ଗୃହରେ ଶିକ୍ଷକଙ୍କ ଦାବିକୁ ନେଇ ହଙ୍ଗାମା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଦୁଇଦିନ ହେବ ପ୍ରାଥମିକ ଶିକ୍ଷକ ୩ ଦଫା ଦାବି ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି। ଲକ୍ଷାଧିକ ଶିକ୍ଷକ ରାଜରାସ୍ତାକୁ ଅଚଳ କରି ରଖିଛନ୍ତି। ସରକାରଙ୍କ ଶିକ୍ଷା ମନ୍ତ୍ରୀ କିମ୍ବା କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଯାଇନାହାନ୍ତି। ଶିକ୍ଷକଙ୍କ ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ସଭ୍ୟମାନେ ବିଧାନସଭାରେ ହଙ୍ଗାମା କରିଛନ୍ତି। ଏଥିଯୋଗୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାଧା ଉପୁଜିଥିଲା।

ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହାସତ୍ତ୍ୱେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ବାଚସ୍ପତି ରୁଲିଂ ନ ଦେବା ଯାଏ ଗୃହ ଚାଲିବ ନାହିଁ ବୋଲି ଦାବି କରିଥିଲେ। ବାଚସ୍ପତି ରୁଲିଂ ଦେବା ପରେ ଗୃହ ସ୍ବାଭାବିକ ହୋଇଥିଲା।
ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ପ୍ରଶ୍ନୋତ୍ତର ଆରମ୍ଭ ହେବା ମାତ୍ରେ ଶିକ୍ଷକଙ୍କ ସମସ୍ୟାକୁ ନେଇ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ କରିଥିଲେ। ସରକାର ତୁରନ୍ତ ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ସମାଧାନ କରନ୍ତୁ ନଚେତ୍‌ ଗୃହ ଚଳାଇଦେବୁ ନାହିଁ ବୋଲି ଅଡ଼ିବସି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉଭୟ ଦଳର ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ି ନ ଥିଲା। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟ୍‌ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ହୋଇଥିଲା। ବାଚସ୍ପତି ଅଚଳାବସ୍ଥା ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିପାଇଁ ୧୧ଟା ୩୧ରୁ ୧୧ଟା ୪୫ ଯାଏ ଗୃହକୁ ମୁଲତବୀ ଘୋଷଣା କରିଦେଇଥିଲେ। ୧୧ଟା ୪୬ ମିନିଟ୍‌ରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ନିର୍ଦ୍ଦିଷ୍ଟ ଦାବି ନେଇ ଲକ୍ଷାଧିକ ଶିକ୍ଷକ ଧର୍ମଘଟ ଚଳାଇଛନ୍ତି। ରାତିସାରା ଆନ୍ଦୋଳନରେ ବସିଛନ୍ତି। ରାଜ୍ୟରେ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି। ପାଠ ପଢ଼ା ନ ହେଲେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ। ଆନ୍ଦୋଳନରତ ଶିକ୍ଷକମାନଙ୍କ ପାଖକୁ ଶିକ୍ଷା ମନ୍ତ୍ରୀ କିମ୍ବା ଅନ୍ୟ କୌଣସି ମନ୍ତ୍ରୀ ଆଲୋଚନା ପାଇଁ ଯାଇନାହାନ୍ତି। ନୂଆ ପେନ୍‌ସନ ରୁଲ୍‌କୁ ବିରୋଧ କରିବା ସହ ଅନ୍ୟାନ୍ୟ ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ କାହାକୁ ପଠାଇ ତୁରନ୍ତ ଆଲୋଚନା କରନ୍ତୁ। ଏହି ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ହଇରାଣ ହେବା ସହ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ। ତୁରନ୍ତ ଆଲୋଚନା କରାଯାଉ ବୋଲି ସେ ଦାବି କରିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଶିକ୍ଷକ ସମାଜ ରାଜଧାନୀକୁ ଘେରିରହିଛି। ୬୦ ବିଧାୟକ, ୧୫ ମନ୍ତ୍ରୀ ପଦ୍ମପୁର ନିର୍ବାଚନ ପ୍ରଚାରରେ ମାତିଛନ୍ତି। ୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ୨୦୦୦ ମସିହାରେ ରାଜ୍ୟରେ ଆର୍ଥିକ ସ୍ଥିତି ଭଲ ନ ଥିଲା। ଏବେ ଭଲ ଅଛି। ରାଜ୍ୟରୁ ଠିକା ନିଯୁକ୍ତି ଉଠାଇଦେଇ ସରକାର ଐତିହାସିକ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି। କିଛି ଶିକ୍ଷକ ନାଚିଲେ, ବାଜା ବଜେଇଲେ। ଯଦି ସରକାର ଐତିହାସିକ ନିଷ୍ପତ୍ତି ନେଲେ ତେବେ ଆଜି କାହିଁକି ୨ ଲକ୍ଷ ଶିକ୍ଷକ ରାଜଧାନୀରେ ବସିଛନ୍ତି। ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କର କିଛି ପରବାୟ ନାହିଁ। ଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି। କାହାଠାରୁ ଅନୁମତି ନେଇ ସେ ପଦ୍ମପୁର ଗଲେ ବୋଲି ମୋହନ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ସରକାରଙ୍କ ଚିନ୍ତା ନାହିଁ କି ଦରଦ ନାହିଁ ବୋଲି ସେ କହିଛନ୍ତି।
ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ରାଜ୍ୟ ସରକାର ଶିକ୍ଷକଙ୍କ ଅନେକ ସମସ୍ୟା ସମାଧାନ କରିଛନ୍ତି। ରାଜ୍ୟ ସରକାର ଠିକା ନିଯୁକ୍ତି ବିଲୋପ କଲେ। ଯେଉଁ କେତେଜଣ ରହିଯାଇଛନ୍ତି ସେମାନଙ୍କ କଥା ସରକାର ବିଚାର କରିବେ। ଆଗରୁ ଶିକ୍ଷକଙ୍କୁ ଭୁବନେଶ୍ୱରକୁ ପୂରାଇ ଦିଆଯାଉ ନ ଥିଲା। ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଉ ନ ଥିଲା। ଶିକ୍ଷକମାନଙ୍କ ଆନ୍ଦୋଳନକୁ ସକାରାତ୍ମକ ଦୃଷ୍ଟିରୁ ସରକାର ବିଚାର କରିବେ।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ୨ ଦିନ ହେବ ଶିକ୍ଷକମାନେ ୩ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ସ୍କୁଲ ପାଠପଢ଼ା ବନ୍ଦ ହୋଇଯାଇଛି। ହେଲେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ପାଇଁ ଶିକ୍ଷା ମନ୍ତ୍ରୀ ନାହାନ୍ତି କି ଶିକ୍ଷା ବିଭାଗର କୌଣସି ଅଧିକାରୀ ନାହାନ୍ତି। ସେହିପରି ବିଧାନସଭାରେ ବି କୌଣସି ମନ୍ତ୍ରୀ ନାହାନ୍ତି। ଯଦି ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ କାନ୍ଦୁଛନ୍ତି, ଶିକ୍ଷୟିତ୍ରୀମାନେ ରାଜରାସ୍ତାରେ ରାତିରେ ଶୋଉଛନ୍ତି, ତା’ହେଲେ ଏହି ଗୃହ କ’ଣ ପାଇଁ ଚାଲିବ? ଶିକ୍ଷକଙ୍କ ସମସ୍ୟା ଦୂର କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ କହି ତାରା ଓ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ, ଶିକ୍ଷକଙ୍କ ଆନ୍ଦୋଳନ ସମ୍ପର୍କରେ ବିରୋଧୀ ଦଳ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ ଦାବି ପ୍ରତି ସରକାର ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଁ ନିର୍ଦ୍ଦେଶ ଦେଉଛି ବୋଲି କହିଥିଲେ। ଏହାପରେ ଗୃହ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri