୫ ଜଣଙ୍କୁ ପ୍ରେମ କରି ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ପିସି

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚିତ। ୩୮ ବର୍ଷରେ ପଦାର୍ପଣ କରିଥିବା ପିସି ପାଖାପାଖି ୫ ଜଣଙ୍କଠାରୁ ମୁହଁ ଫେରାଇବା ପରେ ଶେଷରେ ନିଜଠାରୁ ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ଜୀବନସାଥି ଭାବେ ବାଛି ନେଇଛନ୍ତି। କୁହାଯାଏ ପିସି ବଲିଉଡ୍‌ ଆସିବା ପୂର୍ବରୁ ଅସିମ ମର୍ଚେଟଙ୍କୁ ପ୍ରେମ କରୁଥିଲେ। ହେଲେ ବଲିଉଡ୍‌ରେ ସଫଳତା ମିଳିବା ପରେ ସେ ଅସିମଙ୍କଠାରୁ ମୁହଁ ଫେରାଇ ନେଇଥିଲେ। ବଲିଉଡ୍‌ରେ ନିଜ ବୋଲ୍ଡ ଅନ୍ଦାଜରେ ଦର୍ଶକଙ୍କ ନିକଟତର ହୋଇଥିବା ଏହି ନାୟିକା ପଡିଗଲେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପ୍ରେମରେ। ଏମିତିକି ଦୁହେଁ ଡେଟ୍‌ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଲା। ଆଉ ଏହା ଜଣାପଡିବା ପରେ କୁଆଡେ ଦିନେ ଅକ୍ଷୟଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ପିସିଙ୍କୁ ଶୁଟିଂ ସେଟରେ ଚାପୁଡା ମାରିବାକୁ ଆସିଥିବା କୁହାଯାଏ। ଅକ୍ଷୟଙ୍କ ସହ ପିସିଙ୍କର କିଛି ହିଟ୍‌ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଥିଲା ବେଳେ ଏମାନଙ୍କ ପ୍ରେମ କାହାଣୀ କିନ୍ତୁ ବେଶି ଦିନ ତିଷ୍ଠି ପାରି ନ ଥିଲା। ଶେଷରେ ଦୁହେଁ ଅଲଗା ହୋଇଯାଇଥିଲେ। ସେତେବେଳେ କିନ୍ତୁ ଏମାନଙ୍କ ବୋଲ୍ଡ ଫଟୋ ଶୁଟ୍‌ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଏତିକିରେ କିନ୍ତୁ ଥମି ନ ଥିଲା ପିସିଙ୍କ ପ୍ରେମ କାହାଣୀ। ଅକ୍ଷୟଙ୍କଠାରୁ ବ୍ରେକ୍‌ ପରେ ପିସି ହରମନ ବାଓ୍ବେଜାଙ୍କୁ ଡେଟ୍‌ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ହରମନଙ୍କ କ୍ୟାରିୟରରେ ସେତେଟା ଉନ୍ନତି ନ ଆସିବାକୁ ପିସି ପୁଣିଥରେ ସେଠାରୁ ମୁହଁ ଫେରାଇ ନେଇ ଖୋଜୁଥିଲେ ଆଉ ଜଣେ ପ୍ରେମିକଙ୍କୁ। ଏହାପରେ ପ୍ରିୟଙ୍କାଙ୍କ ନାମ ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ସହ ଯୋଡି ହୋଇ ଯାଇଥିଲା। ଏହାପରେ ସାହିଦ କପୁର, ଗେରାର୍ଡ ବଟଲରଙ୍କ ସହ ମଧ୍ୟ ଯୋଡି ହୋଇଥିବା ପିସିଙ୍କ ପ୍ରେମ କାହାଣୀ। କିନ୍ତୁ ଏମାନେବି ପିସିଙ୍କ ପାଖରେ ବେଶି ସମୟ ରହି ପାରି ନ ଥିଲେ। ତେବେ ପିସି ତାଙ୍କ କ୍ୟାରିୟରରେ ସଫଳତା ପାଇବା ସହ ଧୀରେ ଧୀରେ ହଲିଉଡ୍‌ରେ ଏଣ୍ଟ୍ରି ମାରିଲେ। ଆଉ ଏଠି ଏଣ୍ଟ୍ରି କରିବା ପରେ ସେ ଆମେରିକୀୟ ସିଙ୍ଗର ନିକ୍‌ ଜୋନାସଙ୍କ ଉପରେ ଆଖି ପକାଇଲେ। ନିକ ତାଙ୍କଠାରୁ ୧୦ ବର୍ଷ ସାନ ହୋଇଥିଲେ ମଧ୍ୟ ଶେଷରେ ସେ ଏହି ଆମେରିକୀୟ ସିଙ୍ଗରଙ୍କୁ ନିଜର ଜୀବନସାଥି ବାଛି ନେଇଛନ୍ତି। ଏବେ ପିସି ଆମେରିକାରେ ସମୟ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ଟର ହେବା ପାଇଁ ୪ ଶହ ଟଙ୍କା ଲାଞ୍ଚ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଜି ଭଗବାନ ଭଳି ପୂଜା କରୁଛନ୍ତି ଲୋକେ

କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ହେଉଛନ୍ତି ସୋନୁ ସୁଦ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ...

ସୁଶ୍‌, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ...

ସୋମବାର ରିଲିଜ୍ ହେବ ‘ରୁଦ୍ର: ଦ ଏଜ ଅଫ୍ ଡାର୍କ ନେସର’ ଟ୍ରେଲର

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ୱେବ ସିରିଜ ‘ରୁଦ: ଦ ଏଜ ଅଫ୍ ଡାର୍କନେସ’ର ନିର୍ମାତାମାନେ ଏକ ପୋଷ୍ଟର ଜାରି କରିଛନ୍ତି । ଯେଉଁଥିରେ ଅଭିନେତା...

କରୋନା ମଧ୍ୟରେ ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

କରୋନା ଭୟ ମଧ୍ୟରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ନିତିନ ରବିବାର ରାତିରେ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶାଲିନୀ...

ଘରୁ ଟଙ୍କା ଚୋରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କରିଥିଲେ ପୋଲିସକୁ ଫୋନ୍‌

ବଲିଉଡ ଅଭିନେତା ଅନୁପମ ଖେର ପ୍ରତ୍ୟେକ ଥର ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତନ୍ତି। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏପର୍ଯ୍ୟନ୍ତ ସମସ୍ତ ପ୍ରକାରର...

କରୋନାକୁ ହରାଇଲେ ଗୁରମିତ-ଦେବୀନା

ଟେଲି ଧାରା ବାହିକର ସବୁଠୁ ଚର୍ଚ୍ଚିତ ଯୋଡି ଗୁରମିତ ଚୌଧୁରୀ ଏବଂ ଦେବୀନା ବାନାର୍ଜି କରୋନାରୁ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏ...

ମା’ଙ୍କ ମୃତ୍ୟୁ ପରେ କାନ୍ଦି ନ ଥିଲେ ସଞ୍ଜୟ ଦତ୍ତ: ଜାଣନ୍ତୁ କାହିଁକ…

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ରୋଗରେ ପୀଡିତ ଅଛନ୍ତି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍‌ରେ ଅଛି। ଏହି ଖବର ଜଣାପଡ଼ିବା ପରେ...

ହୃଦ୍‌ଘାତରେ ରାଜ୍‌ କୌଶଲଙ୍କ ପରଲୋକ …

ମୁମ୍ବାଇ,୩୦।୬:ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କର ହୃଦ୍‌ଘାତରେ ପରଲୋକ ଘଟିିଛି। ବୁଧବାର ଭୋର୍‌ ୪ଟା ୩୦ରେ ଘରେ ରାଜ୍‌ଙ୍କୁ ହୃଦ୍‌ଘାତ ହୋଇଥିଲା। କୌଣସି...

Advertisement
Archives

Model This Week