ମହାକାଶ କୃଷିରେ ଭାରତ

୧୬ା୧ା୨୦୨୫ରେ ସ୍ପେଡାକ୍ସ ମିଶନ ମାଧ୍ୟମରେ ପୃଥିବୀର ବୃତ୍ତାକାର କକ୍ଷରେ ଦୁଇଟି କୃତ୍ରିମ ଉପଗ୍ରହଙ୍କୁ ସଫଳ ଭାବେ ପରସ୍ପର ସହ ସଂଯୋଗକରିବା(ଡବିଂ)କୁ ଭବିଷ୍ୟତ ପାଇଁ ଭାରତର ପରିକଳ୍ପିତ ମହାକାଶ ବିଜ୍ଞାନର ସୁଦୂରପ୍ରସାରୀ ଲକ୍ଷ୍ୟ ସାଧନ ଦିଗରେ ପ୍ରଥମ ପଦକ୍ଷେପ ରୂପେ ଗଣନା କରାଯାଏ। ଏହି ଲକ୍ଷ୍ୟଗୁଡ଼ିକରେ ଶୀର୍ଷସ୍ଥାନରେ ରହିଛି ମହାକାଶକୁ ଯାତ୍ରୀବାହୀ ଯାନ ପ୍ରେରଣ। ସେଠାରେ ସ୍ଥାୟୀ କେନ୍ଦ୍ର ବା ଷ୍ଟେଶନ ସ୍ଥାପନ, ଚନ୍ଦ୍ରପୃଷ୍ଠରେ ବ୍ୟୋମଚାରୀ ଅବତରଣ ଓ ପ୍ରତ୍ୟାବର୍ତ୍ତନ ଏବଂ ସର୍ବଶେଷରେ ପୃଥିବୀ ବାହାରେ ଉପନିବେଶମାନ ସ୍ଥାପନ। ଏଥିପାଇଁ ଏହାକୁ ଅତିକ୍ରମ କରିବାକୁ ପଡ଼ିବ ଗୋଟିକ ପରେ ଗୋଟିଏ । ପ୍ରଥମତଃ ଉପରୋକ୍ତ ଉପଗ୍ରହ ଦୁଇଟିକୁ ବାରମ୍ବାର ପରସ୍ପର ସହ ଡବିଂ ଏବଂ ପରସ୍ପରଠାରୁ ଅଲଗା କରାଇ ଏ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଓ ନିର୍ଭରଯୋଗ୍ୟ କରାଇବା ଦରକାର। ତତ୍‌ପରେ ପୃଥିବୀର ଉଚ୍ଚତର ଅର୍ଦ୍ଧବୃତ୍ତାକାର କକ୍ଷରେ ଏହାର ପୁନରାବୃତ୍ତିକରି ତାହାକୁ ବୃହତ୍ତର ପରିସର ମଧ୍ୟରେ କାର୍ଯ୍ୟ କରିବାର ଉପଯୋଗିତା ପରୀକ୍ଷା କରିବାକୁ ହେବ। ତାହା ସଫଳ ହେଲେ ଆରମ୍ଭ ହେବ ମହାକାଶ ଷ୍ଟେଶନକୁ ଯାତ୍ରା ଓ ସେଠାରୁ ପ୍ରତ୍ୟାବର୍ତ୍ତନ ଉପରେ ପରୀକ୍ଷା। ଏଥିରୁ ଗୋଟିଏ ନିଜସ୍ବ ଭାବେ ସ୍ଥାପନ ପାଇଁ ଭାରତର ଯୋଜନା ରହିଛି। ତାହା ହେବ ‘ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ’। ତେବେ ସେଥିପୂର୍ବରୁ ବର୍ତ୍ତମାନ ପୃଥିବୀର କକ୍ଷରେ ଥିବା ଆମେରିକା ଓ ରୁଷିଆର ମିଳିତ ଉଦ୍ୟମରେ ସ୍ଥାପିତ ‘ଆନ୍ତର୍ଜାତିକ ମହାକାଶ ଷ୍ଟେଶନ’ ବ୍ୟବହାରକରି ଏ ପରୀକ୍ଷା ଆରମ୍ଭକରିବା କଥା ମଧ୍ୟ ଚିନ୍ତାକରାଯାଉଛି। ତା’ପରେ ଆରମ୍ଭ ହେବ ଏଠାକୁ ତଥା ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀ ପ୍ରେରଣ। ସେମାନେ ସେଠାରେ ନାନାଦି ବୈଜ୍ଞାନିକ ପରୀକ୍ଷା କରି ଫେରିଆସିବେ। ଏହାସବୁ ସମ୍ଭବ ହେଲେ ମହାକାଶରେ ଉପନିବେଶ ସ୍ଥାପନର ସ୍ବପ୍ନ ହୁଏତ ସାକାର ହୋଇପାରିବ।
ପୃଥିବୀ ବାହାରେ ଅନ୍ୟ ଗ୍ରହ ଉପଗ୍ରହମାନଙ୍କରେ ବିଶେଷକରି ଚନ୍ଦ୍ରପୃଷ୍ଠରେ ଏହା କରାଗଲେ କିମ୍ବା ଦୀର୍ଘଦିନ ଧରି ମହାକାଶ ଯାତ୍ରା କରିବାକୁ ହେଲେ ଆବଶ୍ୟକ ପଡ଼ିବ ବ୍ୟୋମଚାରୀମାନଙ୍କ ପାଇଁ ଖାଦ୍ୟ ଉତ୍ପାଦନ ଅର୍ଥାତ୍‌ କୃଷିକାର୍ଯ୍ୟ। ସ୍ପେଡାକ୍ସ ମିଶନ ସହ ୩୦ା୧୨ା୨୦୨୪ରେ ପ୍ରେରିତ ପିଏସ୍‌ଏଲ୍‌ଭି-ସି୬୦ ଉତ୍‌କ୍ଷେପକ ଦ୍ୱାରା ମହାକାଶକୁ ବହନ କରାଯାଇଥିବା ୨୪ଟି ପରୀକ୍ଷା ବ୍ୟବସ୍ଥା ମଧ୍ୟରୁ ଇସ୍ରୋ ଦ୍ୱାରା ବିକଶିତ ଅନ୍ୟତମ ଥିଲା ଏଥିପାଇଁ ଅଭିପ୍ରେତ। ଏହାକୁ ‘କ୍ରପ୍‌ ରିସର୍ଚ୍ଚ ଇନ୍‌ ଆଉଟର ସ୍ପେସ୍‌’ ବା ‘କ୍ରପ୍‌ସ’ ନାମରେ ନାମିତ କରାଯାଇଛି। ପୁନଶ୍ଚ ‘ପୋଏମ୍‌-୪’ ଅର୍ଥାତ୍‌ ପିଏସ୍‌-୪ ଅର୍ବିଟାଲ ଏକ୍ସପେରିମେଣ୍ଟ ମୋଡୁଲ-୪ ଏଥିପାଇଁ ବ୍ୟବହୃତ ହୋଇଛି। ଏ ବ୍ୟବସ୍ଥାଟି ନିର୍ମିତ ହୋଇଥିଲା ଇସ୍ରୋର ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ୱାରା। ମହାକାଶର ସୂକ୍ଷ୍ମ ବା ଶୂନ୍ୟ ମହାକର୍ଷଣ ମଧ୍ୟରେ ଗଛ କିପରି ବଢ଼ିପାରିବ ତାହା ଅନୁଧ୍ୟାନ କରିବା ଥିଲା ଏହାର ଲକ୍ଷ୍ୟ। ଏଥିରେ ‘ପୋଏମ୍‌-୪’ର ନିୟନ୍ତ୍ରିତ ପରିବେଶ ମଧ୍ୟରେ ୮ଟି ବରଗୁଡ଼ି ମଞ୍ଜିକୁ ଅଙ୍କୁରିତ ହେବାକୁ ଦିଆଯାଇଥିଲା। ଉତ୍‌କ୍ଷେପଣର ୪ ଦିନ ପରେ ଅର୍ଥାତ୍‌ ୪ା୧ା୨୦୨୫ରେ ତାହା ହେବାର ଦେଖାଗଲା। ଅତଏବ ପରୀକ୍ଷାଟି ସଫଳ ହେଲା।
ଏହି ମଞ୍ଜିଗୁଡ଼ିକୁ ‘ପୋଏମ୍‌-୪’ରେ ନିବୁଜ ବାକ୍ସ ମଧ୍ୟରେ ରଖାଯାଇଥିଲା। ସେଥିସହ ସମ୍ପୃକ୍ତ ଥିଲା ବିଶେଷ ଧରଣର ଏକ ଶକ୍ତିଶାଳୀ କ୍ୟାମେରା ଏବଂ ତାପମାତ୍ରା, ଆର୍ଦ୍ରତା ଓ ମୃତ୍ତିକାର ଜଳ ଅଂଶ ଆଦି ମାପିବା ପାଇଁ ଅନୁଧ୍ୟାନକାରୀ ବ୍ୟବସ୍ଥା। ତହିଁରୁ ଜଣାପଡ଼ିଲା ମଞ୍ଜିଗୁଡ଼ିକୁ କିପରି ନିଷ୍କ୍ରିୟ ଅବସ୍ଥାରୁ କ୍ରିୟାଶୀଳ ହେଲେ, ତାହା ଅଙ୍କୁରିତ ହେଲା ଏବଂ ଅଙ୍କୁରଗୁଡ଼ିକର ଅଭିବୃଦ୍ଧି ଘଟିଲା। ‘କ୍ରପ୍‌ସ’ ଏଥିପାଇଁ ଏକ ବିଶେଷ ଧରଣର ମୃତ୍ତିକା ବ୍ୟବହାର କରିଥିଲା। ଏଥିରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଜଳ ଏବଂ ମନ୍ଥରଭାବେ ନିଷ୍କାସିତ ହେଉଥିବା ସାର ମିଶାଯାଇଥିଲା। ଉତ୍‌କ୍ଷେପଣ ସମୟରେ କମ୍ପନରୁ ସୁରକ୍ଷା ଦେବା ପାଇଁ ମଞ୍ଜିଗୁଡ଼ିକୁ ତନ୍ତୁ ନିର୍ମିତ ଫିତାରେ ଅଠାମାରି ଲଗାଇ ବାକ୍ସ ମଧ୍ୟରେ ରଖାଯାଇଥିଲା। ‘ପୋଏମ୍‌-୪’ ମହାକାଶରେ ପହଞ୍ଚିଲା ପରେ ମୃତ୍ତିକାରେ ମଞ୍ଜି ଗୁଡ଼ିକୁ ଲଗାଇ ସେଥିରେ ଅଧିକ ଜଳ ସିଞ୍ଚନ କରାଗଲା। ଏ ସମୟରେ ବ୍ୟବସ୍ଥାରେ ଖଚିତ ସମ୍ବେଦକଗୁଡ଼ିକୁ ମୋଡୁଲ ଭିତରର ଅବସ୍ଥା ଅନୁଧ୍ୟାନକରି ତାହାର ତାପମାତ୍ରା, ଆର୍ଦ୍ରତା ଏବଂ ତନ୍ମଧ୍ୟରେ ଥିବା ବିବିଧ ବାଷ୍ପର ମାତ୍ରା ଆଦି ନିୟମିତ ଅନୁଧ୍ୟାନ କରୁଥିଲେ। ପୁନଶ୍ଚ ଏଥିରେ ଏଲ୍‌ଇଡିମାନ(ଲାଇଟ ଏମିଟିଂ ଡାଇଅଡ୍‌) ଖଞ୍ଜାଯାଇଥିଲା ଆଲୋକ ସଂଶ୍ଲେଷଣ ପାଇଁ ଏବଂ ହିଟରମାନଙ୍କ ସାହାଯ୍ୟରେ ଏହାର ତାପମାତ୍ରା ନିୟନ୍ତ୍ରଣ କରାଯାଇଥିଲା। ଅତଏବ ମଞ୍ଜିଗୁଡ଼ିକ ଅଙ୍କୁରିତ ହୋଇ ଥିବା ଦୁଇପତ୍ର ହେବା ପର୍ଯ୍ୟନ୍ତ ବଢ଼ିବାକୁ ଲାଗିଥିଲା। ଏହାର ପରବର୍ତ୍ତୀ ପଦକ୍ଷେପ ହେବ ଏହାର ଅଙ୍କୁରଗୁଡ଼ିକ ୩୦ରୁ ୪୫ ଦିନ ଧରି ବଢ଼ିବାର ବ୍ୟବସ୍ଥା କରିବା ଏବଂ ସେ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା।
ମହାକାଶର ବିଭିନ୍ନ ପରିବେଶରେ ଉଦ୍ଭିଦ କିପରି ବଢ଼ିପାରିବ ଏବଂ ଅନ୍ୟ ଗ୍ରହଗୁଡ଼ିକରେ ବସତି ସ୍ଥାପନକଲେ ସେଠାରେ କୃଷି କାର୍ଯ୍ୟ କରିବା କିପରି ସହଜ ହେବ ଏହା ତା’ର ମାର୍ଗଦର୍ଶକ ହେବ। ଅତଏବ ଇସ୍ରୋର ‘କ୍ରପ୍‌ସ’ ପରୀକ୍ଷା ଏ ସ୍ବପ୍ନକୁ ସାକାରକରିବା ଦିଗରେ ହୋଇଛି ଏକ ବଳିଷ୍ଠ ପଦକ୍ଷେପ। ଏଥିପୂର୍ବରୁ ନାସା (ଆମେରିକାର ଗବେଷଣା ମହାକାଶ ସଂସ୍ଥା)ର ମହାକାଶଚାରୀ ସୁନିତା ଉଇଲିୟମ୍ସ ଆନ୍ତର୍ଜାତିକ ମହାକାଶ ଷ୍ଟେଶନରେ କୃଷି ସମ୍ପର୍କରେ ପରୀକ୍ଷାଟିଏ କରିଥିଲେ। ତହିଁରେ ସୂକ୍ଷ୍ମ ବା ଶୂନ ମହାକର୍ଷଣ ମଧ୍ୟରେ ଲିଚୁ ମଞ୍ଜିକୁ ଗଜା କରାଇ ଚାରା ଗଛକୁ ବଢ଼ାଇବା ସମ୍ଭବ ହୋଇଥିଲା। ଏ ପରୀକ୍ଷାର ନାମ ଥିଲା ‘ପ୍ଲାଣ୍ଟ ହାବିଟାଟ୍‌-୦୭’। ଜଳର ବିଭିନ୍ନ ପରିମାଣରେ ଲଭ୍ୟତା ଏବଂ ଶୂନ୍ୟ ମହାକର୍ଷଣ ମଧ୍ୟରେ ଗଛ କିପରି ପ୍ରଭାବିତ ହୁଏ ଏଥିରୁ ସେ ସମ୍ପର୍କରେ ଅନେକ ତଥ୍ୟ ମିଳିଥିଲା। ବର୍ତ୍ତମାନ ‘ଇସ୍ରୋ’ର କ୍ରପ୍‌ସ ପରୀକ୍ଷା ଏହାକୁ ଆଉ ଗୋଟିଏ ପାଦ ଅଗ୍ରସର ହେବାକୁ ଦେଇଛି ।
ଏଠାରେ ସୂଚନାଯୋଗ୍ୟ, ‘ପୋଏମ୍‌-୪’ ସହ ଆମିଟି ବିଶ୍ୱବିଦ୍ୟାଳୟ ଦ୍ୱାରା ପାଳଙ୍ଗ ଚାରା ଉପରେ ପରୀକ୍ଷା ଲାଗି ବ୍ୟବସ୍ଥାଟିଏ ମଧ୍ୟ ଖଞ୍ଜାଯାଇଛି। ଏହା ସଫଳ ହେଲା ପରେ ମହାକାଶରେ ଗଛର ବୃଦ୍ଧି ସମ୍ପର୍କରେ ଅଧିକ କିଛି ସୂଚନା ମିଳିବ। ଅତଏବ ଏସବୁକୁ ମହାକାଶରେ କୃଷି ଦିଗରେ ଭାରତର ପ୍ରଥମ ସଫଳ ପଦକ୍ଷେପ ରୂପେ ଗ୍ରହଣ କରାଯିବ।
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?