ନୂଆ ପଥରେ ସମସ୍ୟା

ଆପଣଙ୍କ ମଧ୍ୟରୁ ଅନେକଙ୍କ ପରି ମୁଁ ‘ରାଇଟ୍‌ ଓ୍ବିଙ୍ଗ୍‌ ଇନ୍‌ଫ୍ଲୁଏନ୍‌ସର୍ସ’ (ପ୍ରଭାବ ପକାଉଥିବା ଦକ୍ଷିଣପନ୍ଥୀ ଚିନ୍ତାଧାରାର ବ୍ୟକ୍ତିମାନେ) ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡିଆ(ସାମାଜିକ ଗଣମାଧ୍ୟମ) ବିଷୟବସ୍ତୁରୁ ଦୂରେଇ ରହିଛି। କଥିତ ଭାଷାରେ ଏହି ବ୍ୟକ୍ତିମାନଙ୍କୁ ‘ଭକ୍ତ’ କିମ୍ବା ଅନ୍ୟ ଅର୍ଥରେ ଅନୁଗାମୀ କୁହାଯାଏ। ଏହି ସ୍ତମ୍ଭରେ ସେମାନଙ୍କୁ ସଂକ୍ଷେପରେ ଆର୍‌ଡ୍‌ବ୍ଲ୍ୟୁଆଇଏସ୍‌ ଭାବେ ସୂଚିତ କରାଯାଇଛି। ୨୦୧୪ ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ଏପରି ବିଷୟବସ୍ତୁ ପ୍ରସ୍ତୁତ କରିବାର କୌଣସି ସୁଯୋଗ ନ ଥିଲା, କାରଣ ଆମ ପାଖରେ ଥିବା ସରକାର ତାଙ୍କ ନିଜର ପ୍ରଶଂସା ନିଜେ ହିଁ କରିଆସୁଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ୪ ଜୁନ୍‌ରେ ସଂଖ୍ୟାଗରିଷ୍ଠତା ହରାଇବା ପରେ ମୁଁ ଅନୁଭବ କଲି ଯେ ପ୍ରଧାନମନ୍ତ୍ରୀଙ୍କ ଉତ୍ସର୍ଗୀକୃତ ଦୂତମାନେ କିପରି ଅଛନ୍ତି ତାହା ପରୀକ୍ଷା କରିବା ଉଚିତ। ଗତ ସପ୍ତାହର ଅଧିକାଂଶ ସମୟ ଏହିସବୁ ବିଷୟବସ୍ତୁ ଦେଖିବାରେ ମୋ ସମୟ ଅତିବାହିତ ହୋଇଛି ଏବଂ ଏହା ଉପରେ ସଂଗୃହୀତ ପ୍ରତିକ୍ରିୟାଗୁଡ଼ିକ ନିମ୍ନରେ ଦର୍ଶାଉଛି। ପ୍ରଥମରେ, ସେମାନଙ୍କ ମଧ୍ୟରେ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଅଧିକ ନୁହେଁ ଓ ଅନେକଙ୍କୁ ଲୋକେ ଜାଣନ୍ତି ନାହିଁ ଏବଂ ସେମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ପ୍ରାୟତଃ ରବିଶ କୁମାର ଏବଂ ଧ୍ରୁବ ରାଠୀଙ୍କ ଦୃଷ୍ଟିକୋଣକୁ କିଛି ମାତ୍ରରେ ଆପଣାଇବାକୁ ସଂଘର୍ଷ କରନ୍ତି। ମୋ ମତରେ ଏହାର ଦୁଇଟି କାରଣ ଅଛି। ଗୋଟିଏ, ମୂଳତଃ ସେମାନେ ସରକାରଙ୍କ ଦାବିକୁ ପୁନରାବୃତ୍ତି କରନ୍ତି, ତେଣୁ ସେମାନଙ୍କର ମୂଳ ଦର୍ଶକ ସୀମିତ। ଅନ୍ୟଟି ହେଉଛି, ସେମାନେ ସର୍ବଦା କ୍ରୋଧିତ କିମ୍ବା ଅସୁଖୀ ଏବଂ ଦେଖିବା ଭଳି ବିଷୟବସ୍ତୁ ପ୍ରସ୍ତୁତ କରିପାରନ୍ତି ନାହିଁ। ଦ୍ୱିତୀୟ ବିଷୟ ଅତ୍ୟନ୍ତ ଦୁର୍ଭଗ୍ୟଜନକ। ବିଶେଷକରି ଆର୍‌ଡବ୍ଲ୍ୟୁଆଇଏସ୍‌ ଏପରିକି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ୪ ଜୁନ୍‌ର ଫଳାଫଳକୁ ନେଇ ସମ୍ପୂର୍ଣ୍ଣ ଦୁଃଖିତ। ମୁନିବ ସମ୍ପୂର୍ଣ୍ଣ ପ୍ରଭୁତ୍ୱ ରଖିବା ଆବଶ୍ୟକ ବୋଲି ସେମାନେ ଚାହାନ୍ତି। କିନ୍ତୁ ସେମାନେ ଫଳାଫଳକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ଏବଂ ଏହାକୁ ବୁଝିବାକୁ ଅକ୍ଷମ। କାରଣ ସବୁ ‘ନୂଆ ଭାରତ’ ଓ ଅବଶିଷ୍ଟ କାର୍ଯ୍ୟକ୍ରମ ରାତାରାତି ଅପସରିଯାଇଛି।
ତୃତୀୟ ବିଷୟ ହେଉଛି ଆର୍‌ଡବ୍ଲ୍ୟୁଆଇଏସ୍‌ ଭଲ ଭାବେ ବୁଝିଛନ୍ତି ଯେ, ବିରୋଧୀଦଳର ସୋସିଆଲ ମିଡିଆ ଷଡ଼ଯନ୍ତ୍ର ଦ୍ୱାରା ଭାଜପା ସଂଖ୍ୟାଗରିଷ୍ଠତା ପାଇଲା ନାହିଁ। ବିଶେଷ ଭାବରେ ଦୁଇଟି ବିଷୟ ମିଥ୍ୟା ଖବର ଭାବରେ ପ୍ରସାର କରାଯାଇଥିଲା। ତାହା ହେଲା ଭାଜପା ସଂରକ୍ଷଣ ବନ୍ଦ କରିବ ଏବଂ ସମ୍ବିଧାନ ବଦଳାଇଦେବ। ମନେରଖିବା ଉଚିତ ଯେ, ଏହି କଣ୍ଟେଣ୍ଟ କ୍ରିଏଟରମାନେ ସଂରକ୍ଷଣ ବିରୋଧୀ। କାରଣ ଏମାନେ ସହରାଞ୍ଚଳର ଉଚ୍ଚବର୍ଗର ଲୋକ ଓ ସେମାନଙ୍କ ବର୍ଗର ସ୍ବାର୍ଥ ରକ୍ଷା କରୁଛନ୍ତି। ସେମାନେ ଘଟଣା ସମ୍ପର୍କରେ ସଚେତନ ଥିବା କିମ୍ବା ମୋଦିଙ୍କ ଭକ୍ତ ବୋଲି ଜଣାପଡ଼ୁନାହିଁ। ସେମାନେ କ୍ରୋଧରେ ସଂରକ୍ଷଣ ବିରୋଧରେ କହୁଛନ୍ତି, ଯାହା ଭୋଟରମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଜଣାପଡ଼େ, ସେମାନଙ୍କ ମାନସିକତା ଭାଜପାର ସୋସିଆଲ ମିଡିଆ ଚଳାଉଥିବା ଅମିତ ମାଲବ୍ୟଙ୍କ ବିରୋଧୀ। କିନ୍ତୁ ମୁଁ ବୁଝିିପାରିଲି ନାହିଁ ସେମାନେ କାହିଁକି ତାଙ୍କ ଉପରେ ରାଗିଗଲେ।
ଚତୁର୍ଥ କଥା ହେଉଛି ମହାରାଷ୍ଟ୍ର ପରି ରାଜ୍ୟରେ ଭାଜପା ମେଣ୍ଟ ପରିବର୍ତ୍ତନକୁ ନେଇ ସେମାନେ ଅସନ୍ତୁଷ୍ଟ। ଏଠାରେ ସେମାନଙ୍କ ସହ ଯେକେହି ସହମତ ହେବେ ଯେ ଏହା ଭାଜପାର କ୍ଷତି ଘଟାଇଛି। ଅସନ୍ତୁଷ୍ଟର ଅନ୍ୟ ଏକ ଦିଗ ସହ ସମ୍ପର୍କ ରହିଛି। ସେମାନେ ଭାଜପା ଦ୍ୱାରା ଅନ୍ତର୍ଭୁକ୍ତୀକରଣ ଏବଂ ଧର୍ମନିରପେକ୍ଷତା ବିଷୟରେ କୌଣସି ଆଲୋଚନାକକୁ ଘୃଣା କରନ୍ତି। ପଞ୍ଚମ ବିଷୟ ହେଉଛି, ନିର୍ବାଚନ ଫଳାଫଳ ପରେ ମୋଦି ସରକାର ନେଇଥିବା ସମସ୍ତ ୟୁ-ଟର୍ନରେ ଆର୍‌ଡବ୍ଲ୍ୟୁଆଇଏସ୍‌ ଅପମାନିତ ହେଇଥିବା ଜଣାପଡ଼ୁଛି। ଦଶନ୍ଧି ଧରି ସରକାରରେ କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବାର ଯୁଗ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକ ନୂତନ ପ୍ରକାର କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେମାନେ ଏଯାବତ ସ୍ବୀକାର କରିନାହାନ୍ତି। ୱକଫ ବିଲ୍‌ ଏବଂ ଲାଟେରାଲ ଏଣ୍ଟ୍ରି ପରି ପ୍ରସଙ୍ଗରେ ସେମାନେ ବିଶେଷ ଭାବେ କ୍ରୋଧିତ ହୋଇପଡ଼ିଛନ୍ତି। ଷଷ୍ଠ କଥା ହେଉଛି ମୋଦିଙ୍କ ଭାବମୂର୍ତ୍ତି ସେମାନଙ୍କ ଦୃଷ୍ଟିରେ ଅକ୍ଷୁଣ୍ଣ ରହିଛି। ବୋଧହୁଏ ସେମାନେ ଦଳର ବିପର୍ଯ୍ୟୟକୁ ଏକ ସାମୟିକ ଘଟଣା ଭାବରେ ଦେଖୁଛନ୍ତି। ଏପରିକି ସେମାନଙ୍କ ବିଷୟବସ୍ତୁର ଘଣ୍ଟା ଘଣ୍ଟା ଅନୁଧ୍ୟାନ କରିବା ପରେ ବି ପ୍ରଧାନମନ୍ତ୍ରୀଙ୍କର କିମ୍ବା ତାଙ୍କ କାର୍ଯ୍ୟଶୈଳୀ ଉପରେ କୌଣସି ସମାଲୋଚନା ଦେଖିବା କଷ୍ଟକର। ନିଯୁକ୍ତି କିମ୍ବା ମୁଦ୍ରାସ୍ଫୀତି ପରି ପ୍ରକୃତ ପ୍ରସଙ୍ଗଗୁଡିକ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମନେହୁଏ ନାହିଁ। ଶାସନରେ ଭାଜପା ଭିତରେ ଥିବା ସମ୍ପର୍କବାଦକୁ ଆର୍‌ଡବ୍ଲ୍ୟୁଆଇଏସ୍‌ ଗ୍ରହଣ ନ କରିବା ଏବଂ ମୋଦିଙ୍କୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ ଥିଲା ନିର୍ବାଚନ ପରିଣାମ ବୋଲି ଭାବିବା ଓ ମୋଦିଙ୍କ ପ୍ରଦର୍ଶନ ତଥା ଗ୍ୟାରେଣ୍ଟି ସେମାନଙ୍କ ମନକୁ ନ ଛୁଇଁବା ଦ୍ୱନ୍ଦ୍ୱର ଏକ କାରଣ। ସପ୍ତମ ଏବଂ ଅନ୍ତିମ କଥା ହେଉଛି, ସେମାନେ ଅତ୍ୟଧିକ ରାଗିଛନ୍ତି। କେବଳ ଦୃଷ୍ଟିକୋଣରୁ ନୁହେଁ ବରଂ ସେମାନଙ୍କର ଶବ୍ଦରୁ ଏହା ଜଣାପଡ଼ୁଛି। ସେମାନେ ସଂଖ୍ୟାଲଘୁ, ବଞ୍ଚିତ ସମୁଦାୟ ଏବଂ ଏଭଳି ଅନେକଙ୍କ ଉପରେ ବ୍ୟବହାର କରୁଥିବା ଭାଷା ଅତ୍ୟନ୍ତ ଖରାପ। ସେମାନଙ୍କର ବୈଶ୍ୱିକ ଦୃଷ୍ଟିକୋଣ ଅସ୍ପଷ୍ଟ ଏବଂ ବୁଝାମଣା ସମାଧାନ କିମ୍ବା ମଧ୍ୟସ୍ଥତାର ସ୍ଥାନ ନାହିଁ।
ବୌଦ୍ଧିକ ଭାବରେ, ଆର୍‌ଡବ୍ଲ୍ୟୁଆଇଏସ୍‌ଙ୍କ ଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁ ଅବିକଶିତ ଓ ଦର୍ଶକ କିମ୍ବା ଶ୍ରୋତା (କିମ୍ବା ପାଠକ)ଙ୍କୁ ନିର୍ଦ୍ଦିଷ୍ଟ ଭାବେ କିଛି ଉପଯୋଗୀ ବିଷୟ ପ୍ରଦାନ କରେନାହିଁ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନେଇ ଶାସନ ଚଳାଇବାକୁ ଏକ ନୂଆ ପଥ ଆପଣାଉଥିବାବେଳେ ଏହା ତାଙ୍କୁ ସମର୍ଥନ କରୁନାହିଁ ଏବଂ କରିବାକୁ ସକ୍ଷମ ମଧ୍ୟ ହେବନାହିଁ। ପ୍ରକୃତରେ ତାଙ୍କ ସମର୍ଥକମାନେ ଅତିକ୍ରାନ୍ତ ହୋଇଯାଇଥିବା ଏକ ଯୁଗକୁ ଅଧିକ ବ୍ୟଥିତ ଥିବା ସହ ତାହାକୁ ପୁଣି ଚାହଁୁଛନ୍ତି। ଏଥିପାଇଁ ମୋଦି କିଛି ନୂଆ କରିବାକୁ ଚେଷ୍ଟା କରୁଥିବାବେଳେ ଆର୍‌ଡବ୍ଲ୍ୟଆଇଏସ୍‌ ତାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?