Posted inଜାତୀୟ

ମେ’ ୨ରୁ ପ୍ରଧାନମନ୍ତ୍ରୀଙ୍କ ୬୫ ଘଣ୍ଟିଆ ବିଦେଶ ଗସ୍ତ…

ନୂଆଦିଲ୍ଲୀ, ୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷ ପ୍ରଥମ ବିଦେଶ ଗସ୍ତ ସୋମବାର, ମେ ୨ରୁ ଆରାମ୍ଭ ହେଉଛି। ଏହି ଅବସରରେ ସେ ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବେ। ସରକାରୀ ସୂତ୍ର ଅନୁଯାୟୀ, ଏହି ସମୟ ମଧ୍ୟରେ ତାଙ୍କ କାର୍ଯ୍ୟସୂଚୀ ଅନୁସାରେ ୭ ଟି ଦେଶର ୮ ଜଣ ବିଦେଶୀ ନେତାଙ୍କୁ ଭେଟିବେ। କେତେକ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ବୈଠକରେ ଅଂଶଗ୍ରହଣ କରିବେ ।

ସେଠାରେ ବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ପ୍ରଧାନନ୍ତ୍ରୀଙ୍କ ଗସ୍ତକ୍ରମର ୬୫ ଘଣ୍ଟା ମଧ୍ୟରେ ୨୫ଟି ବୈଠକ ରହିଛି। ଏହାର ସମୟସାରଣୀ ପ୍ରସ୍ତୁତ କରାଯାଇଛି ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୫୦ ରୁ ଅଧିକ ବିଶ୍ୱସ୍ତରୀୟ ବ୍ୟବସାୟୀଙ୍କୁ ଭେଟିବେ।

ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ଗୋଟିଏ ରାତି ଜର୍ମାନୀ ଏବଂ ଡେନମାର୍କରେ ବିତାଇବେ। ସେ ବିମାନରେ ଦୁଇ ରାତି ବିତାଇବେ। ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ବର୍ଲିନରେ ଜର୍ମାନ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଭାରତ-ଜର୍ମାନୀ ଆନ୍ତଃ ସମବାୟ ପରାମର୍ଶର ଷଷ୍ଠ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ।

୨୦୦୦ରୁ ଭାରତ ଏବଂ ଜର୍ମାନୀ ରଣନୀତିକ ଅଂଶୀଦାର ହୋଇଆସୁଛନ୍ତି। ଗତ ବର୍ଷ ୨୦୨୧ରେ ଉଭୟ ଦେଶ ପାରସ୍ପରିକ କୂଟନୈତିକ ସମ୍ପର୍କର ୭୦ ବର୍ଷ ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ୍ଟ ଫ୍ରେଡ୍ରିକସେନଙ୍କ ନିମନ୍ତ୍ରଣ କ୍ରମେ କୋପେନହେଗେନ ଯିବେ। ସେଠାରେ ସେ ଡେନମାର୍କ ଦ୍ୱାରା ଆୟୋଜିତ ଦ୍ୱିତୀୟ ଭାରତ-ନାର୍ଡିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡେନମାର୍କର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ରାଣୀ ମାରଗ୍ରେଥ-ଦ୍ୱିତୀୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ-ଡେନମାର୍କ ବ୍ୟବସାୟ ଫୋରମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସମ୍ବୋଧିତ କରିବେ।

ଦ୍ୱିତୀୟ ଭାରତ-ନାର୍ଡିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ୟାଟ୍ରିନ ଜ୍ୟାକବସଡୋଟିର, ନରୱେର ପ୍ରଧାନମନ୍ତ୍ରୀ ଜୋନାସ ଗହର ଷ୍ଟୋର, ସ୍ବିଡେନର ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଡରସନ ଏବଂ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନା ମାରିନଙ୍କ ସହ ମଧ୍ୟ ଆଲୋଚନା କରିବେ।

ଏହି ସମ୍ମିଳନୀରେ କରୋନା ମହାମାରୀ ପରେ ଅର୍ଥନୈତିକ ପୁନରୁଦ୍ଧାର, ଜଳବାୟୁ ପରିବର୍ତ୍ତନ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ବିଶ୍ୱସ୍ତରୀୟ ସୁରକ୍ଷା ଦୃଷ୍ଟିକୋଣ ଏବଂ ଆର୍କଟିକ ଅଞ୍ଚଳରେ ଭାରତ-ନାର୍ଡିକ ସହଯୋଗ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri