Posted inଖେଳ

ପୂଜାରାଙ୍କ ସ୍ଥାନ ନେବା ପାଇଁ ଏହି ବ୍ୟାଟ୍ସମ୍ୟାନ ଫିଟ୍‌

ନୂଆଦିଲ୍ଲୀ, ୩ା୭- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ଖେଳିବା ପାଇଁ ଯୁବ ପୃଥ୍ବୀ ଶ’ ପୂରା ଫିଟ୍‌। ଜଣେ ଫ୍ୟାନଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍‌ ହଗ୍‌।

ଜଣେ ଫ୍ୟାନ ଟୁଇଟରରେ ହଗ୍‌ଙ୍କୁ ପ୍ରଶ୍ନ କରିଥିଲେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ପୂଜାରାଙ୍କ ସ୍ଥାନରେ ଲୋକେଶ ରାହୁଲ ଖେଳିବା ଉଚିତ ହେବ କି? ଉତ୍ତରରେ ହଗ୍‌ ଲେଖିଥିଲେ, ”ଯଦି କୌଣସି ଖେଳାଳି ପୂଜାରାଙ୍କ ସ୍ଥାନ ନେଇପାରିବେ, ତେବେ ସେ ହେଉଛନ୍ତି ପୃଥ୍ବୀ। ଓପନିଂ ଅପେକ୍ଷା ୩ ନଂରେ ଖେଳିବା ତାଙ୍କୁ ସୁବିଧା ହେବ। ତାଙ୍କ ପାଖରେ ପ୍ରତିଭା ଓ ଭବିଷ୍ୟତ ଭରି ରହିଛି। ତେବେ ଇଂଲଣ୍ଡ ଗସ୍ତ ଲାଗି ତାଙ୍କର ଚୟନ ହୋଇନାହିଁ। କିନ୍ତୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇପାରେ“।

ଗତମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ପୂଜାରା। ଉଭୟ ଇନିଂସରେ ଯଥାକ୍ରମେ ୮ ଓ ୧୫ ରନ୍‌ କରିଥିଲେ। ଅନ୍ୟପକ୍ଷରେ ଦିନିକିଆ ଓ ଟି୨୦ ସିରିଜ୍‌ ଲାଗି ଟିମ୍‌ ଇଣ୍ଡିଆ ସହ ଶ୍ରୀଲଙ୍କା ଗସ୍ତ କରିଛନ୍ତି ଶ’।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬୦ ବଲରେ ୧୦୦

ହୋବାର୍ଟ,୧୪।୧୨: ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍‌ ଜିତାଇଥିବା ମିଚେଲ ମାର୍ଶ ମଙ୍ଗଳବାର ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଦୁର୍ଦ୍ଦଶ ଶତକୀୟ ପାଳି ଖେଳିଛନ୍ତି। ପର୍ଥ ସ୍କଚର୍ସ ପକ୍ଷରୁ...

ଆଇସିସି ନିକଟରେ ଫେରାଦ ହେଲା ପିସିବି

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତରେ ବିଶ୍ୱକପ୍‌ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍‌ସ ଚ୍ୟାନେଲ ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଏକ ସ୍ବତନ୍ତ୍ର ବିଜ୍ଞାପନ ପ୍ରସାରଣ କରୁଥିଲା। ଏହାକୁ ବିରୋଧ କରି...

୧୯ ବର୍ଷରୁ କମ୍‌ ଏସିଆ କପ୍‌: ହ୍ୟାଟ୍ରିକ ବିଜୟ ସେମିରେ ଭାରତ

କଲମ୍ବୋ, ୯।୯- ଶ୍ରୀଲଙ୍କାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌-ଏ’ର ଖେଳାଯାଇଥିବା...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ଡବଲିନ(ଆୟର୍ଲାଣ୍ଡ),୨୯।୫(ପିଟି)- ଶର୍ମିଲା ଦେବୀଙ୍କ ଗୋଲ ସତ୍ତ୍ୱେ ଭାରତୀୟ ମହିଳା ଜୁନିୟର ହକି ଦଳ ୧-୪ ଗୋଲର ପରାଜୟ ସହ ଆୟର୍ଲାଣ୍ଡ ଅଭିଯାନ ଆରମ୍ଭ କରିଛି। ହେଲେ...

ଚୋରି ହୁଏ ରୋହିତ, କୋହଲିଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୧୧।୧- ସମସ୍ତ କ୍ରିକେଟ ପାଗଳ ଦେଶରେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକ ସଂଖ୍ୟା ଖୁବ ଅଧିକ। ଦଳର ଖେଳାଳିଙ୍କ ନିକଟକୁ ଯିବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ...

ଏପଟେ ଆଉଟ୍‌ କଲେ ସେପଟେ ଟିପ୍ସ ନେଲେ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷର ଦୀର୍ଘ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ୫୩୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା...

ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲରେ ପୁଡୁଚେରୀ

ଡେରାଡୁନ,୧୭।୧୦(ପି.ଟି.)-ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ପୁଡୁଚେରୀ ୫ ଉଇକେଟରେ ଆସାମକୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛି। ଟସ୍‌ ଜିତି...

ମ୍ୟାଚ୍‌ ବ୍ରେକ୍‌ ସମୟରେ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ଖେଳାଳି

ଗୁଆହାଟି,୧୧।୧୨: ମିଜୋରାମର ଜଣେ ମହିଳା ଭଲିବଲ୍‌ ଖେଳାଳିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ସେ ୭ ମାସର ସନ୍ତାନଙ୍କୁ ସ୍ତନ୍ୟପାନ...

Advertisement
Archives

Model This Week