ଆଜି ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ ଅଫିସ, ୧୯।୨: ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ରାଷ୍ଟ୍ରପତି ଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଆସି ଅପରହ୍ନ ୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ଏହି ଅବସରରେ ବିମାନବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିବେ। ଏହାପରେ ରାଷ୍ଟ୍ରପତି ସିଧାସଳଖ ପୁରୀ ଗସ୍ତରେ ଆସି ଅପରାହ୍ନ ୫ଟାରୁ ୫.୪୫ ମିନିଟ୍‌ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ୨୦ ତାରିଖରେ ଗୌଡ଼ୀୟ ମଠ ଏବଂ ମିଶନର ସଂସ୍ଥାପକ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୌସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷ ପୂର୍ତ୍ତି ଆବିର୍ଭାବ ଦିବସ ଉପଲକ୍ଷେ ତ୍ରିବର୍ଷ ବ୍ୟାପୀ ଉଦ୍‌ଘାଟନୀ ଉତ୍ସବରେ ଶରଧାବାଲିରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର କାର୍ଯ୍ୟକ୍ରମକୁ ନେଇ ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାର ଚୂଡାନ୍ତ ସମୀକ୍ଷା କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ସହ ଅତିରିକ୍ତ ଡିଜି ଓ ପୁରୀ ଏସ୍‌ପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ହେଲିପ୍ୟାଡ୍‌ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ରୁଟ୍‌ ଚାର୍ଟର ପ୍ରତ୍ୟେକଟି ଦିଗକୁ ନେଇ ଶୁକ୍ରବାର ମକଡ୍ରିଲ କରାଯାଇଛି। ଅପରପକ୍ଷେ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀରେ ରାତ୍ରିଯାପନ ନେଇ ପୁନର୍ବାର ପରିବର୍ତ୍ତନ ହୋଇଛି। ହୋଟେଲ ପରିବର୍ତ୍ତେ ରାଷ୍ଟ୍ରପତି ପୁରୀ ରାଜଭବନରେ ରାତ୍ରିଯାପନ କରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ପ୍ରାୟ ୪ ଥର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୃତୀୟଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତରେ ଆସୁଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କଠାରୁ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ପ୍ରକାର ବ୍ୟବସ୍ଥା ସରିଥିବାବେଳେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସହ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ପୁରୀ ଏସ୍‌ପି କେ.ବିଶାଲ୍‌ ସିଂ, ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡାଙ୍କ ସମେତ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୨୦୦ରୁ ଅଧିକ ଅଫିସର ମୁତୟନ ରହିବେ। ସେହିପରି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଶନିବାର ଅପରାହ୍ନ ୩.୨୫ରେ ହେଲିପ୍ୟାଡରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବିମାନ ଅବତରଣ କରିବା ପରେ ବ୍ଲୁ ବୁକ୍‌ ସିକ୍ୟୁରିଟି ଅନୁଯାୟୀ ରାଜଭବନ ଯିବେ। ସେଠାରେ କିଛି ସମୟ ରହି ଶ୍ରୀମନ୍ଦିର ବାହାରିବେ। ୫ଟାରୁ ୫.୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସାରି ପୁନର୍ବାର ରାଜଭବନ ଯିବେ। ସେହିପରି ୨୦ତାରିଖରେ ଗୌଡ଼ୀୟ ମିଶନ ପକ୍ଷରୁ ଆୟୋଜନ କରାଯାଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୦ତାରିଖ ପୂର୍ବାହ୍ନ ୧୦.୩୫ରେ ରାଷ୍ଟ୍ରପତି ପୁରୀ ବଡ଼ଦାଣ୍ଡରେ ଥିବା ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ଯାଇ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ୧୦.୫୦ରୁ ବାହାରି ବ୍ଲୁ ବୁକ୍‌ ସିକ୍ୟୁରିଟି ଅନୁଯାୟୀ ଶରଧାବାଲି ଯିବେ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶରଧାବାଲିରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ବାହାରି ପୁନର୍ବାର ୧୨.୧୫ରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ହେଲିପ୍ୟାଡଠାରୁ ଶ୍ରୀମନ୍ଦିର ଏବଂ ଗୌଡ଼ୀୟ ମଠରୁ ଶରଧାବାଲି କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ପୋଲିସ ପକ୍ଷରୁ ମକଡ୍ରିଲ କରାଯାଇଥିଲା। ତେବେ ବ୍ଲୁ ବୁକ ସିକ୍ୟୁରିଟି ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ କାରକେଡ୍‌ ରିହର୍ସଲ୍‌ କରାଯାଇଥିଲା। ସେହିପରି କାର୍ଯ୍ୟକ୍ରମ ସ୍ଥଳକୁ ବୋମା ଅନୁସନ୍ଧାନ ଯନ୍ତ୍ର ସାହାଯ୍ୟରେ କରି ଯାଞ୍ଚ ହୋଇଥିଲା। ଅନ୍ୟପଟେ ଗୌଡ଼ୀୟ ମଠର ପ୍ରତିଷ୍ଠାତା ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ଜୟନ୍ତୀ ମହୋତ୍ସବର ସମାରୋହ ପାଇଁ ମଠ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଙ୍ଗବେରଙ୍ଗ ଫୁଲ ସହ ବଡ଼ବଡ଼ ହୋର୍ଡିଂରେ ମଠ ସୁସଜ୍ଜିତ ହୋଇଥିବା ବେଳେ ପୁରୀ ସହରକୁ ମଧ୍ୟ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି। ବ୍ଲୁ ବୁକ୍‌ ସିକ୍ୟୁରିଟି ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ରହିଥିବାରୁ କାର୍ଯ୍ୟକ୍ରମକୁ ନେଇ ଜିଲାପାଳ ମଠର କାଯର୍‌ୟକର୍ତ୍ତାଙ୍କ ସହ ଆଲୋଚନା କରିଥିବା ମଠ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri