ଉପର ମୁହାଁ କରୋନା, ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ  କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବିଭିନ୍ନ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂକ୍ରମଣର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରିବେ। ଗତ କିଛି ଦିନ ଧରି ଦେଶରେ କରୋନା ସଂକ୍ରମଣ ହାରରେ କ୍ରମାଗତ ବୃଦ୍ଧି ଘଟିବାରେ ଲାଗିଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ମୃତ୍ୟୁ ସଂଖ୍ୟା ୧,୩୯୯ ଛୁଇଁଛି। ରାଜଧାନୀ ଦିଲ୍ଲୀରେ ପଜିଟିଭିଟି ହାର ୬ ପ୍ରତିଶତରେ ପହଞ୍ଚିଛି।

ଦେଶରେ ଟିକାକରଣ ସଂଖ୍ୟା ୧୮୮ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଲା ଭଦ୍ରକ ଜିଲା ପ୍ରଶାସନ, ନଚେତ ଗଣିବେ ଜରିମାନା

ଭଦ୍ରକ ଅଫିସ, ୧୧।୪ – ଭଦ୍ରକ ଜିଲାବାସୀ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା...

ଘାଜିପୁରରୁ ଟାଇମର ସହ ଆର୍‌ଡିଏକ୍ସ ବୋମା ମିଳିଥିଲା

ମୁମ୍ବାଇ,୧୮।୧: ଇମ୍‌ପ୍ରୋଭାଇଜଡ୍‌ ବିସ୍ଫୋରଣ ଉପକରଣ (ଆଇଇଡି) ଘାଜିପୁରର ଫୁଲ ବଜାରରେ ଶୁକ୍ରବାର ମିଳିଥିଲା। ଏହି ବୋମା ସହ ଟାଇମର ଫିକ୍ସ କରାଯାଇଥିଲା। ଧାର୍ଯ୍ୟ ସମୟର ଦେଢ଼...

ଜରିମାନା ଦେଲେ ପ୍ରଧାନମନ୍ତ୍ରୀ

ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ କୋଭିଡ୍‌-୧୯ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି। ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ପାରିବାରିକ ଉତ୍ସବର ଆୟୋଜନ କରାଯାଇଥିଲା। ସେଠାରେ...

ମୁମ୍ବାଇ ସ୍କ୍ରାପ ଗୋଡାଉନରେ ଅଗ୍ନୀକାଣ୍ଡ

ମୁମ୍ବାଇ,୧୨ ।୧୧: ମୁମ୍ବାଇର ମାନଖୁର୍ଦ ସ୍ଥିତ ନ୍ୟୁ ମଣ୍ଡାଲା ଅଞ୍ଚଳରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଏହା ମାନଖୁର୍ଦର ସ୍କ୍ରାପ ଗୋଡାଉନରେ ଲାଗିଛି । ଅଗ୍ନୀଶମ...

ମହିଳା ଡାକ୍ତରଙ୍କୁ ଛୁରି ଭୁସି ହତ୍ୟା କଲେ ସାଥୀ ଡାକ୍ତର, ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨୦ା୮: ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ କରିଥିବା ଜଣେ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ସହ ୭ ବର୍ଷ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୮୮୬ ମୃତ

ନୂଆଦିଲ୍ଲୀ,୭।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର...

ଜ୍ଞାନବାପି ମାମଲାର ମସଜିଦ୍‌ ପକ୍ଷକାର ଆଇନଜୀବୀ ଅଭୟ ନାଥଙ୍କ ପରଲୋକ …

ଲକ୍ଷ୍ନୌ,୧।୮ : ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲାରେ ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି ପକ୍ଷକାରଙ୍କ ମୁଖ୍ୟ ଆଇନଜୀବୀ ଅଭୟ ନାଥ ଯାଦବଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।...

କରୋନା ପ୍ରଭାବ: ଚଢ଼ା ଦର ନେଉଛନ୍ତି ବ୍ୟବସାୟୀ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ, ଦର ନିୟନ୍ତ୍ରଣ କରିବାକୁ ଦାବି

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ମହାମାରୀର କୌଣସି ପ୍ରତିକାର ନ...

Advertisement
Archives

Model This Week