ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…

ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି।

କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଶିକ୍ଷକଙ୍କୁ ସ୍କୁଲକୁ ଯାଇ କାମ କରିବାକୁ ପଡୁଛି। ବର୍ତ୍ତମାନ ସ୍କୁଲରେ ଗରୀବ ଛାତ୍ରୀଛାତ୍ରଙ୍କୁ ଚାଉଳ ଏବଂ ସ୍କୁଲ ପୋଷାକ ବଣ୍ଟନ କରାଯାଉଛି। ଏହିପରି ଭାବେ ଭାଗଲପୁରର ସାନହୋଲା ବ୍ଲକର ମଦରଗଞ୍ଜ ସ୍କୁଲର ପ୍ରିନ୍ସପାଲ ବିନୋଦ କୁମାର ସିଂ ବିଦ୍ୟାଳୟ ପରିସରରେ ବସି ସିଗାରେଟ ଟାଣୁଥିଲେ। ଏହି ସମୟର ଦୃଶ୍ୟକୁ କେହି ଜଣେ ଭିଡିଓ କରିଥିଲେ। ପରେ ଏହି ଭିଡିଓ ସମଗ୍ର ଅଞ୍ଚଳରେ ଭାଇରାଲ ହୋଇଥିଲା। ଜଣେ ଗ୍ରାମବାସୀ ଏହି ଭିଡିଓକୁ ଜିଲା ଶିକ୍ଷାଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଏହାପରେ ଶିକ୍ଷା ବିଭାଗ ପ୍ରିନ୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ: କେରଳ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ, ୨୭।୧୧:କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ଓ କୃଷି ଆଇନକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା...

ପ୍ରେମୀଯୁଗଳଙ୍କ ବିଚ୍ଛେଦ ପାଇଁ ଏହି ମନ୍ଦିରରେ ହୁଏ ପୂଜା…

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା...

ଅଯୋଧ୍ୟା ପୂଜକ, ୧୫ ପୋଲିସଙ୍କୁ କରୋନା

ଅଯୋଧ୍ୟା,୩୧ା୭:ବହୁ ପ୍ରତୀକ୍ଷିତ ରାମମନ୍ଦିର ଭୂମିପୂଜା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ପର୍ବ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ରେ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏଭଳି...

ପ୍ରବାସୀ ଶ୍ରମିକଙ୍କ ସଞ୍ଚୟ ଖାତାକୁ ସରକାର ପଠାଇବେ ଟଙ୍କା…

ନୂଆଦିଲ୍ଲୀ,୪।୮: କରୋନା ମହାମାରୀ ସଂକ୍ରମଣ ସଙ୍କଟ ଯୋଗୁ ଦେଶରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ ସରକାର ସେମାନଙ୍କର ସଞ୍ଚୟ ଖାତାକୁ ଟଙ୍କା...

କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ...

କରୋନା ଭୟ: ସ୍ବତନ୍ତ୍ର ଜେଟ୍‌, ବଙ୍କର ବୁକ୍‌ କରୁଛନ୍ତି ଧନୀ ଶ୍ରେଣୀର ଲୋକେ

ନ୍ୟୁୟର୍କ,୧୩ା୩: କରୋନା ଭାଇରସ୍‌ ମହାମାରୀ ୧୨୦ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱବାସୀଙ୍କ ଉପରେ ପଡ଼ିଛି। ଏହି ସଂକଟଜନକ ସ୍ଥିତିରେ ଆମେରିକା,...

୭୦ ବର୍ଷୀୟା ମା’ଙ୍କୁ ପର କରିଦେଲେ ପୁଅ, ଘରେ ଆଣି ରଖିଲେ ଏମ୍‌ପି

ଦିଲ୍ଲୀ,୨୬।୭: ଲକ୍‌ଡାଉନ ସମୟରେ ବେସାହାରା ହୋଇଯାଇଥିବା ୭୦ ବର୍ଷିୟା ଲୀଲାବତୀ ଦେବୀଙ୍କୁ ଶେଷରେ ସାହାରା ମିଳିଛି। ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିବା ଲୀଲାବତୀଙ୍କୁ ପୁଅ...

ଗୋଟିଏ ଆମ୍ବୁଲାନ୍ସରେ ୨୨ ମୃତଦେହ ଶ୍ମଶାନ ଯିବା ଘଟଣା: ହାଇକୋର୍ଟ ମାଗିଲେ ଜବାବ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ କରୋନା ପରିସ୍ଥିତି ଭୟାବହ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଏହାସହ ମୃତଦେହ ପୋଡିବା ପାଇଁ ଶ୍ମଶାନରେ ଯାଗା...

Advertisement


Archives

Model This Week