Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ବେସାହାରା ପିଲାଙ୍କୁ ମାସକୁ ମିଳିବ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌

ନୂଆଦିଲ୍ଲୀ,୩୦।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ ଅନାଥ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୋମବାର ଭିଡିଓ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ କୋଭିଡ୍‌ ଅନାଥ ପିଲାମାନଙ୍କୁ ସ୍କଲାରଶିପ ଏବଂ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ଦିଆଯିବ।
ପିଲାମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ତୁମମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ବରଂ ଜଣେ ପରିବାରର ସଦସ୍ୟ ଭାବରେ କଥାବାର୍ତ୍ତା କରୁଛି। ଆଜି ତୁମମାନଙ୍କ ମଧ୍ୟରେ ରହି ବହୁତ ଖୁସି ଲାଗୁଛି। ମୁଁ ଜାଣେ, କରୋନା କାରଣରୁ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ଜୀବନରେ ଏହି ପରିବର୍ତ୍ତନ କେତେ କଷ୍ଟକର। ପିଲାମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ପିଲାମାନଙ୍କ ଅସୁବିଧା ହ୍ରାସ କରିବାକୁ ଆମେ ଏକ ଛୋଟ ପ୍ରୟାସ ଆରମ୍ଭ କରିଛୁ।
ଏହି ଯୋଜନା ବିଷୟରେ ବର୍ଣ୍ଣନାକରି ସେ କହିଛନ୍ତି, ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ ବେସାହାରା ପିଲାମାନଙ୍କ ସହାୟତାରେ ଆସିବ। ବୃତ୍ତିଗତ ପାଠ୍ୟକ୍ରମ, ଉଚ୍ଚଶିକ୍ଷା ପାଇଁ ଯଦି କେହି ଶିକ୍ଷା ଋଣ ଆବଶ୍ୟକ କରନ୍ତି, ତେବେ ପିଏମ୍‌ କେୟାର୍ସ ମଧ୍ୟ ଏଥିରେ ସାହାଯ୍ୟ କରିବ। ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କ ନିମନ୍ତେ ପ୍ରତି ମାସରେ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି।
ବେସାହାରା ପିଲାମାନଙ୍କ ସ୍କୁଲ ପାଠପଢ଼ା ଶେଷ ପରେ ଉଚ୍ଚଶିକ୍ଷା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ। ଏଥିପାଇଁ ୧୮-୨୩ ବର୍ଷର ଯୁବତୀ/ଯୁବକମାନେ ପ୍ରତି ମାସରେ ଷ୍ଟାଇପେଣ୍ଡ ପାଇବେ। ୨୩ ବର୍ଷରେ ୧୦ ଲକ୍ଷ ଟଙ୍କା ଉଚ୍ଚଶିକ୍ଷା ପାଇଁ ମିଳିବ। ଏହା ସହ ପିଏମ୍‌ କେୟାର ଫର୍‌ ଚିଲ୍‌ଡ୍ରେନ୍‌ ମାଧ୍ୟମରେ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ଯୋଗାଇ ଦିଆଯାଉଛି। ଏହି କାର୍ଡ ଜରିଆରେ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପିଲାଙ୍କ ପାଇଁ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?