Posted inଜାତୀୟ

ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ, କହିଲେ ରାହୁଲ…

ନୂଆଦିଲ୍ଲୀ, ୯।୭ : ଦେଶର ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ଟୁଇଟ କରି କହିଛନ୍ତି ଯେ ଭାଜପା ସରକାରଙ୍କ ଶାସନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୭ ପ୍ରତିଶତ ବୃଦ୍ଧି ପାଇଛି। ଶନିବାର ସେ ଟୁଇଟ କରି ଏନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହୁଛନ୍ତି ୧୩୩ କୋଟି ଭାରତୀୟ କହୁଛନ୍ତି ଶାହସ ଥିଲେ ଆମକୁ ରୋକ।
ଭାଜପା ଶାସନ, ରେକର୍ଡ ଭାଙ୍ଗୁଥିବା ମହଙ୍ଗା ପେଟ୍ରୋଲ, ଟ୍ୟାକ୍ସ ଲୁଟ ଏବଂ ବେକାରୀ ସୁନାମି ପରି ଏଲପିଜି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ପ୍ରକୃତରେ, ଦେଶର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କୁ କହୁଛନ୍ତି ତୁମ ଦ୍ୱାରା କରାଯାଇଥିବା ଏହି ପ୍ରତିବନ୍ଧକଗୁଡ଼ିକ ଆମକୁ ସଙ୍କଟରେ ପକାଇଛି। ବର୍ତ୍ତମାନ ଏସବୁ ବନ୍ଦ କର। ଏବେ ଆଉ ଆଗକୁ ଯାଅ ନାହିଁ, ବୋଲି ରାହୁଲ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ଦୁଇ ଦିନ ପୂର୍ବେ ରାହୁଲ ୨୦୧୪ ପୂର୍ବରୁ ଦେଇଥିବା ବିବୃତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ରାହୁଲ ଏକ ପୋଷ୍ଟର ଶେୟାର କରି ଲେଖିଥିଲେ ଯେ ଅର୍ଥନୀତିର ଅବ୍ୟବସ୍ଥା ଚାଲିଥିବାବେଳେ ହେଡଲାଇନ ମେସେଜ ଯାଉଛି।

ଜିଏସଟିର ୫ ବର୍ଷ ପୂରଣ ହେବା ଅବସରରେ ମଧ୍ୟ ରାହୁଲ ସରକାରଙ୍କୁ ଘେରିଥିଲେ। ଜିଏସ୍‌ଟି ଲାଗୁ ହେବାପରେ ରାହୁଲ ଏହାକୁ ଗବର ସିଂ ଟ୍ୟାକ୍ସ ବୋଲି କହିଥିଲେ। ଏହାପୂର୍ବରୁ ଜୁଲାଇ ୬ ରେ ରାହୁଲ ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ନେଇ ଏକ ଟୁଇଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତିଲ ହେଲା ୬୫୭ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୨୯।୪: କୋଇଲା ପରିବହନ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ସଙ୍କଟକୁ ଦୂର କରିବା ଲାଗି ୬୫୭ ଯାତ୍ରୀବାହୀ ଟ୍ରେନ୍‌କୁ ସାମୂହିକ...

ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ, ୨ ନଭେମ୍ବରରେ ଦେଇଥିଲେ ଶେଷ ଭୋଟ

କିନ୍ନୋର,୫ ।୧୧: ସ୍ୱାଧିନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କର ଶନିବାର ସକାଳେ ପରଲୋକ ହୋଇଛି । ହିମାଚଳ ପ୍ରଦେଶର କିନ୍ନୋର ନିବାସୀ ନେଗି...

ରାହୁଲଙ୍କୁ ଟାର୍ଗେଟ କଲେ ରାଜନାଥ: ଶସ୍ତ୍ରରେ ଓଁ ନ ଲେଖି କ’ଣ ଲେଖିଥାନ୍ତି?

ନୂଆଦିଲ୍ଲୀ, ୧୭।୧୦:ରାଫାଲ ବିମାନ ପୂଜାକୁ ନେଇ ଉଠିଥିବା ବିବାଦ ଉପରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।...

ଶସ୍ତା ହେବ ମଦ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ବଜାରରେ ବ୍ରିଟେନର ହ୍ବିସ୍କି ଏବଂ ଓ୍ବାଇନ୍‌ର ମୂଲ୍ୟ ବହୁତ କମ୍‌ ହୋଇପାରେ। ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଉପରେ ଭାରତ-ବ୍ରିଟେନରେ ଆଲୋଚନା...

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର: ତୋପ ସଲାମୀରେ ଫୁଟିଲାନି ବନ୍ଧୁକରୁ ଗୁଳି

ପାଟନା,୨୨।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର ବୁଧବାର ସାପୁଲ୍‌ ଜିଲାର ଥିବା ତାଙ୍କ ପୈତୃକ ଗାଁରେ ହୋଇଛି। ତୋପ ସଲାମୀ ସମୟରେ...

ଅଯୋଧ୍ୟା ମାମଲାରେ ଦାଖଲ ହୋଇଥିବା ସମସ୍ତ ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୨।୧୨: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସମସ୍ତ ପୁନର୍ବିଚାର ଆବେଦନ ଗୁରୁବାର ଖାରଜ ହୋଇଯାଇଛି। ଗତ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି...

ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୬।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୧୭ ନୂଆ...

ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ...

Advertisement
Archives

Model This Week