ବାରବାଟୀରେ ପୂର୍ବ ସରକାର ଟଙ୍କାକର କାମ କରିନାହାନ୍ତି: ମନ୍ତ୍ରୀ ସୂରଜ

ଭୁବନେଶ୍ୱର,୧୧।୨(ବନ୍ଦନା ସେଠୀ): ବାରବାଟୀରେ ଅନୁଷ୍ଠିତ କ୍ରିକେଟ୍‌ ମ୍ୟାଚ୍‌ରେ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ବିରୋଧୀ ଏବଂ ଶାସକ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ। ଘଟଣାକୁ ସବୁଆଡୁ ନିନ୍ଦା କରାଯାଉଥିବାବେଳେ, ଏନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବାରବାଟୀ ଏକ ଐତିହ୍ୟସମ୍ପନ୍ନ ଷ୍ଟାଡିୟମ।

ଏଥିରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇ ପଳେଇଲେ, ମାତ୍ର ଟଙ୍କାଟିଏର କାମ କରିନାହାନ୍ତି। ପୂର୍ବ ସରକାର କିଛି କାମ କରିଛି ବୋଲି ଆମ ସରକାର ଭାବିଥିଲା। ମାତ୍ର ଦେଖିଲା ବେଳକୁ ଅମାର ଘର ଶୂନ। ଫଳରେ ଏଭଳି ଏକ ଅଘଟଣ ଘଟିଗଲା। ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ସ୍ପଷ୍ଟୀକରଣ ମଗାଯାଇଛି। ଯେଉଁ ସବ୍‌କମିଟି ଦାୟିତ୍ୱରେ ଥିଲା ସେ ଉତ୍ତର ଦେବ ବୋଲି ମନ୍ତ୍ରୀ କହିଛନ୍ତି। ଅନୁରୂପଭାବେ କଟକ ସଦର ବିଧାୟକ ପ୍ରକାଶ ସେଠୀ କହିଛନ୍ତି, ବାରବାଟୀରେ ଯେଉଁ ବିଭ୍ରାଟ ଘଟିଲା, ତାହା ଏକ ଦୁର୍ଘଟଣା ଥିଲା। ଏହା ପୂର୍ବ ସରକାରଙ୍କ ଇତିହାସକୁ ଦର୍ଶାଉଛି।

ଅପରପକ୍ଷେ କ୍ରିକେଟ୍‌ ମ୍ୟାଚ୍‌ରେ ଟିକେଟ କଳାବଜାର ନେଇ ମଧ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ୍‌ କରିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସାଧାରଣ ଲୋକେ ଦିନଦିନ ଧରି ବାହାରେ ଛିଡ଼ାହୋଇ ଟିକେଟ ଅପେକ୍ଷାରେ ରହିଲେ। କିଛି ଲୋକ ଖରାରେ ରହି ବେହୋସ ମଧ୍ୟ ହୋଇଛନ୍ତି। ଟିକେଟ ଅନେକ ମାତ୍ରାରେ ଏପରିକି କମ୍ପ୍ଲିମେଣ୍ଟାରି ଟିକେଟ ମଧ୍ୟ କଳାବଜାରରେ ବିକ୍ରି ହୋଇଛି। ଏତେ ପରିମାଣର ପାସ୍‌ ଦେବା ଦ୍ୱାରା ଏ ବିଭ୍ରାଟ ହୋଇଥିବା ପ୍ରସନ୍ନ ଅଭିଯୋଗ କରିଛନ୍ତି। ସେହିପରି ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଟିକେଟ କିମ୍ବା କଳାବଜାରି ହେବା କେବେ ବି ଗ୍ରହଣୀୟ ନୁହେଁ। ଏନେଇ ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅଭିଯୁକ୍ତ ଧରା ପଡିଛନ୍ତି। ଆଗାମୀ ଦିନରେ ଆହୁରି ବ୍ୟବସ୍ଥିତ ଢଙ୍ଗରେ ବାରବାଟୀରେ ମ୍ୟାଚ କରିବାକୁ ବ୍ୟବସ୍ଥା ହେଉଥିବା କ୍ରୀଡ଼ାମନ୍ତ୍ରୀ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri