ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି ସୁଲଭ ଭଡ଼ା ଘର ଯୋଜନା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସେହି ଲୋକମାନଙ୍କୁ ଉନ୍ନତ ଜୀବନଶୈଳୀ ଓ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବା, ଯେଉଁମାନେ କାମ ସନ୍ଧାନରେ ବଡ଼ ସହରକୁ ଆସନ୍ତି, କିନ୍ତୁ ଅଧିକ ଭଡ଼ା କିମ୍ୱା ଆର୍ଥିକ ଅନାଟନ ଯୋଗୁଁ ପକ୍କା ଘରେ ରହିପାରନ୍ତି ନାହିଁ।

ଏହି ଯୋଜନା ବିଶେଷ ଭାବରେ ସେହି ପ୍ରବାସୀ ଓ ଦୈନିକ ମଜୁରିଆମାନଙ୍କ ପାଇଁ ତିଆରି କରାଯାଇଛି, ଯେଉଁମାନେ ସହରର ଆର୍ଥିକ କାର୍ଯ୍ୟକଳାପରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତି, କିନ୍ତୁ କମ ରୋଜଗାର ହେତୁ ସୁରକ୍ଷିତ ଘର ଭଡ଼ାରେ ନେଇପାରନ୍ତି ନାହିଁ।

ପିଏମ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ସହରକୁ କାମ ସନ୍ଧାନରେ ଆସିଥିବା ଶ୍ରମିକ, ଉଠାଦୋକାନୀ (ଷ୍ଟ୍ରିଟ ଭେଣ୍ଡର) ଏବଂ କାର୍ଯ୍ୟରତ ମହିଳାମାନଙ୍କୁ କମ ଭଡ଼ାରେ ସଫାସୁତୁରା ତଥା ସୁରକ୍ଷିତ ଘର ଯୋଗାଇ ଦିଆଯିବ।

କାହାକୁ ମିଳିବ ଏହି ଯୋଜନାର ଲାଭ:

* ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ବର୍ଗ (EWS) ଏବଂ ସୱଳ୍ପ ଆୟକାରୀ ବର୍ଗର (LIG) ପରିବାର।
* ରୋଜଗାର ସନ୍ଧାନରେ ଅନ୍ୟ ରାଜ୍ୟ, ସହର କିମ୍ୱା ଗ୍ରାମରୁ ଆସିଥିବା ଲୋକ।
* ଶିଳ୍ପାଞ୍ଚଳ ଏବଂ ର୍ନିମାଣ ସ୍ଥଳୀରେ କାର୍ଯ୍ୟ କରୁଥିବା ଶ୍ରମିକ।
* ଷ୍ଟ୍ରିଟ ଭେଣ୍ଡର ଅର୍ଥାତ୍ତ ଉଠାଦୋକାନୀ, ଅଟୋ-ରିକ୍ସା ଚାଳକ ଏବଂ ଘରୋଇ ସହାୟକ/ସହାୟିକା।
* ସହରରେ ଚାକିରି କିମ୍ୱା ଛୋଟମୋଟ ବ୍ୟବସାୟ କରୁଥିବା ମହିଳା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ।

ଯୋଜନା ପାଇଁ ଯୋଗ୍ୟତାର ସର୍ତ୍ତ:

* ଆବେଦନକାରୀ କିମ୍ୱା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ଦେଶର କୌଣସି ସ୍ଥାନରେ ପକ୍କା ଘର ନ ଥିବା ଆବଶ୍ୟକ।
* ଆବେଦନକାରୀଙ୍କ ପାଖରେ ବୈଧ ଆଧାର କାର୍ଡ ଥିବା ବାଧ୍ୟତାମୂଳକ।
* ବିଗତ ୨୦ ବର୍ଷ ମଧ୍ୟରେ ଆବେଦନକାରୀଙ୍କ ପରିବାର କେନ୍ଦ୍ର କିମ୍ୱା ରାଜ୍ୟ ସରକାରଙ୍କ ଅନ୍ୟ କୌଣସି ଆବାସ ଯୋଜନାର ଲାଭ ଉଠାଇ ନ ଥିବେ।

ଏହିସବୁ ଆଧୁନିକ ସୁବିଧା ଉପଲବ୍ଧ ହେବ:
ସରକାର କେବଳ ରୁମ ଭଡ଼ାରେ ଦେବେ ନାହିଁ, ବରଂ ଏହି ଆବାସିକ ପରିସରରେ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ମୌଳିକ ସୁବିଧା ମଧ୍ୟ ବିକଶିତ କରିବେ। ଏହା ଅଧୀନରେ ଏହି ଆବାସିକ ପରିସରରେ ୨୪ ଘଣ୍ଟିଆ ଜଳ ଯୋଗାଣ, ସୱରେଜ ଏବଂ ଡ୍ରେନେଜ ବ୍ୟବସ୍ଥା ସହିତ ପରିଷ୍କାର ପରିବେଶର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ପକ୍କା ରାସ୍ତା, ଷ୍ଟ୍ରିଟ ଲାଇଟ, କମ୍ୟୁନିଟି ସେଣ୍ଟର, ପ୍ରାଥମିକ ସୱାସ୍ଥ୍ୟ କେନ୍ଦ୍ର ଏବଂ କାର୍ଯ୍ୟରତ ମାଆମାନଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର (କ୍ରେଚ) ରହିବ। ଏଥିସହ ଦୈନନ୍ଦିନ ଜରୁରୀ ସାମଗ୍ରୀ କିଣିବା ପାଇଁ ପରିସର ମଧ୍ୟରେ ହିଁ ଛୋଟ ଦୋକାନ ଏବଂ ବ୍ୟବସାୟିକ କାର୍ଯ୍ୟକଳାପର ବ୍ୟବସ୍ଥା ମଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri