ଏଇ ଭାରତରେ

ଏହା ନିଶ୍ଚିତ ଯେ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନର ଗତିପଥ ବଦଳିଯାଏ। ଏଭଳି ଏକ ପରିବର୍ତ୍ତନ ଆସିଛି ରାଜେଶ କୁମାରଙ୍କ ଜୀବନରେ। ରାଜେଶ ସୁକ୍ୟୁରିଟି ଗାର୍ଡ ଚାକିରି ଛାଡ଼ି ଜୈବିକ ପଦ୍ଧତିରେ ଗୋଲାପ ଫୁଲ ଚାଷକରି ମାସକୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ରାଜେଶ ରହୁଛନ୍ତି ହରିୟାଣାର ହିନ୍ଦଓ୍ବାନ ଗାଁରେ। ସେ ସିକ୍ୟୁରିଟି ଗାର୍ଡ ଥିବାବେଳେ ମାସକୁ ୫,୦୦୦ ଟଙ୍କା ପାଉଥିଲେ ଓ ଏଥିରେ ପରିବାର ଚଳାଇବା ସମ୍ଭବ ହେଉ ନ ଥିଲା। କିନ୍ତୁ ଗୋଲାପ ଫୁଲ ଚାଷ କରିବା ପରେ ତାଙ୍କ ଅଭାବ ଦୂର ହୋଇପାରିଛି। ରାଜେଶ ଆଂଶିକ ଦୃଷ୍ଟିବାଧିତ ହୋଇଥିବାରୁ ଚାଷ କାମରେ ପରିବାର ଲୋକେ ତାଙ୍କୁ ସାହାଯ୍ୟ କରୁଛନ୍ତି। ସେ କେବଳ ଫୁଲ ବିକ୍ରି କରୁନାହାନ୍ତି, ବରଂ ସେଥିରୁ ରୋଜ ହେୟାର ଅଏଲ, ରୋଜ ଓ୍ବାଟର ଏବଂ ଗାଧୋଇବା ପାଇଁ ରୋଜ ସାବୁନ ତିଆରି କରୁଛନ୍ତି। ଏବେ ସେ ଏହିସବୁ ସାମଗ୍ରୀକୁ ହରିୟାଣା, ଲୁଧିଆନା ଓ ଚଣ୍ଡିଗଡ଼ରେ ବିକ୍ରି କରୁଛନ୍ତି। ୨୦୧୫ରେ ରାଜେଶ ପ୍ରଥମେ ଗେଣ୍ଡୁଫୁଲ ଚାଷ କରିଥିଲେ। ହରିୟାଣା କୃଷି ବିଶ୍ୱବିଦ୍ୟାଳୟରୁ ଫୁଲ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପାଇବା ପରେ ଗୋଲାପ ଫୁଲ ଚାଷ ଆରମ୍ଭ କରିଥିଲେ। ପ୍ରଥମରୁ ସେ ମାସକୁ ୯ ହଜାର ଟଙ୍କା ରୋଜଗାର କରୁଥିଲେ, ଏବେ ଏହାକୁ ପାଖାପାଖି ୫ଗୁଣ ବୃଦ୍ଧି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

ନୂଆଦିଲ୍ଲୀ, ୭।୭: ବିହାରର ଦରଭଙ୍ଗା ଜିଲା ଅଲୀନଗର ଆସନର ଭାଜପା ବିଧାୟିକା ତଥା ପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri