ଭାଙ୍ଗିଲା ଭୁଟାନ ଗ୍ଲେସିଅର ହ୍ରଦ

ଥିମ୍ପୁ, ୩୧ା୧୦: ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍‌ଓଏଫ୍‌) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର କୂଳରେ ଥିବା ବିପଦସଙ୍କୁଳ ଅଞ୍ଚଳରୁ ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଶୁକ୍ରବାର ଅଧିକାରୀମାନେ କହିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ଥାନାନ୍ତର ନିର୍ଦ୍ଦେଶ ପରେ ଆଲିପୁରଦ୍ୱାର ଜିଲାର ନଦୀକୂଳିଆ ଗ୍ରାମଗୁଡ଼ିକର ବାସିନ୍ଦାମାନେ ନିଜ ବାସସ୍ଥାନ ଛାଡ଼ିବା ଆରମ୍ଭ କରିଦେଇଛନ୍ତି। ଜଳସମ୍ପଦ ଅନୁସନ୍ଧାନ ଏବଂ ବିକାଶ ମନ୍ତ୍ରୀ ନିଶିତ ପ୍ରାମାଣିକ କହିଛନ୍ତି, ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ସିନ୍ତାଫୁ ହ୍ରଦରେ ଏହି ବିସ୍ଫୋରଣ ଘଟିଛି। ଫଳରେ ମୋ (ମୋଫୁ) ନଦୀକୁ ବହୁ ପରିମାଣର ଜଳ ପ୍ରବାହିତ ହୋଇଛି ଏବଂ ଏହି ନଦୀଟି ସଙ୍କୋଶ ନଦୀ ସହ ମିଶିଛି। ପ୍ରାୟ ୭.୪ ମିଲିୟନ କ୍ୟୁବିକ ମିଟର ପାଣି ଏହି ଭାଙ୍ଗିଯାଇଥିବା ହ୍ରଦରୁ ପ୍ରବାହିତ ହୋଇଥିବା ଜଣାପଡ଼ିଛି, ଯାହା ପଶ୍ଚିମବଙ୍ଗ-ଆସାମ ସୀମାରେ ସଙ୍କୋଶ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି କରିଛି। ସଙ୍କୋଶ ଏବଂ ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିବାର ଆଶଙ୍କା ଥିବାରୁ କୁଚବିହାର, ତୁଫାନଗଞ୍ଜ ଏବଂ ବସିରହାଟର ଚା’ ବଗିଚା ଏବଂ ନଦୀଶଯ୍ୟା ନିକଟରେ ରହୁଥିବା ବାସିନ୍ଦାମାନେ ତୁରନ୍ତ ସ୍ଥାନାନ୍ତର ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ରାମପୁର-୧ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ନଦୀକୂଳିଆ ବସତିଗୁଡ଼ିକରେ ବାସିନ୍ଦାମାନଙ୍କୁ ଘର ଛାଡ଼ି ଆଶ୍ରୟସ୍ଥଳୀକୁ ଚାଲିଯିବାକୁ କୁହାଯାଇଛି।
୬ରୁ ୮ ଘଣ୍ଟା ମଧ୍ୟରେ ସୀମାନ୍ତ ଅଞ୍ଚଳରେ ପହଞ୍ଚିପାରେ, ଯାହା ପଶ୍ଚିମବଙ୍ଗ ଏବଂ ଆସାମର ବିପଦସଙ୍କୁଳ ବସତିଗୁଡ଼ିକୁ ଜଳମଗ୍ନ କରିବାର ଆଶଙ୍କା ରହିଛି। ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ର ଟିମଗୁଡ଼ିକୁ ସତର୍କ କରାଯାଇଛି ବୋଲି ପ୍ରାମାଣିକ କହିଛନ୍ତି।
ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଶୁକ୍ରବାର ଆଲିପୁରଦ୍ୱାରରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଏହି ହଠାତ୍‌ ଜଳସ୍ତର ବୃଦ୍ଧି ଯୋଗୁ ଭାରତ-ଭୁଟାନ ମିଳିତ ଉଦ୍ୟୋଗ ପୁନାତସାଙ୍ଗଛୁ ଜଳବିଦ୍ୟୁତ ପ୍ରକଳ୍ପର ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହୋଇପାରେ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ପରାମର୍ଶବଳୀରେ କୁହାଯାଇଛି ଯେ, ଭାରତୀୟ ଦୂତାବାସ ଭୁଟାନର ପୁନାତସାଙ୍ଗଛୁ ନଦୀ ଅବବାହିକାରେ ଥିବା ସିନ୍ତାଫୁ ହ୍ରଦରେ ହିମଶୈଳ ହ୍ରଦ ଭାଙ୍ଗିଥିବା ସୂଚନା ଦେଇଛି। ନଦୀର ଉପର ମୁଣ୍ଡରେ ଆକସ୍ମିକ ବନ୍ୟା ଆସିଥିବା ରିପୋର୍ଟକୁ ଦର୍ଶାଇ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, ଆସାମର ଧୁବୁରୀ ଏବଂ ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଜିଲାରେ ସଙ୍କୋଶ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇପାରେ। ଭୁଟାନରେ ଗ୍ଲେସିଅର ହ୍ରଦ ଫାଟିବା ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଡ଼ା ନଜର ରଖିଛନ୍ତି। ଧୁବୁରୀ ଜିଲା ପ୍ରଶାସନର ଟିମ ତୃଣମୂଳ ସ୍ତରରେ ପ୍ରସ୍ତୁତ ଅଛି ଏବଂ ଏହାର ପ୍ରଭାବକୁ ସଫଳତାର ସହ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶୁକ୍ରବାର ସକାଳ ୬ଟା ୩୦ମିନିଟ ସୁଦ୍ଧା ସଙ୍କୋଶ ନଦୀର ଜଳସ୍ତର ସ୍ଥିର ରହିଥିଲା, ତଥାପି ଜିଲା ପ୍ରଶାସନ ଏବଂ ସହାୟତା ବାହିନୀ ସତର୍କ ରହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ…

ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ…

ଭାରତକୁ ହରାଇବା ପରେ ଖୁସି ପ୍ରକଟ କଲେ କିୱି ଅଧିନାୟକ: କହୁ କହୁ କହିଦେଲେ ଏମିତି, ଭାରତୀୟ ଖେଳାଳି ଶୁଣିଲେ…

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ମାଟିରେ ଲଗାତାର ୩ଟି ମ୍ୟାଚ ଜିତିବା ପରେ ଚତୁର୍ଥ ଟି-୨୦ ମ୍ୟାଚରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ଅକଲାଣ୍ଡରେ ଖେଳାଯାଇଥିବା ଚତୁର୍ଥ ଟି-୨୦…

ଅଭିଷେକ-ବୈଭବଙ୍କୁ ନେଇ ଯୁବରାଜଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା! ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୧୦: ବିଶ୍ୱର ସବୁଠାରୁ ବିସ୍ଫୋରକ ଓପନିଂ ବ୍ୟାଟରଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ଅଭିଷେକ ଶର୍ମା। ତାଙ୍କର ବର୍ତ୍ତମାନର ଦମ୍‌ଦାର ଫର୍ମ ଦର୍ଶାଉଛି ଯେ, ରାଙ୍କିଂରେ…

BCCIର ବଡ଼ ନିଷ୍ପତ୍ତି: ଟିମ ଇଣ୍ଡିଆରୁ ବିଦାୟ ନେବେ ନୀତୀଶ ରେଡ୍ଡୀ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପରେ ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଦିନିକିଆ ଦଳରୁ ରିଲିଜ କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ…

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?