୬ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ

ସିମୁଳିଆ, ୩୦ା୫(ଡି.ଏନ.ଏ.): ନିର୍ବାଚନ ବେଳେ ନେତା ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଆନ୍ତି। ହେଲେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ। ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମର ୨ନଂ. ୱାର୍ଡ଼ରେ ଥିବା ୬ଜଣ ଦିବ୍ୟାଙ୍ଗଙ୍କୁ ସେ ମାସିକ ୫କି.ଗ୍ରା. ହିସାବରେ ଗତ ୪ମାସର ପ୍ରତ୍ୟେକଙ୍କୁ ୨୦କେଜି ଲେଖାଏଁ ଚାଉଳ ବଣ୍ଟନ କରିଛନ୍ତି। ସେ ଗତ ନିର୍ବାଚନ ପ୍ରଚାର ବେଳେ ନିର୍ବାଚନରେ ଜିତେ ଅବା ହାରେ ସରକାରୀ ସହାୟତା ପାଇବା ପର୍ଯ୍ୟନ୍ତ ଏହି ଦିବ୍ୟାଙ୍ଗମାନଙ୍କୁ ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲେ।
ଅଞ୍ଚଳରେ ଦିବ୍ୟାଙ୍ଗଙ୍କ ମଧ୍ୟରେ ଅର୍ଜୁନ ବେହେରା(୩୦), ମୋନାଲିସା ମଲିକ(୫), ଅନିକେତ ଶ୍ରୀବାସ୍ତବ(୬), କ୍ରିଷ୍ଣା ଶ୍ରୀବାସ୍ତବ(୧୨), ଜନ୍ମେଞ୍ଜୟ ଶତପଥି(୧୨) ଓ ଧ୍ରୁବ ଚରଣ ଶତପଥି(୩୫) ଅଛନ୍ତି ା କ୍ରିଷ୍ଣା ଶ୍ରୀବାସ୍ତବଙ୍କ ବ୍ୟତୀତ ଅନ୍ୟମାନଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ ା ତେବେ ଏହି ଦିବ୍ୟାଙ୍ଗଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେ ସମ୍ପର୍କରେ ସେ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭୋଜିରେ ମଟନ ଦେଲେନି ବୋଲି କ୍ୟାଟରିଂ ପିଲାର ବେକ କାଟିଦେଲେ, ୪ ଜଣଙ୍କୁ ଅଟକ ରଖି…

ବାଲେଶ୍ୱର,୨୮ା୬(ବାଞ୍ଛାନିଧି ଦେ): ଜଣେ ନାବାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ୪ ନାବାଳକ। ରେମୁଣା ଥାନା ମନ୍ଦିର ଛକରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏକ ବିବାହ…

ବୋହୂର ପନିକି ଆକ୍ରମଣରେ ଶାଶୁ ଲହୁଲୁହାଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ, ୨୮।୬ (ପ୍ରଦୀପ ଦାସ): ପାରିବାରିକ କଳହକୁ କେନ୍ଦ୍ର କରି ବୋହୂର ପନିକି ଆକ୍ରମଣରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri