Posted inଫୁରସତ

ଏମିତି ଜେଲ୍‌, ଯେଉଁଠି କଏଦୀମାନଙ୍କ ଉପରେ ନ ଥାଏ କଟକଣା, ରୁହନ୍ତି ପରିବାର ସହ

ଜୟପୁର: ରାଜସ୍ଥାନରେ ଏକ ନିଆରା ଜେଲ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି। ଏହି ଜେଲରେ ଥିବା କଏଦୀମାନଙ୍କ ଉପରେ ବିଶେଷ କଟକଣା ନ ଥାଏ। ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍‌ ସେଣ୍ଟରରେ ଲୋକଙ୍କୁ ଜଳଖିଆ ଖୁଆଇ କିମ୍ବା ମୋଟରସାଇକେଲ ସଜାଡ଼ି ନିଜ ଜୀବିକା ନିର୍ବାହ କରିପାରିଥାନ୍ତି। ଉକ୍ତ ଜେଲ କ୍ୟାମ୍ପସ୍‌ ଭିତରେ ଏକ ସ୍କୁଲ ମଧ୍ୟ ରହିଛି, ଯେଉଁଠାରେ କଏଦୀଙ୍କ ପିଲାମାନେ ପଢ଼ିପାରନ୍ତି।
ଜୟପୁରର ସାଙ୍ଗାନେରଠାରେ ଭାରତର ସବୁଠାରୁ ବଡ଼ ଖୋଲା ଜେଲ୍‌ ‘ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ଖୁଲା ବନ୍ଦୀ ଶିବିର’ ରହିଛି। ଏହି ଜେଲରେ ସମ୍ପ୍ରତି ୩୭୦ରୁ ଅଧିକ କଏଦୀ ନିଜ ପରିବାର ସହ ରହୁଛନ୍ତି। ତେବେ ଏହି ଜେଲରେ କଏଦୀମାନେ କେବଳ ବନ୍ଦୀ ଭାବରେ ରୁହନ୍ତି ନାହିଁ ବରଂ ସେମାନେ ଏକ ବ୍ୟବସ୍ଥା ଅଧୀନରେ ରୁହନ୍ତି, ଯାହା ସେମାନଙ୍କୁ ବିଭିନ୍ନ ଦାୟିତ୍ୱ ସହ ସ୍ବାଧୀନତା ପ୍ରଦାନ କରିଥାଏ। ଯେଉଁ କଏଦୀମାନେ ସେମାନଙ୍କୁ ମିଳିଥିବା ଦଣ୍ଡର ଏକ ତୃତୀୟାଂଶ ସମୟ ଭଲ ଆଚରଣ ବଜାୟ ରଖି ଅତିବାହିତ କରିଥାନ୍ତି, ସେମାନଙ୍କୁ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ଖୁଲା ବନ୍ଦୀ ଶିବିରକୁ ସ୍ଥାନାନ୍ତରିତ କରାଯିବା ସହ ନିଜ ପରିବାର ସହ ରହିବାକୁ ଅନୁମତି ମିଳିଥାଏ। କଏଦୀମାନେ ନିଜ ଜୀବିକା ନିର୍ବାହ କରିବା ପାଇଁ ଦିନରେ ବାହାରକୁ ଯାଇ ସା ସୁଦ୍ଧା ଜେଲକୁ ଫେରିଥାନ୍ତି। ଏହି କଏଦୀମାନେ ଜେଲ ମଧ୍ୟରେ ମୋବାଇଲ୍‌ ଫୋନ୍‌ର ବ୍ୟବହାର କରିପାରନ୍ତି, ଟେଲିଭିଜନ ଦେଖିପାରନ୍ତି ଏବଂ ନିଜ ପିଲାଙ୍କୁ ସ୍କୁଲ ମଧ୍ୟ ପଠାଇପାରନ୍ତି।
ଏହି ଜେଲ’ର ନିଜସ୍ବ ପଞ୍ଚାୟତ ରହିଛି। ଜେଲ ମଧ୍ୟରେ ଦେଖା ଦେଉଥିବା ବିଭିନ୍ନ ବିବାଦର ସମାଧାନ ପାଇଁ କଏଦୀମାନେ ନିଜ ମଧ୍ୟରୁ ଜଣଙ୍କୁ ସରପଞ୍ଚ ଭାବେ ଭୋଟ ଦେଇ ଜିତାଇଥାନ୍ତି। ନିର୍ବାଚିତ ସରପଞ୍ଚ କଏଦୀମାନଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ବିଭିନ୍ନ ବିବାଦର ମଧ୍ୟସ୍ଥତା କରିବାରେ ସାହାଯ୍ୟ କରନ୍ତି। ପାରମ୍ପରିକ ଭାରତୀୟ ଗ୍ରାମସଭା ପରି ଆଲୋଚନା ଏବଂ ସହମତି ମାଧ୍ୟମରେ ଏହି ଜେଲ ମଧ୍ୟରେ ଦେଖା ଦେଇଥିବା ବିଭିନ୍ନ ମତଭେଦର ସମାଧାନ ହୋଇଥାଏ। ଏହି ବ୍ୟବସ୍ଥା କଏଦୀମାନଙ୍କୁ ସମାଜ ସହ ଯୋଡ଼ି ହୋଇ ରହିବାକୁ ଅନୁମତି ଦେଇଥାଏ। ଉକ୍ତ ମଡେଲକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ ସାରା ଦେଶରେ ଏପରି ମଡେଲ ଲାଗୁ ପାଇଁ ସୁପାରିସ କରିଥିବା ନେଇ ଜେଲ’ର ସୁପରିଣ୍ଟେଣ୍ଡେଣ୍ଟ ରାକେଶ ମୋହନ ଶର୍ମା କହିଛନ୍ତି। ପ୍ରକାଶ ଯେ, ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ ବିଚାରପତିଙ୍କ ୫ ଜଣିଆ ଏକ ଦଳ ଏହି ଖୋଲା ଜେଲ ପରିଦର୍ଶନ କରିବା ସହ ଏଠାରେ ରହୁଥିବା କଏଦୀଙ୍କ ସହ ଆଲୋଚନା କରିଥିଲେ। ବିଚାରପତିଙ୍କ ଉକ୍ତ ଟିମ୍‌ ଏହି ଖୋଲା ଜେଲ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ସମାନ ମଡେଲ ଆପଣାଇବାକୁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?