Posted inଜାତୀୟ

ଭାଷଣ ଅଧାରୁ ମଞ୍ଚ ଛାଡ଼ିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୪।୨- ଉତ୍ତର ପ୍ରଦେଶର ମଥୁରାଠାରେ ମଙ୍ଗଳବାର କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଷଣ ଅଧାରୁ ମଞ୍ଚ ଛାଡ଼ି ଦେଇଛନ୍ତି। ସେ ଭାଷଣ ଦେଉଥିବାବେଳେ ଜଣେ ମହିଳା ନ୍ୟାୟ ଦାବି କରି ସ୍ଲୋଗାନ ଦେଇଥିଲେ। ଉକ୍ତ ମହିଳା ଜଣଙ୍କ ରାଜସ୍ଥାନର ବାସିନ୍ଦା, ଯେଉଁଠାରେ ସରକାରରେ ଅଛି କଂଗ୍ରେସ।

ଉକ୍ତ ମହିଳାଙ୍କ ଝିଅକୁ ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳ ଭାରତପୁତ୍‌ଠାରେ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଥିଲା। ପୀଡ଼ିତାଙ୍କ ମା’ ସମ୍ପର୍କିୟଙ୍କ ସହ ମଥୁରାରେ ରୁହନ୍ତି। ପ୍ରିୟଙ୍କା ଗାନ୍ଧୀ ଆସୁଥିବା ଖବର ପାଇବା ପରେ କଂଗ୍ରେସ ରାଲିରେ ଯିବାକୁ ସେ ନିଷ୍ପତ୍ତି ନେଇଥିଲେ। ବାରମ୍ବାର ସ୍ଲୋଗାନ ଦେଇ ଭାଷଣ ଦେଉଥିବା ପ୍ରିୟଙ୍କାଙ୍କ ପାଇଁ ସାଜିଥିଲେ ବାଧକ। ଏହାପରେ ପ୍ରିୟଙ୍କା ମଞ୍ଚ ଛାଡ଼ି ଉକ୍ତ ମହିଳାଙ୍କ ଅଭିଯୋଗ ବୁଝିବା ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଫୋନ କରିଥିଲେ। ସୂଚନା ଅନୁଯାୟୀ, ମହିଳାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ଗେହଲଟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ଭୁଟାନ ଗ୍ଲେସିଅର ହ୍ରଦ

ଥିମ୍ପୁ, ୩୧ା୧୦: ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍‌ଓଏଫ୍‌) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ…

ଭାରତକୁ ହରାଇବା ପରେ ଖୁସି ପ୍ରକଟ କଲେ କିୱି ଅଧିନାୟକ: କହୁ କହୁ କହିଦେଲେ ଏମିତି, ଭାରତୀୟ ଖେଳାଳି ଶୁଣିଲେ…

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ମାଟିରେ ଲଗାତାର ୩ଟି ମ୍ୟାଚ ଜିତିବା ପରେ ଚତୁର୍ଥ ଟି-୨୦ ମ୍ୟାଚରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ଅକଲାଣ୍ଡରେ ଖେଳାଯାଇଥିବା ଚତୁର୍ଥ ଟି-୨୦…

ଅଭିଷେକ-ବୈଭବଙ୍କୁ ନେଇ ଯୁବରାଜଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା! ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୧୦: ବିଶ୍ୱର ସବୁଠାରୁ ବିସ୍ଫୋରକ ଓପନିଂ ବ୍ୟାଟରଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ଅଭିଷେକ ଶର୍ମା। ତାଙ୍କର ବର୍ତ୍ତମାନର ଦମ୍‌ଦାର ଫର୍ମ ଦର୍ଶାଉଛି ଯେ, ରାଙ୍କିଂରେ…

BCCIର ବଡ଼ ନିଷ୍ପତ୍ତି: ଟିମ ଇଣ୍ଡିଆରୁ ବିଦାୟ ନେବେ ନୀତୀଶ ରେଡ୍ଡୀ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପରେ ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଦିନିକିଆ ଦଳରୁ ରିଲିଜ କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ…

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?