ୟୁକ୍ରେନର ରିଫ୍ୟୁଜି ପିଲାଙ୍କ ସହ ସମୟ କାଟିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ନୁହେଁ ହଲିଉଡରେ ବି ଏବେ ଖୁବ୍ ଆକ୍ଟିଭ । ଅଭିନୟ ମାଧ୍ୟମରେ ସେ ହଲିଉଡରେ ବି ଜଣେ ପରିଚିତ ଚେହେରା ପାଲଟି ଯାଇଛନ୍ତି । ଏବେ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଧିକାଂଶ ସମୟ ଆସୁଛନ୍ତି ଚର୍ଚ୍ଚାକୁ । ଏହାରି ଭିତରେ ପିସି ରୁଷିଆ-ୟୁକ୍ରେନ ଯୁଦ୍ଧରେ ପ୍ରଭାବିତ ୟୁକ୍ରେନର ରିଫ୍ୟୁଜି ପିଲାମାନଙ୍କୁ ଭେଟିବାକୁ ପୋଲାଣ୍ଡ ପହଞ୍ଚିଥିଲେ । ଏହି ସମୟରେ ପ୍ରିୟଙ୍କା ଶରଣାର୍ଥୀ ପିଲାମାନଙ୍କ ସହ ବିତାଇଥିବା ମୂଲ୍ୟବାନ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପିସି ଏମିତି କିଛି ଫଟୋ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ସବୁଠାରୁ ଅଧିକ ପ୍ରଭାବିତ ହାଇଛନ୍ତି ୟୁକ୍ରେନର ପିଲାମାନେ । କିଏ ମାତାପିତାଙ୍କୁ ହରାଇଛି ତ ପୁଣି କିଏ ସମ୍ପୂର୍ଣ୍ଣ ପରିବାରକୁ ହରାଇ ଏକୁଟିଆ ହୋଇଯାଇଛି । ଏମିତି ପିଲାମାନଙ୍କୁ ସାହାରା ଦେଇଛି ପଡୋଶୀ ଦେଶ ପୋଲାଣ୍ଡ । ଯୁଦ୍ଧରେ ପ୍ରଭାବିତ ହୋଇଥିବା ଏମିତି କେତେ ଜନତା ଓ ପିଲମାନଙ୍କ ପାଇଁ ରିଫ୍ୟୁଜି କ୍ୟାମ୍ପ ଲଗାଇ ସେମାନଙ୍କୁ ସାହାଯ୍ୟ କରିଛି ପୋଲାଣ୍ଡ । ପୋଲାଣ୍ଡରେ ଥିବା ରିଫ୍ୟୁଜି ପିଲାଙ୍କୁ ପିସି ଭେଟିବା ପରେ ସେମାନଙ୍କ ଆନନ୍ଦର ସୀମା ରହିନାହିଁ । ଅଭିନେତ୍ରୀ ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋ ଓ ଭିଡିଓରେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି । ପ୍ରିୟଙ୍କାଙ୍କ ଏହି କାମକୁ ଖୁବ୍ ପ୍ରଶଂସା କରାଯାଉଥିବା ବେଳେ ଅଭିନେତ୍ରୀଙ୍କ ସହ ରିଫ୍ୟୁଜି ପିଲାମାନଙ୍କର ମଉଜମସ୍ତି ସମସ୍ତଙ୍କୁ ଖୁସି ପ୍ରଦାନ କରିଛନ୍ତି ।
ତେବେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରିବା ପିସିଙ୍କର ଏହା ପ୍ରଥମ ପ୍ରୟାସ ନୁହେଁ । ଏହା ପୂର୍ବରୁ ବି ସେ ଏହି ଯୁଦ୍ଧକୁ ବିରୋଧ କରି ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?