଉପରେ ଭାରତର ରାଜ୍ୟ ତଥା ଜିଲାଗୁଡ଼ିକର ସଫଳତାକୁ ଆକଳନ କରିଥିଲା। ମାର୍ଚ୍ଚ ୨୦୧୮ରେ ଗର୍ଭବତୀ ମହିଳା, କିଶୋରୀ, ସ୍ତନ୍ୟପାନ କରାଉଥିବା ମା’ ଏବଂ ୬ ବର୍ଷରୁ କମ୍‌ ପିଲାମାନଙ୍କ ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ତେବେ ଗୁଜରାଟ ଏବେ ସର୍ବଶେଷ ସ୍ଥାନ ୨୮ରେ ରହିଛି। ଏହି ତଥ୍ୟ ଦର୍ଶାଇଛି ଯେ ଭାରତରେ ମଦ୍ୟପାନ ନିଷେଧାଦେଶକୁ ପୁଷ୍ଟିକର ସ୍ତର ଏବଂ ଏହାର ଲୋକମାନଙ୍କର ଜୀବନଧାରଣ ଓ ଜନସ୍ବାସ୍ଥ୍ୟର ଉନ୍ନତିର ସାମ୍ବିଧାନିକ ଲକ୍ଷ୍ୟ ସହ ଯୋଡ଼ିବା କଷ୍ଟକର। ସତ କହିବାକୁ ଗଲେ, ଏହା କେବେ ବି ପ୍ରକୃତ କାରଣ ନୁହେଁ। ମହିଳାମାନଙ୍କର କଲ୍ୟାଣ ଏବଂ ସାମାଜିକ ସୁସ୍ଥତା ନୈତିକ ଦୃଷ୍ଟିକୋଣରୁ ଭାରତରେ ସଦାବେଳେ ନିଷେଧାଦେଶକୁ ଉତ୍ସାହିତ କରାଯାଉଛି। ଶ୍ରୀନିବାସ ଦର୍ଶାଇଥିଲେ , ନିଷେଧାଦେଶ ଏକ ସଂସ୍କୃତ ଶାସ୍ତ୍ର କାର୍ଯ୍ୟର ପ୍ରତିନିଧିତ୍ୱ କରିଥିଲା ଯାହା ଜାତି ସହ ଜଡ଼ିତ। ଏହା ଭାରତୀୟ ବିତର୍କରେ କେବେହେଲେ ଆଗକୁ ଆସିନାହିଁ ଏବଂ ମଦ୍ୟପାନକୁ ଅସ୍ବୀକାର କରିବା ଉପରେ ବିତର୍କ ପ୍ରାୟତଃ ବିଶ୍ୱସ୍ତରରେ ହୋଇଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?