ଜାତୀୟ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଅଗ୍ରଗତି

ଭୁବନେଶ୍ୱର,୨।୧୨(ବ୍ୟୁରୋ): ବିଭିନ୍ନ ଖାଦ୍ୟ ସୁରକ୍ଷା ପଦକ୍ଷେପ ଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଅଗ୍ରଗତି ହାସଲ କରିଛି। ୨ଠ୧୮-୧୯ରେ ୨୬ତମ ସ୍ଥାନରେ ଓଡ଼ିଶା ରହିଥିବାବେଳେ ୨ଠ୧୯-୨ଠରେ ୧୩ତମ ଏବଂ ୨ଠ୨ଠ-୨୧ରେ ୪ର୍ଥ ସ୍ଥାନରେ ରହିଛି ରାଜ୍ୟ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖାଦ୍ୟ ସୁରକ୍ଷା ଆଡ୍‌ଭାଇଜରି କମିଟି ବୈଠକରୁ ଏହା ଜଣାପଡ଼ିଛି।
ତଥ୍ୟରୁ ଜଣାପଡ଼ିଛି ଯେ, ୨ଠ୨ଠ-୨୧ ବର୍ଷରେ ୩ଠ୪୯ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏଥିରୁ ୫୭୬ଟି ନମୁନା ମିସ୍‌ବ୍ରାଣ୍ଡିଂ ଭାବେ ବୁକ୍‌ କରାଯାଇଛି। ସେହିପରି ୨ଠ୨୧-୨୨ ଅକ୍ଟୋବର ସୁଦ୍ଧା ୧୯୮୪ ନମୁନାରୁ ୪୪୬ଟିକୁ ବୁକ୍‌ କରାଯାଇଛି। ଏହାବାଦ୍‌ ୨୮ଠଟି ମାମଲାରେ ଜରିମାନା ଆଦାୟ କରାଯାଇଛି। ମୋଟ୍‌ ୨୨,ଠ୭୬ ଫୁଡ୍‌ ବିଜନେସ୍‌ ଅପରେଟରଙ୍କୁ ଅନ୍‌ଲାଇନ୍‌ ଲାଇସେନ୍ସ ପ୍ରଦାନ କରାଯାଇଛି। ୮୩ ହଜାର ୨୮୫ ଏଫ୍‌ବିଓଗୁଡ଼ିକୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି।
ଖାଦ୍ୟ ପ୍ରସ୍ତୁତି ଲାଗି ଷ୍ଟ୍ରିଟ୍‌ ଫୁଡ଼୍‌ ଭେଣ୍ଡରମାନଙ୍କୁ ତାଲିମ୍‌ ପ୍ରଦାନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତିି। ଏହାସହ ବିଷାକ୍ତ ଖାଦ୍ୟର ପ୍ରଭାବ ସମ୍ପର୍କରେ ଭେଣ୍ଡରଙ୍କୁ ସଚେତନ କରିବାକୁ କୁହାଯାଇଛି। ସେହିପରି ଫୁଡ଼୍‌ ବିଜନେସ୍‌ ଅପରେଟର ଏବଂ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ଦ୍ୱାରା ନିରାପଦ ଖାଦ୍ୟ ବିକ୍ରୟ ଉପରେ ନଜର ରଖିବା ପାଇଁ ନିୟମିତ ଜିଲାସ୍ତରୀୟ ଖାଦ୍ୟ ସୁରକ୍ଷା ବୈଠକ କରିବାକୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା କମିଶନର ଯାମିନୀ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ଖାଦ୍ୟ ଯାଞ୍ଚ ପରୀକ୍ଷାଗାରର କ୍ଷମତାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ମେଳା, ସର୍ବସାଧାରଣ ଉତ୍ସବ ଏବଂ ପର୍ବପର୍ବାଣି ଆଦିରେ ମୋବାଇଲ୍‌ ଫୁଡ୍‌ ଟେଷ୍ଟିଂ ଲାବ୍‌ କାର୍ଯ୍ୟ କରୁଛି। ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜ୍‌ କୁମାର ଶର୍ମା, ଆଇନଶୃଙ୍ଖଳା ଏଡିଜି ରାଧାକିଷାନ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri