ନିଷେଧାଦେଶ ଓ ମାନବ ବିକାଶ

ମୁଁ ଗୁଜରାଟରୁ ଏହା ଲେଖୁଛି, ଯେଉଁଠାରେ ରାଜ୍ୟର ଗୋଟିଏ ଭାଗରେ ସରକାର ମଦ୍ୟପାନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଆକର୍ଷିତ କରିବା ପାଇଁ ଏହା କରାଯାଇଥିବା ଏକ ନ୍ୟୁଜ୍‌ ରିପୋର୍ଟରେ ଦର୍ଶାଯାଇଛି ଏବଂ ଏଥିପାଇଁ ରାଜ୍ୟ ରାଜଧାନୀ ଗାନ୍ଧୀନଗର ନିକଟ ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ୍‌-ସିଟି (ଜିଆଇଏଫ୍‌ଟି)ରେ ହୋଟେଲ / ରେଷ୍ଟୁରାଣ୍ଟ / କ୍ଲବରେ ମଦ୍ୟପାନକୁ ଅନୁମତି ଦିଆଯିବ। ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ଏହା କେବଳ ଜିଆଇଏଫ୍‌ଟି ସିଟିରେ କାର୍ଯ୍ୟ କରୁଥିବା ଅଧିକାରୀ, କର୍ମଚାରୀ ଏବଂ ମାଲିକଙ୍କ ପାଇଁ ଉପଲବ୍ଧ ହେବ। ତେବେ ଯେଉଁମାନେ ସାରା ରାଜ୍ୟରେ ମଦ୍ୟପାନକୁ ବେଆଇନ କରିଛନ୍ତି, ସେମାନେ ନିଷେଧାଦେଶରୁ ମୁକ୍ତ ରହିବେ। ସାମ୍ବିଧାନିକ ଦୃଷ୍ଟିକୋଣରୁ ଭାରତରେ ଆଇନରେ ନିଷେଧାଦେଶର ଉତ୍ପତ୍ତିକୁ ଦେଖିଲେ କୌତୂହଳପ୍ରଦ ମନେହୁଏ। ସମାଜ ବିଜ୍ଞାନୀ ଏମ୍‌.ଏନ୍‌. ଶ୍ରୀନିବାସ ଲେଖିଛନ୍ତି, ହିନ୍ଦୁ ଧର୍ମୀୟ ରୀତିନୀତିରେ ମଦ୍ୟପାନ ଏବଂ ମାଦକଦ୍ରବ୍ୟର ବ୍ୟବହାର ବେଶ୍‌ ଜଣାଶୁଣା ଏବଂ ଆଦିବାସୀ ସଂସ୍କୃତିର ଏହା ଏକ ଅଂଶବିଶେଷ। ତେବେ ଆନୁଷ୍ଠାନିକ ଧର୍ମୀୟ ରୀତିନୀତିରେ କୌଣସି ମଦ୍ୟପାନ ନାହିଁ । ଏକ ରୀତିନୀତିରେ ‘ସୋମ’ ମାଦକଦ୍ରବ୍ୟ ଖାଇବାର ବିଚାରକୁ ବହୁ ପୂର୍ବରୁ ବାଦ୍‌ ଦିଆଯାଇଥିଲା ଏବଂ ଏହାକୁ ନିଷେଧ କରାଯାଇଥିଲା। ସାମ୍ବିଧାନିକ ସଭାରେ ଦାବି କରାଯାଇଥିଲା(ବି.ଜି.ଖେର୍‌ଙ୍କ ଦ୍ୱାରା) ଯେ, ୫ଟି ଗମ୍ଭୀର ପାପ ମଧ୍ୟରୁ ମଦ୍ୟପାନ ଗୋଟିଏ ବୋଲି ଶାସ୍ତ୍ରଗୁଡ଼ିକରେ ଉଲ୍ଲେଖ ରହିଛି। କେବଳ ହିନ୍ଦୁ କିମ୍ବା ମୁସଲମାନ ନୁହନ୍ତି, ଖ୍ରୀଷ୍ଟିଆନମାନେ ମଧ୍ୟ ମଦ୍ୟପାନକୁ ପାପ ବୋଲି ବିଚାର କରିଥାନ୍ତି। ଯେତେବେଳେ ଅନ୍ୟ ସଦସ୍ୟମାନେ କହିଥିଲେ ମଦ୍ୟପାନ ଆଦିବାସୀ ସଂସ୍କୃତି ଓ ରୀତିନୀତିର ଏକ ଅଂଶ, ସେତେବେଳେ ଭି.ଆଇ. ମୁନିସ୍ବାମୀ ପିଲ୍ଲାଇ ଦାବି କରିଥିଲେ ଯେ ଆଦିବାସୀମାନଙ୍କ ସମାରୋହ ସମୟରେ ମଦ, ଟୋଡି, ବ୍ରାଣ୍ଡି କିମ୍ବା ସେପରି କିଛି ଜିନିଷ ପ୍ରଚଳନ ନାହିଁ। ସେ କହିଥିଲେ, ବ୍ରିଟିଶମାନଙ୍କଠାରୁ ଆଦିବାସୀମାନଙ୍କ ନିକଟକୁ ମଦ୍ୟପାନ ଆସିଥିଲା ଓ ସେମାନଙ୍କ ଅଭ୍ୟାସରେ ରହିଯାଇଥିଲା। କୋହ୍ଲାପୁର ସ୍ବାଧୀନ ସାଂସଦ ବି.ଏଚ୍‌.ଖାର୍‌ଡେକର ହିନ୍ଦୁ ଋଢ଼ିବାଦୀଙ୍କ ପ୍ରତି ଏକ ସାହସିକ ପ୍ରତିକ୍ରୟା ରଖିଥିଲେ । ସେ କହିଥିଲେ , ନିଷେଧାଦେଶ ସପକ୍ଷରେ ରଖାଯାଇଥିବା ଯୁକ୍ତିଗୁଡ଼ିକର ସତ୍ୟତା ନାହିଁ। ପ୍ରଥମ ଯୁକ୍ତି ଥିଲା, ୧୯୨୦ରୁ ୧୯୩୩ ମଧ୍ୟରେ ଆମେରିକୀୟମାନେ ଏହାକୁ ଲାଗୁ କରିଥିଲେ ଓ ଏହା ତ୍ରୁଟିପୂର୍ଣ୍ଣ ଥିବାରୁ ସେମାନେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ଦ୍ୱିତୀୟରେ କଂଗ୍ରେସ ପାର୍ଟି ଏହା କରିବାକୁ ପ୍ରତିଶ୍ରୁତି ଦେଇଥିଲା ଏବଂ ସେଥିରେ କିଛି ଗୁରୁତ୍ୱ ନ ଥିଲା। କାରଣ ସ୍ବାଧୀନତା ପରେ କଂଗ୍ରେସ କେବଳ ଗୋଟିଏ ରାଜନୈତିକ ଦଳ ଥିଲା ଏବଂ ଦେଶର ପ୍ରତିନିଧିତ୍ୱ କରି ନ ଥିଲା। ତୃତୀୟରେ ପାର୍ସୀ ଏବଂ ଖ୍ରୀଷ୍ଟିଆନମାନେ ମଧ୍ୟ ନିଷେଧାଦେଶ ସପକ୍ଷରେ ଅଛନ୍ତି ବୋଲି ଦାବି ହୋଇଥିଲା ଓ ତାହା ମଧ୍ୟ ମିଥ୍ୟ ଥିଲା। ଶେଷରେ ଗାନ୍ଧିଜୀ ଏହା ସପକ୍ଷରେ ଥିଲେ। ଏହାର ଗୁରୁତ୍ୱ କିଛି ରହିଲା ନାହିଁ କାରଣ ଗାନ୍ଧୀ ମଧ୍ୟ ବାଧ୍ୟବାଧକତାର ବିରୋଧୀ ଥିଲେ।
ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯାଇପାରୁଥିବା ଅବକାରୀ ରାଜସ୍ବ ବିଷୟରେ ମଧ୍ୟ ଖାର୍‌ଡେକର କହିଥିଲେ। ସେ ଆଧୁନିକ ରାଷ୍ଟ୍ରରେ ଅର୍ଥନୀତିଜ୍ଞ ହାରୋଲ୍ଡ ଲାସ୍କିଙ୍କ ଲିଖିତ ‘ଲିବର୍ଟି ଇନ୍‌ ଦି ମର୍ଡନ ଷ୍ଟେଟ୍‌’ପୁସ୍ତକର ଏକ ଉକ୍ତିକୁ ଦର୍ଶାଇଥିଲେ। ସେଥିରେ ଲାସ୍କି କହିଛନ୍ତି, ବ୍ୟକ୍ତିଗତ ସ୍ବାଧୀନତାକୁ ନିଷେଧାଦେଶ ଉଲ୍ଲଂଘନ କରେ। ଏହା ଥିଲା ବିତର୍କରେ ତାଙ୍କର ସବୁଠାରୁ ଗଠନମୂଳକ ଏବଂ ବାସ୍ତବ ହସ୍ତକ୍ଷେପ । କିନ୍ତୁ ତାଙ୍କର ପ୍ରମୁଖ ଯୁକ୍ତିଗୁଡ଼ିକ ଖାରଜ ହୋଇଯାଇଥିଲା। ଖାର୍‌ଡେକରଙ୍କ ବ୍ୟତୀତ ଅନ୍ୟ କୌଣସି ସମର୍ଥନର ଅଭାବ ଏବଂ ନୈତିକ ଆଧାରରେ ଏହାକୁ ଆଗକୁ ବଢ଼ାଇବାକୁ କଂଗ୍ରେସର ଇଚ୍ଛା ଥିବାରୁ ସଂଶୋଧନକୁ ଗ୍ରହଣ କରାଯାଇଥିଲା। ଧାରା ୪୭ରେ ଉଲ୍ଲେଖ ଅଛି ଯେ,ପୁଷ୍ଟିକର ସ୍ତର ଏବଂ ଲୋକମାନଙ୍କର ଜୀବନଧାରଣ ମାନ ବୃଦ୍ଧି ତଥା ଜନସ୍ବାସ୍ଥ୍ୟର ଉନ୍ନତିକୁ ପ୍ରାଥମିକ କର୍ତ୍ତବ୍ୟଗୁଡ଼ିକ ଭାବେ ଦେଶ ଗ୍ରହଣ କରିବ ଏବଂ ବିଶେଷ ଭାବରେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ମାଦକ ପାନୀୟ ଏବଂ ଦ୍ରବ୍ୟର ଓଷଧୀୟ ଉଦ୍ଦେଶ୍ୟକୁ ବାଦ୍‌ ଦେଇ ନିଷେଧାଦେଶ ଆଣିବାକୁ ଚେଷ୍ଟା କରିବ। କିନ୍ତୁ ବହୁ ଦଶନ୍ଧିରେ ଦେଖାଯାଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଷ୍ଟିକର ସ୍ତର ଏବଂ ଜୀବନଧାରଣର ମାନ ବୃଦ୍ଧି ତଥା ସ୍ବାସ୍ଥ୍ୟର ଉନ୍ନତି ପ୍ରକୃତରେ ଦେଶର ପ୍ରାଥମିକ କର୍ତ୍ତବ୍ୟ ହୋଇଥିଲେ ବି ପରେ ତାହାକୁ ଉଲ୍ଲଂଘନ କରାଯାଇଛି। ୨୦୧୯ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ମାନବ ବିକାଶ ସୂଚକାଙ୍କରେ ୧୮୯ଟି ଦେଶ ମଧ୍ୟରୁ ୧୨୯ ତମ ସ୍ଥାନରେ ରହିଥିଲା ଭାରତ। ଏହି ସୂଚକାଙ୍କ ଆୟୁଷ, ଶିକ୍ଷା ଏବଂ ମୁଣ୍ଡ ପିଛା ଆୟ ମୂଲ୍ୟାୟନ କରିଥାଏ। ୨୦୨୩ ରେ ଭାରତ ୧୩୨ ସ୍ଥାନରେ ରହିଥିଲା। ସ୍ବାଧୀନତା ପରଠାରୁ ଗୁଜରାଟରେ ସର୍ବଦା ମଦ୍ୟପାନ ଉପରେ ନିଷେଧାଦେଶ ରହିଆସିଛି। କିନ୍ତୁ ୨୦୧୭ରେ ମାନବ ବିକାଶ ସୂଚକାଙ୍କ(ଏଚ୍‌ଡିଆଇ)ରେ ଦେଶର ୨୫ଟି ରାଜ୍ୟ ମଧ୍ୟରେ ୧୪ ସ୍ଥାନରେ ଗୁଜରାଟ ରହିଥିଲା। ବିହାର ଯେଉଁଠି ଏବେ ମଦ୍ୟପାନକୁ ବନ୍ଦ କରାଯାଇଛି ତାହା ସବାଶେଷ ୨୫ ର଼୍ୟାଙ୍କ୍‌ରେ ଥିଲା। ୨୦୨୨ରେ ହାର୍ଭାର୍ଡ ସେଣ୍ଟର ଫର୍‌ ପପୁଲେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ ପୋଷଣ ଅଭିଯାନ ଉପରେ ଭାରତର ରାଜ୍ୟ ତଥା ଜିଲାଗୁଡ଼ିକର ସଫଳତାକୁ ଆକଳନ କରିଥିଲା। ମାର୍ଚ୍ଚ ୨୦୧୮ରେ ଗର୍ଭବତୀ ମହିଳା, କିଶୋରୀ, ସ୍ତନ୍ୟପାନ କରାଉଥିବା ମା’ ଏବଂ ୬ ବର୍ଷରୁ କମ୍‌ ପିଲାମାନଙ୍କ ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ତେବେ ଗୁଜରାଟ ଏବେ ସର୍ବଶେଷ ସ୍ଥାନ ୨୮ରେ ରହିଛି। ଏହି ତଥ୍ୟ ଦର୍ଶାଇଛି ଯେ ଭାରତରେ ମଦ୍ୟପାନ ନିଷେଧାଦେଶକୁ ପୁଷ୍ଟିକର ସ୍ତର ଏବଂ ଏହାର ଲୋକମାନଙ୍କର ଜୀବନଧାରଣ ଓ ଜନସ୍ବାସ୍ଥ୍ୟର ଉନ୍ନତିର ସାମ୍ବିଧାନିକ ଲକ୍ଷ୍ୟ ସହ ଯୋଡ଼ିବା କଷ୍ଟକର। ସତ କହିବାକୁ ଗଲେ, ଏହା କେବେ ବି ପ୍ରକୃତ କାରଣ ନୁହେଁ। ମହିଳାମାନଙ୍କର କଲ୍ୟାଣ ଏବଂ ସାମାଜିକ ସୁସ୍ଥତା ନୈତିକ ଦୃଷ୍ଟିକୋଣରୁ ଭାରତରେ ସଦାବେଳେ ନିଷେଧାଦେଶକୁ ଉତ୍ସାହିତ କରାଯାଉଛି। ଶ୍ରୀନିବାସ ଦର୍ଶାଇଥିଲେ , ନିଷେଧାଦେଶ ଏକ ସଂସ୍କୃତ ଶାସ୍ତ୍ର କାର୍ଯ୍ୟର ପ୍ରତିନିଧିତ୍ୱ କରିଥିଲା ଯାହା ଜାତି ସହ ଜଡ଼ିତ। ଏହା ଭାରତୀୟ ବିତର୍କରେ କେବେହେଲେ ଆଗକୁ ଆସିନାହିଁ ଏବଂ ମଦ୍ୟପାନକୁ ଅସ୍ବୀକାର କରିବା ଉପରେ ବିତର୍କ ପ୍ରାୟତଃ ବିଶ୍ୱସ୍ତରରେ ହୋଇଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri