ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଦିଅ

କଟକ ଅଫିସ୍‌/କୁଜଙ୍ଗ, ୨୪।୯ (ଡି.ଏନ୍‌.ଏ.):ଜଗତ୍‌ସିଂପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ବଳାତ୍କାରର ଶିକାର ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ବୁଧବାର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୭ଦିନ ମଧ୍ୟରେ ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ କ୍ଷତିପୂରଣ ରାଶିକୁ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପୀଡ଼ିତାଙ୍କ ନାମରେ ସ୍ଥାୟୀ ଜମା(ଫିକ୍ସଡି ଡିପୋଜିଟ୍‌) କରିବା ସହ ସେଥିରୁ ବାର୍ଷିକ ମିଳିବାକୁ ଥିବା ସୁଧକୁ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ତାଙ୍କ ମା’ଙ୍କ ମାଧ୍ୟମରେ ଖର୍ଚ୍ଚ କରିବାକୁ କୁହାଯାଇଛି। ସେହିପରି ପୀଡ଼ିତା ଗର୍ଭବତୀ ଥିବାରୁ ସେ ଯଦି କନ୍ୟା ସନ୍ତାନ ଜନ୍ମ ଦିଅନ୍ତି, ତେବେ ୫ଲକ୍ଷ ଓ ପୁତ୍ର ସନ୍ତାନ ହେଲେ ୩ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିବାକୁ କୁଯାଇଛି। ଯାହାଫଳରେ ଭବିଷ୍ୟତରେ ପୀଡ଼ିତାଙ୍କ କନ୍ୟା କିମ୍ବା ପୁତ୍ର ସନ୍ତାନଙ୍କ ଚଳଣୀରେ ଯେପରି କୌଣସି ଅସୁବିଧା ହେବ ନାହିଁ। ଏହାବ୍ୟତିତ କଟକ ଏସ୍‌ସିବି ମେଡିକାଲରେ ପୀଡ଼ିତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ରାୟରେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, କୁଜଙ୍ଗ ଥାନା ଅଞ୍ଚଳର ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଫତେପୁର ଗ୍ରାମର ସିଲି ମାଝି(୩୫) ବଳାତ୍କାର କରିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ଏ ସମ୍ପର୍କରେ ଜାଣିଥିଲେ। ଘଟଣାର ଆପୋଷ ସମାଧାନ ପାଇଁ ଗ୍ରାମସଭା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନ ଥିଲା। ଫଳରେ ପୀଡ଼ିତାଙ୍କ ମା’ ଗତ ଅଗଷ୍ଟ ୧୩ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ସେତେବେଳକୁ ସେ ପ୍ରାୟ ୪ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ଅଦ୍ୟାବଧି ତାଙ୍କୁ ଗିରଫ କରାଯାଇପାରି ନ ଥିବା ଏସ୍‌ଆଇ ସୁବ୍ରଜିତ ଦାଶ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ମାମଲା (ନଂ-୨୦୦/୨୦) କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ଅପରପକ୍ଷରେ ପୀଡ଼ିତା ଜଣେ ମାନସିକ ଭିନ୍ନକ୍ଷମ ଅଟନ୍ତି। ସେ ନିଜ କାମ ନିଜେ ଠିକ୍‌ଭାବେ କରିପାରୁ ନାହାନ୍ତି। ତେଣୁ ସେ ଗର୍ଭବତୀ ଥିବାରୁ ଭବିଷ୍ୟତରେ ତାଙ୍କଠାରୁ ଜନ୍ମ ନେବାକୁ ଥିବା ପିଲାର ଠିକ୍‌ଭାବେ ଭରଣ ପୋଷଣ କରିବା ସମ୍ଭବ ହେବ ନାହିଁ। ଏଭଳିସ୍ଥିତିରେ ଜଣେ ମା’ ହିସାବରେ ପୀଡ଼ିତା କନ୍ୟାଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତଥା ସାମାଜିକ କୁଟାରଚନାରୁ ରକ୍ଷା ପାଇବା ପାଇଁ ନିୟମ ଅନୁସାରେ ପୀଡ଼ିତାଙ୍କ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ହାଇକୋର୍ଟରେ ରିଟ୍‌ ପିଟିଶନ ଆଗତ କରିଥିଲେ। ଉକ୍ତ ରିଟ୍‌ ପିଟିଶନର ଶୁଣାଣି କରି ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବଂ ତାଙ୍କ ପରିବାରର ଆର୍ଥିକ ଅବସ୍ଥାକୁ ବିଚାର ହାଇକୋର୍ଟ ଏହି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?