ମନଇଚ୍ଛା ଦର ନେଉଛନ୍ତି ଘରୋଇ ଆମ୍ବୁଲାନ୍ସ

ପୁରୀ ଅଫିସ,୧୪ା୬: ରାଜ୍ୟ ସରକାର ସାଧାରଣ ଆମ୍ବୁଲାନ୍ସ ସେବା ପାଇଁ ପ୍ରତି ୧୦ କିଲୋମିଟରକୁ ୭୫୦ ଟଙ୍କା ଭଡ଼ା ଧାର୍ଯ୍ୟ କରିଛନ୍ତି। ଏହାପରେ କି.ମି. ପିଛା ୩୦ ଟଙ୍କା ନିର୍ଦ୍ଧାରିତ ହୋଇଥାଏ। ଯେଉଁ ଆମ୍ବୁଲାନ୍ସରେ ଲାଇଫ୍‌ ସପୋର୍ଟ ସିଷ୍ଟମ ଥାଏ, ତା’ର ୧୦ କି.ମି. ମଧ୍ୟରେ ଦର ୩ହଜାର ଓ ୧୦କି.ମି.ରୁ ଅଧିକ ହେଲେ କି.ମି. ପିଛା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସରକାରୀ ଗାଇଡଲାଇନ୍‌। ମାତ୍ର ଘରୋଇ ସଂସ୍ଥାର ଆମ୍ବୁଲାନ୍ସଗୁଡ଼ିକ କରୋନା ମହାମାରୀ ସ୍ଥିତିରେ ଏହି ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟିବାରେ ଲାଗିଛନ୍ତି। ପୂର୍ବଭଳି ବର୍ତ୍ତମାନ ସମୟରେ ଆବଶ୍ୟକ ସଂଖ୍ୟକ ସରକାରୀ ଆମ୍ବୁଲାନ୍ସ ଉପଲବ୍ଧ ହେଉ ନାହିଁ। ଫଳରେ ବେସରକାରୀ ଆମ୍ବୁଲାନ୍ସର ମାଲିକମାନେ ଏହାର ଫାଇଦା ଉଠାଉଛନ୍ତି। ପୁରୀରୁ କଟକ ବଡ଼ ମେଡ଼ିକାଲକୁ ରୋଗୀଙ୍କୁ ବେସରକାରୀ ଆମ୍ବୁଲାନ୍ସରେ ନେବାକୁ ହେଲେ ୬ରୁ ୭ହଜାର ଟଙ୍କା ଦେବାକୁ ପଡ଼ୁଛି। ଜରୁରିକାଳୀନସ୍ଥିତିରେ ଏହି ଦର ଆହୁରି ବଢ଼ିଯାଉଛି। ସାଧାରଣ ଲୋକେ ବ୍ୟସ୍ତବିବ୍ରତ ହୋଇ ଅଧିକ ଭଡ଼ା ଦେବାକୁ ବାଧ୍ୟ ହେଉଛନ୍ତି। ପୁରୀ ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲର ଦୂରତା ପ୍ରାୟ ୮୦କି.ମି. ହୋଇଥିବାବେଳେ ସରକାରୀ ମୂଲ୍ୟ ଅନୁଯାୟୀ ଦର ୩ହଜାର ଟଙ୍କା ହେବା କଥା। ମାତ୍ର ଘରୋଇ ଆମ୍ବୁଲାନ୍ସଗୁଡ଼ିକ ୫ରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ପୁରୀ ତାଳବଣିଆ ବାସିନ୍ଦା ନୟନ ବରାଳ କହିଛନ୍ତି, କିଛିଦିନ ତଳେ ତାଙ୍କ ବଡ଼ ପୁଅଙ୍କର ଦୁର୍ଘଟଣା ଘଟିବାରୁ ଜରୁରିକାଳୀନ ସ୍ଥିତିରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ପୁରୀରୁ ସମ୍ପୃକ୍ତ ହସ୍ପିଟାଲ୍‌ର ଦୂରତା ୬୦ କି.ମି.ରୁ ମଧ୍ୟ କମ୍‌ ହେବ। ମାତ୍ର ଏକ ବେସରକାରୀ ଆମ୍ବୁଲାନ୍ସ ସଂସ୍ଥା ଭଡ଼ା ବାବଦକୁ ତାଙ୍କଠାରୁ ୩ ହଜାର ୫ଶହ ଟଙ୍କା ନେଇଛି। ପୁଅ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ସେ ଯୁକ୍ତି ନ କରି ଭଡ଼ା ପଇଠ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଚାର ଅଭାବରୁ ସାଧାରଣ ଲୋକେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭଡ଼ା ବିଷୟରେ ଜାଣିପାରୁନାହାନ୍ତି। ସେହିଭଳି ଆଉ ଏକ ବଡ଼ ସମସ୍ୟା ହେଉଛି ଘରୋଇ ଆମ୍ବୁଲାନ୍ସ ଅଧିକ ଦର ନେଲେ କାହା ପାଖରେ ଅଭିଯୋଗ କରାଯିବ ସେନେଇ ଲୋକେ ଜାଣିପାରୁନାହାନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, ସରକାରୀ ଆମ୍ବୁଲାନ୍ସ ଏକ ନିର୍ଦ୍ଦିଷ୍ଟ ଦରରେ କାର୍ଯ୍ୟ କରେ। କିଲୋମିଟର ପିଛା ୭ଟଙ୍କା ନିଆଯାଏ। ତେବେ ବେସରକାରୀ ଆମ୍ବୁଲାନ୍ସ ଅଧିକ ଦର ନେଲେ ସେସବୁ ଅଭିଯୋଗର ତର୍ଜମା କିମ୍ବା କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଆମର ନୁହେଁ। ଅନ୍ୟପକ୍ଷରେ ସାମାଜିକ କର୍ମୀ ବିଶ୍ୱଜିତ୍‌ ମହାନ୍ତି ମତ ରଖି କହିଛନ୍ତି, ବେସରକାରୀ ଆମ୍ବୁଲାନ୍ସ ମାଲିକଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ପୋଲିସ ଏକ ଟୋଲ୍‌ ଫ୍ରି ନମ୍ବର ଜାରି କରିପାରିବ। ଉକ୍ତ ନମ୍ବରରେ କଲ୍‌ କରି ଲୋକେ ଅଧିକ ଦର ମାଗୁଥିବା ବେସରକାରୀ ଆମ୍ବୁଲାନ୍ସ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ନୋଏଡ଼ା ପୋଲିସ ଗତ ଏପ୍ରିଲଠାରୁ ଏଭଳି କରି ସହରବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?