Posted inଜାତୀୟ

ଚିତ୍ରାଙ୍କୁ ସିବିଆଇ ଜେରା

ମୁମ୍ବାଇ,୧୯।୨: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ଏମ୍‌ଡି ଚିତ୍ରା ରାମକ୍ରିଷ୍ଣାଙ୍କୁ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଜେରା କରିଛନ୍ତି। ତାଙ୍କ ସମେତ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରବି ନାରାୟଣ ଏବଂ ମୁଖ୍ୟ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟନ୍‌ ଯେପରି ଦେଶ ଛାଡ଼ି ପଳାଇଯାଇ ନ ପାରିବେ ସେଥିପାଇଁ ସେମାନଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଛି। ଗୁରୁବାର ଆୟକର ବିଭାଗର ଅଧିକାରୀମାନେ ଚିତ୍ରାଙ୍କ ମୁମ୍ବାଇ ବାସଭବନ ଏବଂ ସୁବ୍ରମଣ୍ୟନ୍‌ଙ୍କ ଚେନ୍ନାଇ ଘରେ ଚଢ଼ାଉ କରିଥିଲେ।
ନିଜ ଇଚ୍ଛାରେ ସୁବ୍ରମଣ୍ୟମଙ୍କୁ ଏନ୍‌ଏସ୍‌ଇର ମୁଖ୍ୟ ଷ୍ଟ୍ରାଟେଜିକ୍‌ ଅଫିସର ପଦରେ ୧.୩୮ କୋଟି ଟଙ୍କା ବେତନରେ ନିଯୁକ୍ତି ଦେବା ଓ ପରେ ତାଙ୍କ ବେତନ ୪ କୋଟି ଟଙ୍କାକୁ ବଢ଼ାଇବାକୁ ନେଇ ଚିତ୍ରା ପୂର୍ବରୁ ବିବାଦରେ ଥିଲେ। ଏହା ବ୍ୟତୀତ ସେ ଏନ୍‌ଏସ୍‌ଇର ଭିତିରି ତଥ୍ୟ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କୁ ପ୍ରଦାନ କରିଥିବା ଜଣାପଡ଼ିବା ପରେ ତାଙ୍କ ଅଡ଼ୁଆ ବଢ଼ିଯାଇଛି। ହିମାଳୟରେ ରହୁଥିବା ଉକ୍ତ ଗୁରୁଙ୍କ ନିର୍ଦ୍ଦେଶରେ ଚିତ୍ରା କାର୍ଯ୍ୟ କରୁଥିଲେ ଓ ତାଙ୍କ ସହ ସିଚେଲ୍ସ ଭ୍ରମଣରେ ଯାଇଥିଲେ। ଭାରତର ପ୍ରତିଭୂତି ବିନିମୟ ବୋର୍ଡ (ସେବି) ସମସ୍ତ ଅଭିଯୋଗର ତଦନ୍ତ କରିବା ପରେ ଆଧ୍ୟାତ୍ମିକ ଗୁରୁ ଏବଂ ଆନନ୍ଦ ସୁବ୍ରମଣ୍ୟନ୍‌ ଜଣେ ବ୍ୟକ୍ତି ବୋଲି ସୂଚନା ଦେଇଛି।
ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଚିତ୍ରା ଏବଂ ଦିଲ୍ଲୀର ଓପିଜି ସିକ୍ୟୁରିଟିଜ୍‌ ପ୍ରା.ଲିଃର ମାଲିକ ସଞ୍ଜୟ ଗୁପ୍ତାଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଏନ୍‌ଏସ୍‌ଇରେ କେତେଜଣ ବ୍ରୋକରଙ୍କୁ ଆଗୁଆ ସୂଚନା ଦିଆଯାଇ ଉପକୃତ କରାଯାଉଥିବାର ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୭।୧୦: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ...

ପୁଲୱାମାରେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ,୧୮ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା...

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଥାନାରେ ପହଞ୍ଚିଲେ ଶାଶୁ, ସାର୍‌ ବୋହୂ ମୋ ପାଦ ଛୁଇଁବାକୁ କରୁଛି ମନା…

ଲକ୍ଷ୍ନୌ,୫।୬ : ଉତ୍ତରପ୍ରଦେଶର ଆଗ୍ରାରେ ବୋହୂ ତାଙ୍କ ପାଦ ଛୁଇଁ ନ ଥିବାରୁ ଶାଶୁ ରାଗିଗଲେ। ସେ ସିଧା ଯାଇ ଥାନାରେ ପହଞ୍ଚିଲେ। ଥାନା ଅଧିକାରୀ...

୧୫ ମିନିଟରେ ସ୍ତନକର୍କଟ ସମ୍ପର୍କରେ ସୂଚନା ଦେଉଛି ଡିଭାଇସ୍‌

ବେଙ୍ଗାଲୁରୁ,୨।୩: ଭାରତରେ ସ୍ତନକର୍କଟରେ ବହୁ ମହିଳାଙ୍କ ମୃତ୍ୟୁ ଘଟିଥାଏ। ତେବେ ସ୍ତନକର୍କଟର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରିଲେ ଏହା ଘାତକ ହୋଇପାରି ନ ଥାଏ ବୋଲି...

ବିହାର ମଦମୃତ୍ୟୁ ୩୯କୁ ବୃଦ୍ଧି, ଏହା ଏକ ଗଣହତ୍ୟା: ଭାଜପା

ପାଟନା,୧୫।୧୨: ବିହାରର ସରନ ଜିଲା ଅଧୀନ ଛାପ୍ରା ଅଞ୍ଚଳରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ଗୁରୁବାର ୩୯ରେ ପହଞ୍ଚିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ କେତେକ ପରିବାର ମୃତ୍ୟୁ...

ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି।...

ବିହାର ନିର୍ବାଚନ: ମୋଦିଙ୍କ ରାଲି ଉପରେ ଜେଡିୟୁର ନଜର

ନୂଆଦିଲ୍ଲୀ,୧୦ ।୧୦: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ ତାରିଖ । ଏହାକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟ ତତ୍ପର । ଏଥର ଭାରତୀୟ...

Advertisement
Archives

Model This Week